ETV Bharat / sports

ବର୍ଷର ପ୍ରଥମ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ସ୍ବର୍ଣ୍ଣରେ ଚମକିଲେ ଭିନେଶ

author img

By

Published : Feb 28, 2021, 10:00 PM IST

ୟୁକ୍ରେନିଆନ କୁସ୍ତି ଓ କୋଚ ସ୍ମାରକୀ ଟୁର୍ଣ୍ଣାମେଣ୍ଟରେ ମହିଳା 53 କିଲୋଗ୍ରାମ ଫ୍ରିଷ୍ଟାଇଲ ଟାଇଟେଲ ବିଜେତା ହୋଇଛନ୍ତି ଭିନେଶ ଫୋଗଟ । ଅଧିକ ପଢନ୍ତୁ...

Vinesh Phogat wins gold in 53kg freestyle
ବର୍ଷର ପ୍ରଥମ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ସ୍ବର୍ଣ୍ଣରେ ଚମକିଲେ ଭିନେଶ

ନୂଆଦିଲ୍ଲୀ: ସ୍ବର୍ଣ୍ଣରେ ଚମକିଲେ ଭାରତୀୟ ଷ୍ଟାର କୁସ୍ତିଯୋଦ୍ଧା ଭିନେଶ ଫୋଗଟ । ୟୁକ୍ରେନିଆନ କୁସ୍ତି ଓ କୋଚ ସ୍ମାରକୀ ଟୁର୍ଣ୍ଣାମେଣ୍ଟରେ ମହିଳା 53 କିଲୋଗ୍ରାମ ଫ୍ରିଷ୍ଟାଇଲ ଟାଇଟେଲ ବିଜେତା ହୋଇଛନ୍ତି ଭିନେଶ ।

ହରିୟାଣାର 26 ବର୍ଷୀୟ ଏସିଆନ ଗେମ୍ସ ଚମ୍ପିଆନ 6-8ରେ ମ୍ୟାଚରେ ଗୋଟିଏ ସମୟରେ ପଛରେ ରହିଥିଲେ । ତେବେ ପରବର୍ତ୍ତୀ ସମୟରେ ଜବରଦସ୍ତ କମବ୍ୟାକ କରିବା ସହ ବିଜୟୀ ହୋଇଥିଲେ । ଏହା ଭିନେଶଙ୍କର ଚଳିତ ବର୍ଷର ପ୍ରଥମ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଥିଲା । ସମଗ୍ର ବିଶ୍ବରୁ ପ୍ରାୟ 500ରୁ ଅଧିକ କୁସ୍ତିଯୋଦ୍ଧା ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିଲେ ।

2021 ଅଲମ୍ପିକ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିସାରିଥିବା 4ଭାରତୀୟ କୁସ୍ତିଯୋଦ୍ଧାଙ୍କ ମଧ୍ୟରେ ଭିନେଶ ରହିଛନ୍ତି । କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ(65 କିଲୋଗ୍ରାମ), ରବି ଦହିୟା(57 କିଲୋଗ୍ରାମ), ଦୀପକ ପୁନିଆ(86 କିଲୋଗ୍ରାମ) ଅନ୍ୟ 3 କୁସ୍ତିଯୋଦ୍ଧା ଅଲମ୍ପିକ ଟିକେଟ ହାସଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.