ETV Bharat / sports

Womens Asian Champions Trophy: କୋରିଆକୁ ହରାଇ ଫାଇନାଲରେ ଭାରତ, ଟ୍ରଫି ପାଇଁ ଆଜି ଜାପାନ ସହ ଲଢ଼େଇ

author img

By ETV Bharat Odisha Team

Published : Nov 5, 2023, 7:51 AM IST

ରାଞ୍ଚିରେ ଚାଲିଥିବା ହକି ଏସିଆନ ଚମ୍ପିଆନ୍ସ ଟ୍ରଫିରେ ଭାରତୀୟ ମହିଳା ହକି ଦଳର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ସେମିଫାଇନାଲରେ କୋରିଆକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ଭାରତ । ଅଧିକ ପଢନ୍ତୁ

Asian Champions Trophy
Womens Asian Champions Trophy

ରାଞ୍ଚି: ଲିଗ୍ ପର୍ଯ୍ୟାୟରେ ସମସ୍ତ ମ୍ୟାଚ୍‌ ଜିତି ଅପରାଜେୟ ରହିଛି ଭାରତୀୟ ମହିଳା ହକି ଦଳ । ଏହାପରେ ସେମିଫାଇନାଲରେ ବାଜିମାତ କରି ଫାଇନାଲ ଟିକେଟ ହାସଲ କରିଛି ସବିତା ପୁନିଆଙ୍କ ନେତୃତ୍ବାଧୀନ ଭାରତୀୟ ଦଳ । ଝାଡ଼ଖଣ୍ଡର ରାଞ୍ଚିରେ ଚାଲିଥିବା ହକି ଏସିଆନ ଚମ୍ପିଆନ୍ସ ଟ୍ରଫିରେ ଭାରତୀୟ ମହିଳା ହକି ଦଳର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ସେମିଫାଇନାଲରେ ଦକ୍ଷିଣ କୋରିଆକୁ 2-0 ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ଆଜି(ରବିବାର) ଫାଇନାଲରେ ଜାପାନକୁ ଭେଟିବ ଭାରତ । ଅନ୍ୟ ଏକ ସେମିଫାଇନାଲରେ ଚୀନକୁ 2-1 ଗୋଲରେ ପରାସ୍ତ କରିଛି ଜାପାନ । ଭାରତ କୋରିଆ ସେମିଫାଇନାଲ ମ୍ୟାଚ୍‌ରେ ସାଲିମା ଟେଟେ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି । ଦୀପିକା ରାଇଜିଂ ଷ୍ଟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

ସେମିଫାଇନାଲରେ ଭାରତ ଆରମ୍ଭରୁ ଶେଷ ଯାଏ ଆଧିପତ୍ୟ ବିସ୍ତାର କରିଥିଲା । ପ୍ରଥମ କ୍ବାର୍ଟରର 11ମିନିଟରେ ସାଲିମା ଟେଟେ ପ୍ରଥମ ଗୋଲ ସ୍କୋର କରି 1-0 ଗୋଲରେ ଭାରତକୁ ଆଗୁଆ କରିଥିଲେ । ଦ୍ବିତୀୟ କ୍ବାର୍ଟରରେ ବୈଷ୍ଣବୀ ବିଥଲ ଫାଲକେ (19ମିନିଟ)ଙ୍କ ଗୋଲରେ ଦଳ ମ୍ୟାଚକୁ ନିୟନ୍ତ୍ରଣକୁ ଆଣିଥିଲା । ପରବର୍ତ୍ତୀ 2ଟି କ୍ବାର୍ଟରରେ କୋରିଆ କଡ଼ା ଟକ୍କର ଦେଇଥିଲା ମାତ୍ର ଗୋଲ ପରିଶୋଧ କରି ପାରିନଥିଲା । ଭାରତ 2-0 ଗୋଲରେ ମ୍ୟାଚକୁ ଜିତି ନେଇଥିଲା ।

50 ଅନ୍ତର୍ଜାତୀୟ ମ୍ୟାଚ ଖେଳିଲେ ଜ୍ୟୋତି: ଭାରତୀୟ ମିଡଫିଲ୍ଡର ଜ୍ୟୋତି ତାଙ୍କର 50ତମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ଏନେଇ ହକି ଇଣ୍ଡିଆ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଦିଆଯାଇଛି । ଭାରତ ଚତୁର୍ଥ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ପୂର୍ବରୁ 2016 ଏସିଆନ ଚମ୍ପିଆନ୍ସ ଟ୍ରଫିରେ ଚମ୍ପିଆନ ହୋଇଥିଲା ଭାରତ । 2013 ଓ 2018ରେ ରନର୍ସ ଅପ୍ ହୋଇଥିଲା ।

ଏହା ବି ପଢନ୍ତୁ...Womens Asian Champions Trophy: ଅପରାଜେୟ ଭାରତ, କୋରିଆକୁ ହରାଇ ସେମିରେ ସବିତା ବାହିନୀ

ପ୍ରକାଶ ଥାଉକି, ଗତ 27 ତାରଖରୁ ଭାରତ ରାଞ୍ଚିରେ ମହିଳା ଏସିଆନ ଚମ୍ପିଆନ୍ସ ଟ୍ରଫି ଆରମ୍ଭ ହୋଇଛି । ଏହି ପ୍ରତିଯୋଗିତାରେ 6ଟି ଦେଶ ଭାଗ ନେଇଛନ୍ତି । ଏଥିରେ ଭାରତୀୟ ମହିଳା ହକି ଦଳ ତାର ପ୍ରଥମ ମୁକାବିଲାରେ ଥାଇଲାଣ୍ଡକୁ ଭେଟିଥିଲା । ଏଥିରେ ବିଜୟରୁ ଅଭିଯାନ ଆରମ୍ଭ କରିଥିଲା । ଥାଇଲାଣ୍ଡକୁ 7-1 ଗୋଲରେ ପରାସ୍ତ କରିଥିଲା । ସଙ୍ଗୀତା କୁମାର ହ୍ୟାଟ୍ରିକ୍‌ ଗୋଲ କରିଥିଲେ । ଏହାପରେ ଦ୍ବିତୀୟ ମ୍ୟାଚରେ ମାଲେସିଆ ବିପକ୍ଷରେ ବିଜୟ ହାସଲ କରି ବିଜୟଧାରା ଜାରି ରଖିଥିଲା । ମାଲେସିଆକୁ 5-0 ଗୋଲରେ ପରାସ୍ତ କରିଥିଲା । ବନ୍ଦନା କଟ୍ଟାରିଆ ଡବଲ ଗୋଲ କରିଥିଲେ ।

ତୃତୀୟ ମ୍ୟାଚରେ ଚୀନ ବିପକ୍ଷରେ ବାଜିମାତ କରିଥିଲା ଭାରତୀୟ ମହିଳା ହକି ଦଳ । ଚତୁର୍ଥ ମ୍ୟାଚରେ ଜାପାନ ବିପକ୍ଷରେ ବିଜୟ ହାସଲ କରି ସେମି ଫାଇନାଲ ପାଇଁ ପଥ ପରିଷ୍କାର କରିଥିଲା ଭାରତ । କୋରିଆ ବିପକ୍ଷରେ ଲଗାତାର ପଞ୍ଚମ ବିଜୟ ସହ ସେମି ଫାଇନାଲରେ ପ୍ରବେଶ କରିଥିଲା ଭାରତ । ସେମିଫାଇନାଲରେ କୋରିଆକୁ ଭେଟି 2-0 ଗୋଲରେ ବାଜି ମାରିଥିଲା ସବିତା ପୁନିଆ ସେନା । ଆଜି(ରବିବାର) ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ ଖେଳାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.