ନୂଆଦିଲ୍ଲୀ: ପରଲୋକରେ ମହାନ ଫର୍ମୁଲାୱାନ ରେସର ଷ୍ଟିରଲିଙ୍ଗ ମସ । ମୃତ୍ୟୁବେଳକୁ ତାଙ୍କୁ 90 ବର୍ଷ ବୟସ ହୋଇଥିଲା । ଷ୍ଟିରଲିଙ୍ଗଙ୍କ ମୃତ୍ୟୁରେ 6ଥରର ଫର୍ମୁଲାୱାନ ବିଶ୍ବ ଚମ୍ପିଆନ ବିଜେତା ଲିୱିସ ହାମିଲଟନ ଆବେକପୂର୍ଣ୍ଣ ଟ୍ବିଟ ଯୋଗେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
-
Today we say goodbye to Sir Stirling Moss, the racing legend. I certainly will miss our conversations. I am truly grateful to have had these special moments with him. Sending my prayers and thoughts to his family. May he rest in peace🙏🏾 pic.twitter.com/SDUAqxENHk
— Lewis Hamilton (@LewisHamilton) April 12, 2020 " class="align-text-top noRightClick twitterSection" data="
">Today we say goodbye to Sir Stirling Moss, the racing legend. I certainly will miss our conversations. I am truly grateful to have had these special moments with him. Sending my prayers and thoughts to his family. May he rest in peace🙏🏾 pic.twitter.com/SDUAqxENHk
— Lewis Hamilton (@LewisHamilton) April 12, 2020Today we say goodbye to Sir Stirling Moss, the racing legend. I certainly will miss our conversations. I am truly grateful to have had these special moments with him. Sending my prayers and thoughts to his family. May he rest in peace🙏🏾 pic.twitter.com/SDUAqxENHk
— Lewis Hamilton (@LewisHamilton) April 12, 2020
ହାମିଲଟନ ଲେଖିଛନ୍ତି ସାର ଷ୍ଟିରଲିଙ୍ଗ ମସଙ୍କୁ ବିଦାୟ କହିବାକୁ ପଡିଛି । ସର୍ବଦା ସ୍ମରଣୀୟ ହୋଇ ରହିବ ତାଙ୍କ ସହ ବିତାଇଥିବା ସ୍ବର୍ଣ୍ଣିମ ମୂହୂର୍ତ୍ତ ସବୁ । ଏଥିସହିତ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ବର୍ଷ 1951ରୁ 19 61 ମଧ୍ୟରେ 66ଟି ଗ୍ରାଣ୍ଡ ପିକ୍ସରେ ପ୍ରତିଯୋଗିତାରେ ଭାଗ ନେଇଥିଲେ ଷ୍ଟିରଲିଙ୍ଗ ମସ । ସେଥିମଧ୍ୟରୁ 10ଥର ବିଜେତା ରହିଛନ୍ତି । ମସ 1955ରେ ମିଲେ ମିଗିଲିଆ ପ୍ରତିଯୋଗିତାରେ ଘଣ୍ଟାପ୍ରତି 100 କିଲୋମିଟର ବେଗରେ ରେସିଂ କରିବା ସହ ବିଜୟୀ ହୋଇଥିଲେ । ଫର୍ମୁଲା ୱାନରେ ମସ ରେକର୍ଡ 16ଟି ଗ୍ରାଣ୍ଡ ପ୍ରିକ୍ସ ଜିତିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ