ETV Bharat / sports

ନିମ କରୌଲୀ ବାବାଙ୍କ ଧାମରେ ବିରାଟ ଓ ଅନୁଷ୍କା, ପୂଜାର୍ଚ୍ଚନା କରି ଫେରିଲେ - ବିରାଟ କୋହଲି

ନିମ କରୌଲୀ ବାବାଙ୍କ ଧାମରେ ପହଞ୍ଚିଲେ ଭାରତୀୟ ବ୍ୟାଟର ବିରାଟ କୋହଲି ଓ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା । ଗୁରୁବାର ନିମ କରୌନୀ ବାବାଙ୍କ ଧାମରେ ପହଞ୍ଚି ପୂଜର୍ଚ୍ଚନା କରିଛନ୍ତି । ଅଧିକ ପଢ଼ନ୍ତୁ

Virat Kohli and Anushka Sharma reached Kainchi Dham offered prayers at Babas abode
ନିମ କରୌଲୀ ବାବାଙ୍କ ଧାମରେ ବିରାଟ ଓ ଅନୁଷ୍କା, ପୂଜାର୍ଚ୍ଚନା କରି ଫେରିଲେ
author img

By

Published : Nov 17, 2022, 11:01 PM IST

ଡେରାଡୁନ: ନିମ କରୌଲୀ ବାବାଙ୍କ ଧାମରେ ପହଞ୍ଚିଲେ ଭାରତୀୟ ବ୍ୟାଟର ବିରାଟ କୋହଲି ଓ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା । ଗୁରୁବାର ନିମ କରୌଲୀ ବାବାଙ୍କ ଧାମରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି । ଏହାପରେ ସେଠାରେ ବସି ଉଭୟ ହନୁମାନ ଚାଳିଷା ମଧ୍ୟ ପଢ଼ିଛନ୍ତି । ଶେଷରେ ବାବାଙ୍କ ପ୍ରସାଦ ସେବନ କରିଥିଲେ ।

ନିମ କରୌଲୀ ବାବାଙ୍କ ଧାମରେ ବିରାଟ ଓ ଅନୁଷ୍କା, ପୂଜାର୍ଚ୍ଚନା କରି ଫେରିଲେ

ଏଠାରେ ବିରାଟ କୋହଲି ପହଞ୍ଚିଥିବା ଖବର ମିଳିବା ପରେ ମନ୍ଦିରରେ ଅଚାନକ ଭିଡ଼ ବଢ଼ି ଯାଇଥିଲା । କିଛି ପ୍ରଶଂସକଙ୍କୁ ଭେଟି ମୁକ୍ତେଶ୍ବର ଫେରି ଯାଇଥିଲେ ବିରାଟ କୋହଲି । ସେପଟେ ଅନୁଷ୍କା ମନ୍ଦିର ସମିତିର ଲୋକଙ୍କ ସହ ଫଟୋ ଉଠାଇଥିଲେ । ନିମକରୌଲୀ ବାବାଙ୍କ ଭକ୍ତ ଦେଶବିଦେଶରେ ରହିଛନ୍ତି । ବର୍ତ୍ତମାନ ଏହି ତାଲିକାରେ ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ନାମ ମଧ୍ୟ ଯୋଡ଼ି ହୋଇ ଯାଇଛି ।

ବିଂଶ ଶତାବ୍ଦୀର ମହାନ ସନ୍ଥଙ୍କ ମଧ୍ୟରେ ନିମ କରୌଲୀ ବାବାଙ୍କ ନାମ ଆସେ । ନୈନିତାଲ୍‌ ଭବାଲୀରୁ ୭ କିମି ଦୂର କୈଞ୍ଚୀରେ ନିମ କରୌଲୀ ବାବାଙ୍କ ଆଶ୍ରମ ରହିଛି । ୧୯୬୪ ମସିହାରେ ଏହି ଆଶ୍ରମ ସ୍ଥାପନା ହୋଇଥିଲା । ୧୯୬୧ ମସିହାରେ କୈଞ୍ଚୀରେ ପ୍ରଥମ ଥର ପାଇଁ ବାବା ଆସି ପହଞ୍ଚିଥିଲେ । ଏହାପରେ ଏଠାରେ ଏକ ଆଶ୍ରମ ସ୍ଥାପନ ପାଇଁ ନିଷ୍ପତ୍ତି ନେଇଥିଲେ । ଏହାପୂର୍ବରୁ ଫେସ୍‌ବୁକ ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ମଧ୍ୟ ନିମ କରୌଲୀ ବାବାଙ୍କ ବିଷୟରେ ଆଲୋଚନା କରି ସାରିଛନ୍ତି । ସମୁଦ୍ର ପତ୍ତନରୁ ୧୪୦୦ କିମି ଉଚ୍ଚରେ ରହିଥିବା ନୈନିତାଲ-ଅଲ୍‌ମୋଡ଼ା ମାର୍ଗରେ ଥିବା କୈଞ୍ଚୀରେ ନିମ କରୌଲୀ ବାବାଙ୍କ ଆଶ୍ରମ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.