ETV Bharat / sports

Women's Football League: ୧୨ରୁ ଆରମ୍ଭ ମ୍ୟାଚ

author img

By

Published : Feb 10, 2022, 8:18 PM IST

Updated : Feb 10, 2022, 10:58 PM IST

ଆସନ୍ତା 12ରୁ ଭୁବନେଶ୍ବରରେ ଆୟୋଜିତ ହେବ ଓଡିଶା ମହିଳା ଫୁଟବଲ୍ ଲିଗ୍ 2022 । ମାର୍ଚ୍ଚ ୪ ଯାଏଁ ଖେଳାଯିବ ମ୍ୟାଚ । ଅଧିକ ପଢନ୍ତୁ

Women's Football League: ୧୨ ରୁ ଆରମ୍ଭ ମ୍ୟାଚ

ଭୁବନେଶ୍ବର: ଆସନ୍ତା 12 ତାରିଖରୁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ଓଡିଶା ମହିଳା ଫୁଟବଲ୍ ଲିଗ୍ 2022 । ଏହି ଟୁର୍ନାମେଣ୍ଟରେ 6ଟି ଦଳ ଭାଗ ନେଇଥିବାବେଳେ ମାର୍ଚ୍ଚ 4 ତାରିଖ ଯାଏ ଖେଳାଯିବ । ଆଜି(ଗୁରୁବାର) ଏନେଇ ଘୋଷଣା କରାଯାଇଛି ।

Women's Football League: ୧୨ରୁ ଆରମ୍ଭ ମ୍ୟାଚ

ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ କ୍ରୀଡା ସଚିବ ଭିନିଲ କ୍ରିଷ୍ଣା ଏବଂ ଫୁଟବଲ ଆସୋସିଏସନ ଅଫ ଓଡିଶାର ଏକ୍‌ଜିକ୍ୟୁଟିଭ ସେକ୍ରେଟାରୀ ଅଭିଜିତ କୁମାର ପାଲ ଏନେଇ ଘୋଷଣା କରିଛନ୍ତି । ଏଥିସହ 6 ଟି ଦଳ ପାଇଁ ଜର୍ସି ଉନ୍ମୋଚନ କରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ମହିଳା ଫୁଟବଲ ଦଳରେ ଖେଳୁଥିବା ୨ ଫୁଟବଲ ତାରକା ପ୍ୟାରୀ ଖାଖା ଏବଂ ମନୀଷା ପାନା ଅଂଶଗ୍ରହଣ କରିବେ ।

ଏହା ମଧ୍ୟ ପଢନ୍ତୁ:- Ranji Trophy: ଅହମ୍ମଦାବାଦ ଅଭିମୁଖେ ବାହାରିଲା ଓଡିଶା କ୍ରିକେଟ ଟିମ୍

ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଏବଂ କ୍ୟାପିଟାଲ ସ୍କୁଲ ଗ୍ରାଉଣ୍ଡରେ ଖେଳାଯିବ ମ୍ୟାଚ । ଆଗାମୀ ଦିନରେ ରାଜ୍ୟ ତଥା ଦେଶ ପାଇଁ ଅନେକ ପ୍ରତିଭାବାନ ଖେଳାଳି ଏହି ଲିଗ ମାଧ୍ୟମରେ ବାହାରିବେ ବୋଲି ଦୁଇ ଫୁଟବଲ ଷ୍ଟାର ଏବଂ ଫୁଟବଲ ଆସୋସିଏସନ ଅଫ ଓଡିଶାର ଅଭିଜିତ କୁମାର ପାଲ କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Feb 10, 2022, 10:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.