ETV Bharat / sports

ISSF ବିଶ୍ବକପ: ରୌପ୍ୟ ସହ ଅଲିମ୍ପିକ୍ କୋଟା ହାସଲ କଲେ ଦିବ୍ୟାଂଶ ସିଂହ

author img

By

Published : Apr 27, 2019, 2:14 AM IST

ରାଜସ୍ଥାନର ୧୭ ବର୍ଷୀୟ ଭାରତୀୟ ସୁଟର ଦିବ୍ୟାଂଶ ସିଂହ ବେଜିଂରେ ଚାଲିଥିବା ISSF ବିଶ୍ବକପରେ ରୌପ୍ୟ ପଦକ ଜିତିବା ସହ ଦେଶ ପାଇଁ ଚତୁର୍ଥ ଅଲିମ୍ପିକ୍ କୋଟା ପକ୍କା କରିଛନ୍ତି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ/ଟ୍ବିଟର

ବେଜିଂ: ରାଜସ୍ଥାନର ୧୭ ବର୍ଷୀୟ ଭାରତୀୟ ଶୁଟର ଦିବ୍ୟାଂଶ ସିଂହ ବେଜିଂରେ ଚାଲିଥିବା ISSF ବିଶ୍ବକପରେ ରୌପ୍ୟ ପଦକ ଜିତିବା ସହ ଦେଶ ପାଇଁ ଚତୁର୍ଥ ଅଲିମ୍ପିକ୍ କୋଟା ପକ୍କା କରିଛନ୍ତି । ନିଜର ଦ୍ୱିତୀୟ ସିନିୟର୍ ଇଭେଣ୍ଟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦିବ୍ୟାଂଶ ୧୦ ମିଟର ଏୟାର୍ ରାଇଫଲ୍ ଇଭେଣ୍ଟରେ ୨୪୯.୦ ସ୍କୋର ସହ ଦ୍ୱିତୀୟ ସ୍ଥାନରେ ରହିଥିଲେ ।

ତେବେ ସେ ସ୍ୱର୍ଣ୍ଣ ପଦକ ଜିତିବାଠାରୁ ମାତ୍ର ୦.୪ ପଏଣ୍ଟ ଦୂରରେ ରହିଗଲେ । ଏହି ଇଭେଣ୍ଟରେ ଚୀନର ଝିଚେଙ୍ଗ ହୁଇ ୨୪୯.୪ ସ୍କୋର ସହ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ରୁଷର ଗ୍ରିଗୋରୀ ଶାମାକୋଭ୍ ୨୨୭.୫ ପଏଣ୍ଟ ସହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ତେବେ ଭାରତର ଏହା ୨୦୨୦ ଅଲିମ୍ପିକ୍ ପାଇଁ ଚତୁର୍ଥ କୋଟା । ଏହା ପୂର୍ବରୁ ଅଞ୍ଜୁମ ମୁଦଗିଲ୍ ଓ ଅପୂବୀ ଚାନ୍ଦେଲା (ମହିଳା ୧୦ ମିଟର୍ ଏୟାର୍ ରାଇଫଲ୍) ଓ ସୌରଭ ଚୌଧୁରୀ (ପୁରୁଷ ୧୦ ମିଟର୍ ଏୟାର ପିସ୍ତଲ୍) ଅଲିମ୍ପିକ୍ କୋଟା ହାସଲ କରି ସାରିଛନ୍ତି।

ଦିବ୍ୟାଂଶ କ୍ୱାଲିଫିକେସନରେ ୬୨୯.୨ ସ୍କୋର ସହ ତୃତୀୟ ସ୍ଥାନରେ ରହି ଫାଇନାଲକୁ କ୍ୱାଲିଫାଏ କରିଥିଲେ । ଏହି ଇଭେଣ୍ଟରେ ଭାରତର ଅନ୍ୟ ସୁଟର୍ ଯଥା ରବି କୁମାର ୬୨୪.୧ ପଏଣ୍ଟ ସହ ୪୪ତମ ଓ ଦୀପକ କୁମାର ୬୨୨.୬ ସ୍କୋର ସହ ୫୭ତମ ସ୍ଥାନରେ ରହିଥିଲେ ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.