ଦୋହା: ଦୁଇ ଭାଇ । ହେଲେ ଅଲଗା ଅଲଗା ଦଳ । ଗୋଟିଏ ଟୁର୍ଣ୍ଣାମେଣ୍ଟରେ ଭିନ୍ନ ଭିନ୍ନ ଦଳରୁ ଖେଳୁଛନ୍ତି ଦୁଇ ଭାଇ । କତାରରେ ଚାଲିଥିବା ଫିଫା ବିଶ୍ବକପରେ ଏହି ଦୁଇ ଭାଇ ଭାଇ ଅଲଗା ଅଲଗା ଦେଶରୁ ଖେଳି ଇତିହାସ ରଚିଛନ୍ତି । ସେମାନେ ହେଲେ ଇନାକୀ ୱିଲିୟମସ ଏବଂ ନିକୋ ୱିଲିୟମସ । ନିକୋ ୱିଲିୟମସ ସ୍ପେନ୍ ଫୁଟବଲ ଟିମ୍ ତରଫରୁ ପ୍ରତିନିଧିତ୍ବ କରୁଛନ୍ତି । ସେହିପରି ଇନାକୀ ୱିଲିୟମସ ଘାନା ଟିମର ସଦସ୍ୟ ରହିଛନ୍ତି । ଏହି ଦୁଇ ଭାଇ ନିଜ ପିତା ମାତାଙ୍କର ମାତୃଭୂମି ପାଇଁ ଖେଳିବା ପାଇଁ ବିକଳ୍ପ ବାଛିଛନ୍ତି । ଘାନା ଟିମର ଫିଫା ବିଶ୍ବକପ ୨୦୨୨ରେ ଯାତ୍ରା ସମାପ୍ତ ହେବା ପରେ ଇନାକୀ ଏବେ ଛୁଟି କାଟୁଛନ୍ତି । ସେପଟେ ନିକୋ ୱିଲିୟମସ ଆଜି (ମଙ୍ଗଳବାର) ଖେଳାଯିବାକୁ ଥିବା ସ୍ପେନ୍ ବନାମ ମରକ୍କୋ ମୁକାବିଲା ପାଇଁ ପ୍ରସ୍ତୁତି କରୁଛନ୍ତି ।
ବଡ ଭାଇ ଇନାକୀ ୱିଲିୟମସ ସାନ ଭାଇ ନିକୋ ୱିଲିୟମସକୁ ମ୍ୟାଚର ଟିପ୍ସ ଦେଇଥାନ୍ତି । ଜାପାନ ବିପକ୍ଷରେ ନିକୋଙ୍କୁ ଖେଳିବାର ସୁଯୋଗ ମିଳିଥିଲା । ହେଲେ ଦଳ ୨-୧ରେ ପରାସ୍ତ ହୋଇଥିଲା । ଜାପାନ ବିପକ୍ଷରେ ନିକୋଙ୍କ ପ୍ରଦର୍ଶନ ଆଖିଦୃଶିଆ ରହିନଥିଲା । ଯେଉଁ କାରଣରୁ ଆଜି ଖେଳାଯିବାକୁ ଥିବା ମରକ୍କୋ ବିପକ୍ଷରେ ମ୍ୟାଚ ପୂର୍ବରୁ ବଡ ଭାଇ ଇନାକୀ ୱିଲିୟମସ ମ୍ୟାଚର କିଛି ଟିପ୍ସ ଜଣାଇବା ସହିତ ତାଙ୍କର ସାହସ ବଢାଇଛନ୍ତି ।
ନିକୋ ୱିଲିୟମସ ସ୍ପେନିସ୍ ରେଡିଓରେ ବୟାନ ଦେଇଛନ୍ତି କି ତାଙ୍କ ବଡ ଭାଇ ମ୍ୟାଚ ପୂର୍ବରୁ ତାଙ୍କୁ ଖେଳର କିଛି କୌଶଳ ବତାଇଛନ୍ତି । "ଜାପାନ ବିପକ୍ଷରେ ମୋର ପ୍ରଦର୍ଶନ ଭଲ ରହିନଥିଲା । ସେଥିପାଇଁ ବଡ ଭାଇ ମୋତେ ଗୁରୁତ୍ବପୂର୍ଣ୍ଣ ଭଳି ମ୍ୟାଚ ପାଇଁ କିଛି ଟିପ୍ସ ଦେଇଛନ୍ତି । ସେ ମୋତେ ମୋର କିଛି ତ୍ରୁଟିର ସୁଧାର ଆଣିବାକୁ କହିଛନ୍ତି । ସେ ଜଣେ ଅନୁଭବୀ ଖେଳାଳି । ଯେଉଁକାରଣରୁ ସେ ସୁଧାର ଆଣିବାକୁ କହିଛନ୍ତି । ମୁଁ ଭାବୁଛି ମୋର ପୂର୍ବ ତ୍ରୁଟିର ସୁଧାର ଆଣି ମୁଁ ଆଜିର ମ୍ୟାଚରେ ମଇଦାନକୁ ଓହ୍ଲାଇବି ।"