ETV Bharat / sports

ପାରାଲମ୍ପିଆନଙ୍କୁ ଉପ-ରାଷ୍ଟ୍ରପତି ଭେଙ୍କେୟା ନାୟୁଡୁଙ୍କ ସମ୍ବର୍ଦ୍ଧନା

ହରିୟାଣା ସରକାର ଓ ଉପରାଷ୍ଟ୍ରପତି ଭେଙ୍କେୟା ନାୟୁଡୁ ରବିବାର ସଦ୍ୟ ସମାପ୍ତ ଟୋକିଓ ପାରାଲମ୍ପିକ ୨୦୨୦ ଅଂଶଗ୍ରହଣକାରୀ ଓ ହରିୟାଣାର ପଦକ ବିଜେତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଅଧିକ ପଢନ୍ତୁ...

Vice President Venkaiah Naidu felicitates Paralympians
ପାରାଲମ୍ପିଆନଙ୍କୁ ଉପ-ରାଷ୍ଟ୍ରପତି ଭେଙ୍କେୟା ନାୟୁଡୁଙ୍କ ସମ୍ବର୍ଦ୍ଧନା
author img

By

Published : Sep 19, 2021, 11:00 PM IST

ଗୁରୁଗ୍ରାମ: ହରିୟାଣା ସରକାର ଓ ଉପରାଷ୍ଟ୍ରପତି ଭେଙ୍କେୟା ନାୟୁଡୁ ରବିବାର ସଦ୍ୟ ସମାପ୍ତ ଟୋକିଓ ପାରାଲମ୍ପିକ ୨୦୨୦ ଅଂଶଗ୍ରହଣକାରୀ ଓ ହରିୟାଣାର ପଦକ ବିଜେତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର, କ୍ରୀଡାମନ୍ତ୍ରୀ ସନ୍ଦୀପ ସିଂହ ମଧ୍ୟ ଉପସ୍ଥିତ ଥିଲେ । ଗୁରୁଗ୍ରାମର ନର୍ଥକାପ ୟୁନିଭରସିଟିର ଏକ ଇଭେଣ୍ଟ ଅବସରରେ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ସୁଟିଂରେ ସ୍ବର୍ଣ୍ଣ ବିଜେତା ମନୀଷ ନରୱାଲ, ଜାଭେଲିନରେ ସୁମିତ ଅଣ୍ଟିଲଙ୍କୁ ୬ କୋଟି ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଛି ।

ସେହିପରି ଡିସକସ ଥ୍ରୋରେ ରୌପ୍ୟ ବିଜେତା ଯୋଗେଶ କାଥୁନିଆଙ୍କୁ ୪ଟି, ପୁରୁଷ ସୁଟିଂ ଇଭେଣ୍ଟରେ ରୌପ୍ୟ ଓ କାଂସ୍ୟ ପଦକ ବିଜେତା ସିଙ୍ଘରାଜ ଅଧାନାଙ୍କୁ ୪ଟି କୋଟି ଓ ୨.୫ କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା । ତୀରନ୍ଦାଜୀରେ କାଂସ୍ୟ ବିଜେତା ହରବିନ୍ଦର ସିଂହଙ୍କୁ ମଧ୍ୟ ୨.୫ କୋଟି ଟଙ୍କା ପ୍ରଦାନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.