ETV Bharat / sports

ଏମିତି ଆସେ ମୃତ୍ୟୁ ! ଭଲି ଖେଳୁଥିଲେ, ଚାଲିଗଲା ଜୀବନ

ଖେଳ ଶେଷ ପୂର୍ବରୁ ଲିଭିଗଲା ଖେଳାଳିଙ୍କ ଜୀବନ ଦୀପ । ଅଧିକ ପଢନ୍ତୁ...

Volleyball palyer died in running match at Anugul
ଏମିତି ଆସେ ମୃତ୍ୟୁ ! ଭଲି ଖେଳୁଥିଲେ ଜୀବନ ଚାଲିଗଲା
author img

By

Published : Mar 17, 2021, 5:09 PM IST

Updated : Mar 17, 2021, 7:42 PM IST

ଅନୁଗୋଳ: ଏମିତି ବି ଆସେ ମୃତ୍ୟୁ। ଖେଳ ଶେଷ ହେବା ପୂର୍ବରୁ ଲିଭିଗଲା ଖେଳାଳିଙ୍କ ଜୀବନ ଦୀପ । ଖେଳୁ ଖେଳୁ ପଡ଼ିଆରେ ଟଳି ପଡିଲେ ଯୁବକ । ଏଭଳି ଘଟଣା ଘଟିଛି ଅନୁଗୋଳର ତାଳଚେରରେ ।

ତାଳଚେରର TTPS ଠାରେ ଏକ ଜିଲ୍ଲା ସ୍ତରୀୟ ଭଳିବଲ ମ୍ୟାଚ ଖେଳାଯାଉଥିଲା । ଯେଉଁଥିରେ ସ୍ଥାନୀୟ ଅଞ୍ଚଳର ଦୁଇଟି ଟିମ ଗୋବରା ଓ ବଜ୍ରକୋଟ ମଧ୍ୟରେ ସେମିଫାଇନାଲ୍ ମ୍ୟାଚ ଚାଲିଥିଲା । ତେବେ ଏହି ମ୍ୟାଚକୁ ଯେମିତି ମୃତ୍ୟୁ ଅପେକ୍ଷା କରି ରହିଥିଲା ।

ବଜ୍ରକୋଟ ଟିମର ହିମାଞ୍ଚଳ ଦେହୁରୀ ନାମକ ଜଣେ ଯୁବକ ପଡିଆ ଭିତରେ ହଠାତ ଟଳି ପଡ଼ିଥିଲେ । ହୃଦଘାତ ହୋଇଥିବା ଆଶଙ୍କା କରି ତାଙ୍କୁ ତୁରନ୍ତ TTPS ଓ ପରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେତେବେଳକୁ ବିଳମ୍ବ ହୋଇସାରିଥିଲା । ନିର୍ଦ୍ଦୟ ନିୟତି ନିଷ୍ଠୁର ହୋଇ ଖେଳାଳିଙ୍କ ଜୀବନ ଦୀପ ଲିଭାଇସାରିଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। କିଛି ମୂହୂର୍ତ୍ତ ପୂର୍ବରୁ ଦର୍ଶକଙ୍କ ଉତ୍ସାହ ଓ କୋଳାହଳରେ ଫାଟି ପଡୁଥିବା ମ୍ୟାଚ ଖେଳାଯାଉଥିବା ସ୍ଥାନରେ ଅସମ୍ଭବ ନୀରବତା ଦେଖାଯାଇଥିଲା । ଡାକ୍ତରଖାନାରୁ ପରିବାର ପର୍ଯ୍ୟନ୍ତ ଦର୍ଶକ ଓ ସାଥୀ ଖେଳାଳି ଓ ପରିବାର ଲୋକେ କେହି କୋହ ସମ୍ଭାଳିପାରୁନଥିଲେ କି ଲୁହ ରୋକିପାରୁନଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Mar 17, 2021, 7:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.