ହାଇଦ୍ରାବାଦ: ବିଶ୍ବ ଟେନିସ ଜଗତର ମହାନତମ ମହିଳା ଟେନିସ ଖେଳାଳି ତଥା ଆମେରିକୀୟ ଟେନିସ କିମ୍ବଦନ୍ତୀ ସେରେନା ୱିଲିୟମ୍ସ ଶନିବାର ଟେନିସକୁ ବିଦାୟ କହିଛନ୍ତି(Serena Williams Bids Farewell to Tennis) । ଚଳିତ ୟୁଏସ ଓପନ ୨୦୨୨ ମହିଳା ଏକକ ବର୍ଗର ତୃତୀୟ ରାଉଣ୍ଡ ମ୍ୟାଚ୍ରେ ଅଷ୍ଟ୍ରେଲିଆର ଏଜଲା ଟମଲଜାନୋଭିକଙ୍କ ଠାରୁ ପରାସ୍ତ ହେବା ପରେ ଟେନିସକୁ ଅଲବିଦା କହିଛନ୍ତି ସେରେନା । ଫଳରେ ତାଙ୍କର ୨୭ ବର୍ଷର ସଫଳତମ ଟେନିସ କ୍ୟାରିୟର ଶେଷ ହେବାସହ ବିଶ୍ବ ଟେନିସରେ ଏଗ ଯୁଗର ଶେଷ ହେଲା ବୋଲି କୁହାଯାଉଛି ।
୪୧ବର୍ଷରେ ପଦାର୍ପଣ କରିବାକୁ ଆଉମାତ୍ର କିଛି ସପ୍ତାହ ବାକିଥିବାବେଳେ, ବିଶ୍ବ ଟେନିସ ଜଗତର ମହାନତମ ମହିଳା ଟେନିସ ତାରକା ସେରେନା ୱିଲିୟମ୍ସଙ୍କ କ୍ୟାରିୟର ଶେଷ ହୋଇଛି । ତେବେ କ୍ୟାରିୟରର ଶେଷ ମ୍ୟାଚ୍ରେ ସେ ୭-୫, ୬-୭(୪), ୬-୧ରେ ପରାସ୍ତ ହୋଇଛନ୍ତି । ସେରେନାଙ୍କୁ ଶେଷ ଥର ପାଇଁ ଟେନିସ କୋର୍ଟରେ ଦେଖିବାକୁ ୟୁଏସର ଅର୍ଥର ଆସେ ଷ୍ଟାଡିୟମ ଖଚାଖଚ ଭିଡ ଦେଖିବାକୁ ମିଳିଥିଲା । ସଫଳତମ ଟେନିସ କ୍ୟାରିୟରର ଶେଷ ତଥା ୧୦୧୪ତମ ମ୍ୟାଚ୍ର ସାକ୍ଷୀ ପାଲଟିବାକୁ ଦର୍ଶକ ଗ୍ୟାଲେରୀରେ ଅନେକ କିମ୍ବଦନ୍ତୀ ଖେଳାଳିଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ଏପରିକି ସେରେନାଙ୍କୁ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକ ଛିଡାହୋଇ ଶେଷ ଥର ପାଇଁ ଅଭିବାଦନ (Standing Ovation)ଜଣାଇଥିଲେ ।
-
One final wave 🥲 pic.twitter.com/HivoQiMDdT
— US Open Tennis (@usopen) September 3, 2022 " class="align-text-top noRightClick twitterSection" data="
">One final wave 🥲 pic.twitter.com/HivoQiMDdT
— US Open Tennis (@usopen) September 3, 2022One final wave 🥲 pic.twitter.com/HivoQiMDdT
— US Open Tennis (@usopen) September 3, 2022
୭୩ ଥର WTA ଟୁର୍ ବିଜେତା ସେରେନାଙ୍କ ନାମରେ ରହିଛି ଯୁଗ୍ମଭାବେ ସର୍ବାଧିକ ଥର ୟୁଏସ ଓପନ ଟାଇଟେଲ ବିଜୟର ରେକର୍ଡ । WTA ଟୁର୍ ଟାଇଟେଲ ସଂଖ୍ୟା ଦେଖିଲେ, ମାର୍ଟିନା ନାବ୍ରାଟିଲୋଭା ୧୬୭ ଥର ବିଜୟ ସହ ସର୍ବକାଳୀନ ସର୍ବାଧିକ ଥର ବିଜେତା ତାଲିକାର ପ୍ରଥମରେ ରହିଛନ୍ତି । ସେହିପରି କ୍ରିସ ଇଭର୍ଟ ୧୫୭ ସହ ଦ୍ବିତୀୟ, ମାର୍ଗାରେଟ୍ କୋର୍ଟ ୯୨ ସହ ତୃତୀୟ ଓ ୱିଲିୟମ୍ସ ୭୩ ଥର ବିଜୟ ସହ ଚତୁର୍ଥ ସ୍ଥାନରେ ରହିଛନ୍ତି ।
-
One final wave 🥲 pic.twitter.com/HivoQiMDdT
— US Open Tennis (@usopen) September 3, 2022 " class="align-text-top noRightClick twitterSection" data="
">One final wave 🥲 pic.twitter.com/HivoQiMDdT
— US Open Tennis (@usopen) September 3, 2022One final wave 🥲 pic.twitter.com/HivoQiMDdT
— US Open Tennis (@usopen) September 3, 2022
କାନ୍ଦିଲେ ସେରେନା
ତେବେ ଟ୍ରଫି ବିଜୟ ସଂଖ୍ୟା ଠାରୁ ସେରେନାଙ୍କ ବିଶ୍ବ କ୍ରୀଡା ଜଗତକୁ ଅବଦାନ ଢେର ଅଧିକ ଓ ଅକଳ୍ପନୀୟ । ମହିଳା ଖେଳକୁ ବିଶ୍ବରେ ପରିଚିତ କରାଇବା ସହ ସେ ବିଶ୍ବର ଅଗଣିତ ଖେଳାଳିଙ୍କ ପ୍ରେରଣା । ମାତ୍ର ନିଜ ବିଦାୟକାଳୀନ ବାର୍ତ୍ତାରେ ସେ ନିଜକୁ କେବଳ ଜଣେ ସାଧାରଣ ଝିଅ ଓ ଟେନିସକୁ ପ୍ରେମ କରିଥିବା ଖେଳାଳି ଟିଏ ବୋଲି ଅବିହିତ କରିବା ତାଙ୍କର ମହାନତାକୁ ଦର୍ଶାଏ l ତେବେ ଶେଷ ସଟ୍ଟି ନେଟ୍ରେ ଲାଗି ଅଟକି ଯିବାପରେ ଭାବବିହ୍ବଳ ହୋଇପଡିଥିଲେ । ଲୁହ ଛଳଛଳ ଆଖିରେ ସେରେନା ଶେଷ ଥର ପାଇଁ ଖେଳାଳି ଭାବେ ଟେନିସ କୋର୍ଟରୁ କହିଥିଲେ,"ଜୀବନରେ ଥରୁଟିଏ ଯିଏବି 'Go, Serena!' କହି ଉତ୍ସାହିତ କରିଛନ୍ତି ସେମାନଙ୍କ ପାଖେ ମୁଁ କୃତଜ୍ଞ । ଏହା ଏକ ଅସାଧାରଣ ଯାତ୍ରା ଥିଲା, ଯାହା ମୁଁ ଜୀବନରେ ସର୍ବଦା ମନେରଖିବି ।"
୨୭ ବର୍ଷର ଦୀର୍ଘ ପେଷାଦାର ଟେନିସ କ୍ୟାରିୟରରେ ସେରେନା ଅଗଣିତ ରେକର୍ଡ ଓ ସମ୍ମାନଜନକ ଟାଇଟେଲର ଅଧିକାରିଣୀ ହୋଇଛନ୍ତି । ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ସମୟ ମଧ୍ୟରେ ପ୍ରଭାବୀ ପ୍ରଦର୍ଶନ ବଳରେ ସେ ବିଶ୍ବର ଅଦ୍ବିତୀୟ ଓ ଶ୍ରେଷ୍ଠ ବୋଲି ନିଜକୁ ପ୍ରମାଣିତ କରିଛନ୍ତି ।
-
Major memories made across the 🌎@AustralianOpen | @RolandGarros | @Wimbledon | #USOpen pic.twitter.com/aF6tmMBA3B
— US Open Tennis (@usopen) September 3, 2022 " class="align-text-top noRightClick twitterSection" data="
">Major memories made across the 🌎@AustralianOpen | @RolandGarros | @Wimbledon | #USOpen pic.twitter.com/aF6tmMBA3B
— US Open Tennis (@usopen) September 3, 2022Major memories made across the 🌎@AustralianOpen | @RolandGarros | @Wimbledon | #USOpen pic.twitter.com/aF6tmMBA3B
— US Open Tennis (@usopen) September 3, 2022
ସେରେନାଙ୍କ ରେକର୍ଡ
୨୭ ବର୍ଷର କ୍ୟାରିୟରରେ ସେ ବର୍ଷ ୨୦୦୨ରୁ ୧୭ ମଧ୍ୟରେ ଭିନ୍ନ ବିନ୍ନ ସମୟରେ ରେକର୍ଡ ୮ ଥର ବିଶ୍ବର ନମ୍ବର ୧ ଖେଳାଳି ରହିଛନ୍ତି । ମୋଟ ୩୧୯ ସପ୍ତାହ ଯାହା ତୃତୀୟ ସର୍ବକାଳୀନ । ବର୍ତ୍ତମାନ ସମୟର ଖେଳାଳିଙ୍କ ମଧ୍ୟରେ ସେ ୪ଟି ଗ୍ରାଣ୍ଡସ୍ଲାମ ତାଜ ହାସଲ କରିଥିବା ସଦ୍ୟତମ ଖେଳାଳି । ବର୍ଷ ୨୦୦୨ରୁ ୨୦୦୩ ଓ ୨୦୧୪-୧୫ ମଧ୍ୟରେ ଦୁଇଥର ସେ ଏହି ସଫଳତା ହାସଲ କରିଛନ୍ତି ।
ସେ ଗ୍ରାଣ୍ଡସ୍ଲାମରେ ୩୬୭-୫୬, ୟୁଏସ ଓପନରେ ୧୦୮-୧୫ ଓ ୯୪ମିଲିଅନ ଆମେରିକୀୟ ଡଲାର ପୁରସ୍କାର ରାଶି ଆକାରରେ ଜିତିଛନ୍ତି, ଯାହାକି ଟେନିସ ଇତିହାସରେ କୌଣସି ମହିଳା ଖେଳାଳିଙ୍କ ଠାରୁ ଅଧିକ । ଏଥିସହ ଯୁଗଳ ଭାବେ ୩ଟି ସମେତ ମୋଟ ୪ଟି ଅଲମ୍ପିକ ସ୍ବର୍ଣ୍ଣ ପଦକ ମଧ୍ୟ ଜିତିଛନ୍ତି ।
ସେରେନାଙ୍କ ଟେନିସ କ୍ୟାରିୟର
ସେରେନାଙ୍କ ସଫଳତା ବଖାଣିବାକୁ ଶବ୍ଦ କମ୍ ପଡିବ । ୧୬ ବର୍ଷର ଝିଅ ଭାବେ ଡେବ୍ୟୁ କରିଥିବା ସେରେନା ୫ ବର୍ଷର ଝିଅର ମାଆ ହେବାପରେ ୪୧ ବର୍ଷରେ ଟେନିସକୁ ଅଲବିଦା କହିଛନ୍ତି ।
୨୭ ବର୍ଷର ସଫଳତମ କ୍ୟାରିୟରରେ ୮ ଥର ବିଶ୍ବ ନମ୍ବର ୧
ଟେନିସ ଇତିହାସରେ ସର୍ବାଧିକ ପୁରସ୍କାର ରାଶି ବିଜେତା- USD$94,806,080
୪ଟି ଅଲମ୍ପିକ୍ ଗୋଲ୍ଡ ମେଡାଲ
ସର୍ବମୋଟ ଟାଇଟେଲ ବିଜୟ- ୭୩
ଗ୍ରାଣ୍ଡସ୍ଲାମ ସିଙ୍ଗଲ୍ସ ଟାଇଟେଲ୍ ବିଜୟ -୨୩
୧୦୧୪ ମ୍ୟାଚ୍
ବିଜୟ ପରାଜୟ- ୮୫୮/୧୫୬
ବିଶ୍ବ ନମ୍ବର ୧-୩୧୯ ସପ୍ତାହ
ଅଷ୍ଟ୍ରେଲିଆ ଓପନ: ୭(୨୦୦୩, ୨୦୦୫, ୨୦୦୭, ୨୦୦୯, ୨୦୧୦, ୨୦୧୫, ୨୦୧୭); ରନର୍ସ-ଅପ୍ ୧ (୨୦୧୬)
ଫ୍ରେଞ୍ଚ୍ ଓପନ୍: ୩(୨୦୦୨, ୨୦୧୩, ୨୦୧୫); ରନର୍ସ-ଅପ୍ ୧ (୨୦୧୬)
ୱିମ୍ବଲଡନ୍: ୭(୨୦୦୨,୨୦୦୩, ୨୦୦୯, ୨୦୧୦, ୨୦୧୨, ୨୦୧୫, ୨୦୧୬); ରନର୍ସ-ଅପ୍: ୪ (୨୦୦୪, ୨୦୦୮, ୨୦୧୮, ୨୦୧୯)
ୟୁଏସ ଓପନ: ୬(୧୯୯୯, ୨୦୦୨,୨୦୦୮, ୨୦୧୨, ୨୦୧୩, ୨୦୧୪); ରନର୍ସ-ଅପ୍: ୪ (୨୦୦୧, ୨୦୧୧, ୨୦୧୮, ୨୦୧୯)
WTA Finals: ୫(୨୦୦୧, ୨୦୦୯, ୨୦୧୨, ୨୦୧୩, ୨୦୧୪); ରନର୍ସ-ଅପ୍ ୨ ଫାଇନାଲ୍ସ (୨୦୦୨, ୨୦୦୪)
ଫେଡ୍ କପ୍: ୧ (୧୯୯୯)
ଅଲମ୍ପିକ ଗେମ୍ସ: ଗୋଲ୍ଡ ମେଡାଲ ସିଙ୍ଗଲ୍ସ (୨୦୧୨), ଭଉଣୀ ବେନସଙ୍କ ସହ ୩ ମହିଳା ଡବଲ୍ସ ଗୋଲ୍ଡ (୨୦୦୦, ୨୦୦୮, ୨୦୧୨)
ଝିଅ ଭାବେ ଡେବ୍ୟୁ, ମାଆ ଭାବେ ଅବସର
ବର୍ଷ ୧୯୯୯ରେ ନ୍ୟୁୟର୍କରେ ସେରେନା ପହଞ୍ଚିଥିଲେ ତାଙ୍କର ବୟସ ଥିଲା ମାତ୍ର ୧୭ । ଏବେ ସେ ବିବାହିତା ଓ ଜଣେ ମାଆ । ତାଙ୍କର ଝିଅ ଅଲମ୍ପିଆକୁ ମଙ୍ଗଳବାର ୫ ବର୍ଷ ହୋଇଛି । ମାତ୍ର ଷ୍ଟାଡିୟମରେ ୨୩,୮୫୯ ପ୍ରଶଂସକ ଉପସ୍ଥିତ ରହିଥିଲେ ତାଙ୍କର ଶେଷ ମ୍ୟାଚ୍ର ସାକ୍ଷୀ ପାଲଟିବାକୁ । ସେରେନାଙ୍କ ଟେନିସ କ୍ୟାରିୟର ଶେଷ ପରେ ଟେନିସ ଜଗତ ତଥା କ୍ରୀଡାଜଗତର ମହାନତମ ଖେଳାଳି, ଅଗଣିତ ଶୁଭେଚ୍ଛୁ ତାଙ୍କୁ ସଫଳତମ କ୍ୟାରିୟର ପାଇଁ ଧନ୍ୟବାଦ ଓ ଆଗାମୀ ଭବିଷ୍ୟତ ଶୁଭେଚ୍ଛା ଜଣାଇଛନ୍ତି ।