ରୋମ: ମାଟ୍ଟେଓ ପେଲିକନ ରାକିଂ ସିରିଜ ଇଭେଣ୍ଟରେ ସ୍ବର୍ଣ୍ଣ ଜିତିଲେ ଭାରତୀୟ କୁସ୍ତିଯୋଦ୍ଧାଙ୍କ ଦମଦାର ପ୍ରଦର୍ଶନ ଜାରି । 53 କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ବିଜୟ ସହ ରବିବାର ବିଶ୍ବ ନମ୍ବର 1 ସ୍ଥାନକୁ ଫେରିଛନ୍ତି ବିନେଶ ଫୋଗଟ । ଅନ୍ୟପଟେ 65 କିଲୋଗ୍ରାମ ବର୍ଗରେ ଫାଇନାଲରେ ପ୍ରବେଶ କରିଛନ୍ତି ଷ୍ଟାର କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ।

ଫାଇନାଲ ମୁକାବିଲାରେ କାନାଡାର 26 ବର୍ଷୀୟ ବିଶ୍ବ ବ୍ରୋଞ୍ଜ ପଦକ ବିଜେତା ଡିଆନା ମେରୀ ହେଲେନଙ୍କୁ 4-0ରେ ଏକତରଫା ହରାଇ ବିନେଶ ସ୍ବର୍ଣ୍ଣ ପଦକ ହାତେଇଛନ୍ତି ।
ଗତ ସପ୍ତାହରେ ମଧ୍ୟ ସ୍ବର୍ଣ୍ଣ ପଦକ ଜିତିଥିଲେ ବିନେଶ । ଏହି ବିଜୟ ତାଙ୍କୁ ଟୋକିଓ ଅଲମ୍ପିକ ଯୋଗ୍ୟତା ଅର୍ଜନର ନିକଟତର କରାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ