ETV Bharat / sports

Womens Asian Champions Trophy: ଜାପାନକୁ ହରାଇ ସେମିରେ ମହିଳା ହକି ଦଳ

author img

By ETV Bharat Odisha Team

Published : Nov 1, 2023, 7:30 AM IST

Updated : Nov 1, 2023, 9:27 AM IST

ରାଞ୍ଚିରେ ଚାଲିଥିବା ମହିଳା ଏସିଆନ ଚମ୍ପିଆନ୍ସ ଟ୍ରଫିରେ ଭାରତ ଲଗାତାର ଚତୁର୍ଥ ବିଜୟ ହାସଲ କରିଛି । ଜାପାନକୁ ହରାଇ ସେମି ଫାଇନାଲ ଖେଳିବାକୁ ପଥ ପରିଷ୍କାର କରିଛି ଭାରତୀୟ ମହିଳା ହକି ଦଳ । ଅଧିକ ପଢ଼ନ୍ତୁ

Womens Asian Champions Trophy
Womens Asian Champions Trophy

ରାଞ୍ଚି: ହକି ମହିଳା ଏସିଆନ ଚମ୍ପିଆନ୍ସ ଟ୍ରଫିରେ ଭାରତୀୟ ଦଳର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ବିଜୟରୁ ଅଭିଯାନ ଆରମ୍ଭ କରିଥିବା ଦଳର ବିଜୟଧାରା ଜାରି ରହିଛି । ଥାଇଲାଣ୍ଡ, ମାଲେସିଆ, ଚୀନ ପରେ ଚତୁର୍ଥ ମ୍ୟାଚରେ ଜାପାନକୁ ପରାସ୍ତ କରି ସେମି ଫାଇନାଲ ଖେଳିବାକୁ ପଥ ପରିଷ୍କାର କରିଥି ସବିତା ପୁନିଆଙ୍କ ନେତୃତ୍ବାଧୀନ ଭାରତୀୟ ଦଳ । ଜାପାନ ବିପକ୍ଷ ମ୍ୟାଚରେ 2-1ଗୋଲରେ ବିଜୟ ହାସଲ କରିଛି ଭାରତୀୟ ମହିଳା ହକି ଦଳ ।

ଏହା ବି ପଢନ୍ତୁ...Womens Asian Champions Trophy: ଚୀନକୁ ଚକମା, ଭାରତର ହ୍ୟାଟ୍ରିକ ବିଜୟ

ପୂର୍ବ 3 ମୁକାବିଲା ପରି ଏହି ମ୍ୟାଚରେ ମଧ୍ୟ ଭାରତର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ମ୍ୟାଚର 31 ମିନିଟରେ ନଭନୀତ କୌର ଓ 47 ମିନିଟରେ ସଙ୍ଗୀତା ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ । 37 ମିନିଟ୍‌ରେ ପ୍ରତିପକ୍ଷ ଜାପାନ ଗୋଟିଏ ଗୋଲ୍‌ ପରିଶୋଧ କରିଥିଲା । ଚତୁର୍ଥ କ୍ବାର୍ଟରରେ କେହି କାହାକୁ ଗୋଲ୍‌ ଦେଇ ନଥିଲେ । ଫଳର ଭାରତ 2-1ରେ ମ୍ୟାଚ୍‌ ଜିତି ନେଇଥିଲା । ଭାରତ ତାର ଶେଷ ମ୍ୟାଚ୍‌ରେ ଆସନ୍ତାକାଲି(ଗୁରୁବାର) କୋରିଆ ବିପକ୍ଷରେ ଖେଳିବ । ନଭେମ୍ବର 4ରେ ସେମିଫାଇନାଲ ଓ 5 ତାରିଖରେ ଫାଇନାଲ ମ୍ୟାଚ୍‌ ଖେଳାଯିବ । ଅନ୍ୟ ଏକ ଲିଗ୍‌ ମ୍ୟାଚ୍‌ରେ ଜାପାନ ମାଲେସିଆରୁ 4-0 ଗୋଲରେ ପରାସ୍ତ କରିଛି ।

300 ମ୍ୟାଚ ଖେଳିଳେ ବନ୍ଦନା: ଭାରତୀୟ ମହିଳା ହକି ଦଳର ଫରୱାର୍ଡ ବନ୍ଦନା କଟ୍ଟରିଆ 300ତମ ଅନ୍ତର୍ଜାତୀୟ ମ୍ୟାଚ ଖେଳି ରେକର୍ଡ କରିଛନ୍ତି । ଜାପାନ ବିପକ୍ଷରେ ମ୍ୟାଚ ଖେଳି ଏହି ସଫଳତା ହାସଲ କରିଛନ୍ତି । ଭାରତର ପ୍ରଥମ ମହିଳା ହକି ଖେଳାଳି ଭାବେ ସେ 300ତମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି ।

ଏହା ବି ପଢନ୍ତୁ...Womens Asian Champions Trophy: ବନ୍ଦନାଙ୍କ ଡବଲ ଗୋଲ, 5-0ରେ ହାରିଲା ମାଲେସିଆ

ପ୍ରକାଶ ଥାଉ କି, ଗତ 27 ତାରଖରୁ ଭାରତ ରାଞ୍ଚିରେ ମହିଳା ଏସିଆନ ଚମ୍ପିଆନ୍ସ ଟ୍ରଫି ଆରମ୍ଭ ହୋଇଛି । ଏହି ପ୍ରତିଯୋଗିତାରେ 6ଟି ଦେଶ ଭାଗ ନେଇଛନ୍ତି । ଏଥିରେ ଭାରତୀୟ ମହିଳା ହକି ଦଳ ତାର ପ୍ରଥମ ମୁକାବିଲାରେ ଥାଇଲାଣ୍ଡକୁ ଭେଟିଥିଲା । ଏଥିରେ ବିଜୟରୁ ଅଭିଯାନ ଆରମ୍ଭ କରିଥିଲା । ଥାଇଲାଣ୍ଡକୁ 7-1 ଗୋଲରେ ପରାସ୍ତ କରିଥିଲା । ସଙ୍ଗୀତା କୁମାର ହ୍ୟାଟ୍ରିକ୍‌ ଗୋଲ କରିଥିଲେ । ଏହାପରେ ଦ୍ବିତୀୟ ମ୍ୟାଚରେ ମାଲେସିଆ ବିପକ୍ଷରେ ବିଜୟ ହାସଲ କରି ବିଜୟଧାରା ଜାରି ରଖିଥିଲା । ମାଲେସିଆକୁ 5-0 ଗୋଲରେ ପରାସ୍ତ କରିଥିଲା । ବନ୍ଦନା କଟ୍ଟାରିଆ ଡବଲ ଗୋଲ କରିଥିଲେ । ତୃତୀୟ ମ୍ୟାଚରେ ଚୀନ ବିପକ୍ଷରେ ବାଜିମାତ କରିଛି ଭାରତୀୟ ମହିଳା ହକି ଦଳ । ଚତୁର୍ଥ ମ୍ୟାଚରେ ଜାପାନ ବିପକ୍ଷରେ ବିଜୟ ହାସଲ କରି ସେମି ଫାଇନାଲରେ ପ୍ରବେଶ କରିଛି ଭାରତ । ଆସନ୍ତାକାଲି(ଗୁରୁବାର) କୋରିଆ ବିପକ୍ଷରେ ଖେଳିବ । ନଭେମ୍ବର 5 ତାରିଖ ଯାଏଁ ଏହି ଟୁର୍ଣ୍ଣାମେଣ୍ଟ ଚାଲିବ ।

Last Updated : Nov 1, 2023, 9:27 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.