ETV Bharat / sports

ମହିଳା ହକି ବିଶ୍ବକପ: ମଉଳିଲା ଭାରତର କ୍ବାର୍ଟର ସ୍ବପ୍ନ

author img

By

Published : Jul 11, 2022, 10:31 AM IST

ମହିଳା ହକି ବିଶ୍ବକପରେ ରବିବାର ଭାରତ ଓ ସ୍ପେନ ମଧ୍ୟରେ ଶେଷ କ୍ରସ ଓଭର ମ୍ୟାଚ ଖେଳାଯାଇଥିଲା । ଏଥିରେ ସ୍ପେନଠୁ 1-0 ଗୋଲରେ ପରାସ୍ତ ହୋଇଛି ଭାରତୀୟ ମହିଳା ହକି ଦଳ । ଅଧିକ ପଢନ୍ତୁ

ମଉଳିଲା ଭାରତର କ୍ବାର୍ଟର ସ୍ବପ୍ନ
ମଉଳିଲା ଭାରତର କ୍ବାର୍ଟର ସ୍ବପ୍ନ

ତେରାସା: ମହିଳା ହକି ବିଶ୍ବକପରେ ରବିବାର ଭାରତ ଓ ସ୍ପେନ ମଧ୍ୟରେ ଶେଷ କ୍ରସ ଓଭର ମ୍ୟାଚ ଖେଳାଯାଇଥିଲା । ଏଥିରେ ସ୍ପେନଠୁ 1-0ଗୋଲରେ ପରାସ୍ତ ହୋଇଛି ଭାରତୀୟ ମହିଳା ହକି ଦଳ । ଫଳରେ ଭାରତର କ୍ବାର୍ଟର ଫାଇନାଲରେ ପ୍ରବେଶ କରିବା ସ୍ବପ୍ନ ଧୂଳିସାତ ହୋଇଛି ।

ପ୍ରଥମ କ୍ବାର୍ଟର ଖେଳ ସଂଘର୍ଷପୂର୍ଣ୍ଣ ହୋଇଥିଲା । ଆକ୍ରମଣ ପ୍ରତି ଆକ୍ରମଣ ମଧ୍ୟରେ ଦୁଇ ଦଳ ଗୋଲ ସୁଯୋଗ ସୃଷ୍ଟି କରିଥିଲେ । ପ୍ରଥମ କ୍ବାର୍ଟ ଗୋଲ ଶୂନ୍ୟ ରହିଥିଲା । ସେହିପରି ଦ୍ବିତୀୟ କ୍ବାର୍ଟର ଓ ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ମଧ୍ୟ କୌଣସି ଦଳ ଗୋଲ କରିପାରି ନଥିଲେ। ପ୍ରଥମ କ୍ବାର୍ଟରରେ ସ୍ପେନକୁ ଗୋଟିଏ ଗ୍ରୀନ କାର୍ଡ ମିଳିଥିଲା ।

ତୃତୀୟ କ୍ବାର୍ଟରରେ କଡା ମୁକାବିଲା ହୋଇଥିଲା । ଏହି ଭାଗରେ ମଧ୍ୟ ସମାନ ସ୍ଥିତି ରହିଥିଲା । ଅନ୍ତିମ କ୍ବାର୍ଟର ଖେଳରେ ଗୋଲ ଖାତା ଖୋଲିବା ପାଇଁ ଦୁଇ ଦଳ ଜୋର ଲଗାଇ ଦେଇଥିଲେ । 56 ମିନିଟରେ ଘରୋଇ ଦଳର ସେଗୁ ମାର୍ଟା ଜବରଦସ୍ତ ଫିଲ୍ଡ ଗୋଲ କରି ଦଳକୁ 1-0ରେ ଆଗୁଆ କରିଥିଲେ । ଭାରତ ଆଉ କମବ୍ୟାକ କରିପାରିନଥିଲା । ଫଳରେ ସ୍ପେନ କ୍ରସ ଓଭର ମ୍ୟାଚକୁ କବଜାରେ କରି ନେଇଥିଲା ।

ବିଶ୍ବକପ କ୍ବାର୍ଟର ଲାଇନ ଅପ ହୋଇସାରିଛି । ପ୍ରଥମ କ୍ବାର୍ଟର ନ୍ୟୁଜିଲାଣ୍ଡ, ଜର୍ମାନୀ ମଧ୍ୟରେ ଦ୍ବିତୀୟ କ୍ବାର୍ଟର ନେଦରଲାଣ୍ଡସ ଓ ବେଲଜିୟମ, ତୃତୀୟ କ୍ବାର୍ଟର ଅଷ୍ଟ୍ରେଲିଆ ଓ ସ୍ପେନ ଏବଂ ଅନ୍ତିମ କ୍ବାର୍ଟର ଆର୍ଜେଣ୍ଟିନା ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.