ETV Bharat / sports

ମହିଳା ସୁଟର ଅପୂର୍ବୀ ଚନ୍ଦେଲା କୋରୋନା ଆକ୍ରାନ୍ତ - corna outbreak india

କୋରୋନା ଭାଇରସରେ ସଂକ୍ରମିତ ହେଲେ ଭାରତୀୟ ମହିଳା ସୁଟର ଅପୂର୍ବୀ ଚନ୍ଦେଲା । ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି ଅପୂର୍ବୀ । ଅଧିକ ପଢ଼ନ୍ତୁ...

ମହିଳା ସୁଟର ଅପୂର୍ବୀ ଚନ୍ଦେଲା କୋରୋନା ଆକ୍ରାନ୍ତ

author img

By

Published : May 6, 2021, 4:25 PM IST

ନୂଆଦିଲ୍ଲୀ: କୋରୋନା ଭାଇରସରେ ସଂକ୍ରମିତ ହେଲେ ଭାରତୀୟ ମହିଳା ସୁଟର ଅପୂର୍ବୀ ଚନ୍ଦେଲା । ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି ଅପୂର୍ବୀ । ଏଥିପାଇଁ ସେ କ୍ରୋଏସିଆ ଗସ୍ତ କରିବା ଯୋଜନା ରହିଥିଲା । ସେଠାରେ ସେ ଅଲମ୍ପିକ୍ସ ପାଇଁ ଜଗରେବରେ ଅଭ୍ୟାସ ଆରମ୍ଭ କରିଥାଆନ୍ତେ । 10 ମିଟର ଏୟାର ରାଇଫଲ ସୁଟିଂ ପାଇଁ ଟୋକିଓ ଅଲମ୍ପିକ୍ସରେ ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିବେ ଅପୂର୍ବୀ ।

ତିନି ମାସରେ ଧରି ଚାଲିବାକୁ ଥିବା ଲମ୍ବା ଅଭ୍ୟାସ ଶିବିରକୁ ନେଇ ପୂର୍ବରୁ ବହୁ କୋଚ ଓ ସୁଟର ମାନେ ଭାରତୀୟ ରାଇଫଲ ସଂଘ ନିଷ୍ପତ୍ତିକୁ ବିରୋଧ କରିଥିଲେ । ତେବେ କୋରୋନା ସଂକ୍ରମିତ ହେବାପରେ ଅପୂର୍ବୀଙ୍କ କ୍ରୋଏସିଆ ଅଭ୍ୟାସ ଶିବିରରେ ଯୋଗ ଦେବା ନେଇ ସନ୍ଦେହ ଦେଖା ଦେଇଛି । କୋଚ ଓ ସୁଟରମାନେ ପ୍ରଶ୍ନ କରିଛନ୍ତି ଯେ,କ୍ରୋଏସିଆରେ କୋରୋନା ସଂକ୍ରମିତ ହେଲେ ଏଥିପାଇଁ ଦାୟୀ କିଏ ହେବ ।

କିଛି କୋଚ ଓ ସୁଟର ଅଭିଯୋଗ କରିଛନ୍ତି ଯେ, "ସାରା ଦେଶ ମହାମାରୀ କୋରୋନା ଭାଇରସ ସହ ସଂଗ୍ରାମ କୁରଛି । ଏଥିରେ ସୁଟରଙ୍କ ପରିବାର ଓ ବା କୋଚଙ୍କ ପରିବାର ବାଦ ପଡ଼ିନି । ଯଦି କୌଣସି ପରିବାର ସଦସ୍ୟଙ୍କ କିଛି ବି ଅସୁବିଧା ହୁଏ ତେବେ କ୍ରୋଏସିଆରୁ ଭାରତ ଫେରିବା ସମ୍ଭବ ହେବ ନାହିଁ । ସେହି ସମୟରେ ପରିବାରର ଦେଖାଶୁଣା କିଏ କରିବ ? ଏଭଳି ମାନସିକ ସ୍ଥିତିରେ ସକରାତ୍ମକ ଭାବରେ ଅଭ୍ୟାସ କରିବା ସମ୍ଭବ ହେବ ନାହିଁ ।"

ସେପଟେ ଏହାକୁ ନେଇ ଭାରତୀୟ ରାଇଫଲ ସଂଘର ଜଣେ ଅଧିକାରୀ କହିଛନ୍ତି ଯେ,ସୁଟରମାନଙ୍କ କ୍ରୋଏସିଆ ଗସ୍ତ ବାତିଲ ହେବନାହିଁ । କାର୍ଯ୍ୟକ୍ରମ ଅନୁଯାୟୀ ଅଭ୍ୟାସ କ୍ୟାମ୍ପ ଆରମ୍ଭ କରାଯିବ । ଏହାକୁ ନଏଇ ତିନି ସୁଟିଂ କୋଚ ଜସପାଲ ରାଣା, ରୌନକ ପଣ୍ଡିତ ଓ ସମରେଶ ଜଙ୍ଗ ବ୍ୟକ୍ତିଗତ କାରଣ ଦର୍ଶାଇ ଏହି ଶିବିରରେ ସାମିଲ ହେବାକୁ ମନା କରି ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.