ହାଇଦ୍ରାବାଦ: ରାଜ୍ୟସଭା ଅଧ୍ୟକ୍ଷ ତଥା ଉପ-ରାଷ୍ଟ୍ରପତି ଭେଙ୍କେୟା ନାୟୁଡୁ ସୋମବାର ଭାରତୀୟ ଚେସ୍ ଅଲମ୍ପିଆଡ ସ୍ବର୍ଣ୍ଣ ବିଜେତା ଟିମକୁ ପ୍ରଶଂସା କରିଛନ୍ତି ।
ଅଗଷ୍ଟ 30(ରବିବାର), ଭାରତ ଓ ଋଷ FIDE ଚେସ୍ ଅଲମ୍ପିଆଡର ଯୁଗ୍ମ ବିଜେତା ଘୋଷିତ ହୋଇଥିଲେ । କୋରୋନା ଭାଇରସ କାରଣରୁ ପ୍ରଥମ ଥର ଅନଲାଇନରେ ଖେଳାଯାଉଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମୁକିବିଲାରେ ଦୁଇ ଭାରତୀୟ ଖେଳାଳି ନିହାଲ ସାରିନ ଓ ଦିବ୍ୟା ଦେଶମୁଖଙ୍କ ଇଣ୍ଟରନେଟ ସଂଯୋଗ ବିଛିନ୍ନ ହୋଇଥିଲା ।
ରାଜ୍ୟସଭାର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଚେସ୍ ଅଲମ୍ପିଆଡରେ ଭାରତର ବିଜୟୀ ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି ଉପ-ରାଷ୍ଟ୍ରପତି ଭେଙ୍କେୟା ନାୟୁଡୁ ।
ପ୍ରଥମ ଥର ପାଇଁ ଭାରତ FIDE ଚେସ୍ ଅଲମ୍ପିଆଡର ଫାଇନାଲରେ ପ୍ରବେଶ କରିଥିଲା । ଏହାପୂର୍ବରୁ ବର୍ଷ 2014ରେ ବ୍ରୋଞ୍ଜ ପଦକ ସହ ଟୁର୍ଣ୍ଣାମେଣ୍ଟରେ ଭାରତର ଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ