ETV Bharat / sports

SAFF U-16 Championship: ନେପାଳକୁ ହରାଇ ସେମିରେ ଭାରତ

16 ବର୍ଷରୁ କମ ସାଫ ଚମ୍ପିଆନସିପ ଫୁଟବଲରେ ଭାରତ ଉଚ୍ଚକୋଟିର ପ୍ରଦର୍ଶନ କରିଛି । ଦ୍ବିତୀୟ ମ୍ୟାଚରେ ନେପାଳକୁ ହରାଇ ସେମି ଫାଇନାଲରେ ପ୍ରବେଶ କରିଛି ଭାରତ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 7, 2023, 8:58 AM IST

India beat Nepal in SAFF U16 championship
SAFF U-16 Championship

ଥିମ୍ପୁ: 16 ବର୍ଷରୁ କମ ସାଫ ଚମ୍ପିଆନସିପରେ ଭାରତୀୟ ଫୁଟବଲ ଦଳ ଦମଦାର ପ୍ରଦର୍ଶନ କରିଛି । ଭୁଟାନ ରାଜଧାନୀ ଥିମ୍ପୁରେ ଆରମ୍ଭ ହୋଇଥିବା 16 ବର୍ଷରୁ କମ ସାଫ ଚମ୍ପିଆନସିପ ଫୁଟବଲରେ ଭାରତ ତାର ଦ୍ବିତୀୟ ମୁକାବିଲାରେ ନେପାଳକୁ ପରାସ୍ତ କରିଛି । 1-0 ଗୋଲରେ ନେପାଳକୁ ପରାସ୍ତ କରି ସେମି ଫାଇନାଲରେ ପ୍ରବେଶ କରିଛି ଭାରତ । ପାକିସ୍ତାନ ସହ ସେମିଫାଇନାଲ ମୁକାବିଲା ହେବ ।

16 ବର୍ଷରୁ କମ ସାଫ ଚମ୍ପିଆନସିପ ଫୁଟବଲର ଅଷ୍ଟମ ସଂସ୍କରଣରେ ଭାରତ ତାର ପ୍ରଥମ ମୁକାବିଲାରେ ବାଂଲାଦେଶକୁ ଭେଟିଥିଲା । ଦ୍ବିତୀୟ ମ୍ୟାଚରେ ନେପାଳକୁ ଭେଟିଥିଲା ଭାରତ । ସ୍ଥାନୀୟ ଚାଙ୍ଗ୍ଲିମିଥାଙ୍ଗ ଷ୍ଟାଡିୟମରେ ମ୍ୟାଚ ଖେଳାଯାଇଥିଲା । ମ୍ୟାଚଟି ସଂଘର୍ଷପୂର୍ଣ୍ଣ ଥିଲା । ପ୍ରଥମାର୍ଦ୍ଧ ତଥା 33 ମିନିଟରେ ମହମ୍ମଦ ଅର୍ବାସ ବିଜୟ ସୂଚକ ଏକମାତ୍ର ଗୋଲ ଦେଇଥିଲେ । ମହମ୍ମଦ ଅର୍ବାସଙ୍କ ଗୋଲରେ ଭାରତ ବିଜୟ ହାସଲ କରିଛି । ଦ୍ବିତୀୟାର୍ଦ୍ଧରେ କୌଣସି ଗୋଲ ହୋଇନଥିଲା । ନେପାଳ ଖେଳାଳି ଗୋଲ ପରିଶୋଧ କରି ସ୍ଥିତି ବରାବର କରିବା ଚେଷ୍ଟା କରିଥିଲା ମାତ୍ର ଭାରତୀୟ ଖେଳାଳି ସୁଯୋଗ ଦେଇନଥିଲେ । 2ଟି ମ୍ୟାଚରୁ 1ଟି ବିଜୟ ସହ ଭାରତ ସେମିଫାଇନାଲ ସ୍ଥାନ ସୁରକ୍ଷିତ କରି ନେଇଛି ।

ପ୍ରଥମ ମ୍ୟାଚ ପରେ ଭାରତକୁ 4 ଦିନ ବିଶ୍ରାମ । ସେପ୍ଟେମ୍ବର 6 ତାରିଖ ଅର୍ଥାତ ଗତକାଲି (ବୁଧବାର) ନେପାଳକୁ ଭେଟିଥିଲା ଭାରତ । ଗ୍ରୁପ ବିରେ ଆୟୋଜକ ଭୁଟାନ, ପାକିସ୍ତାନ ଓ ମାଳଦ୍ବୀପ ରହିଛନ୍ତି । ଗ୍ରୁପ ଏ’ରେ ଭାରତ, ନେପାଳ ଓ ବାଂଲାଦେଶ ରହିଛନ୍ତି । ଶୀର୍ଷ ଦୁଇ ଦଳ ସେମି ଫାଇନାଲକୁ ପ୍ରବେଶ କରିବେ । ପ୍ରଥମ ମ୍ୟାଚରେ ଭାରତ ବାଂଲାଦେଶକୁ 1-0 ଗୋଲରେ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଥିଲା । ଦୁଇଟି ମ୍ୟାଚ ଜିତି ପଏଣ୍ଟ ଟେବୁଲ ଶୀର୍ଷରେ ରହିଛି ଭାରତ । ସେପଟେ ଗ୍ରୁପ ବିରେ ପାକିସ୍ତାନ 2ଟି ମ୍ୟାଚ ଜିତିଥିବା ବେଳେ ମାଳଦ୍ବୀପ ଗୋଟିଏ ମ୍ୟାଚ ଜିତିଛି ।

ଏହା ବି ପଢନ୍ତୁ...SAFF U-16 Championship: ଭାରତର ବିଜୟ ଅଭିଯାନ

ଏହା ବି ପଢନ୍ତୁ...SAFF Championship 2023: କୁଏତକୁ ହରାଇ ନବମ ଟାଇଟଲ ହାତେଇଲା ଭାରତ

ପ୍ରକାଶ ଥାଉ କି, ଭାରତୀୟ ସିନିୟର ପୁରୁଷ ଦଳ ଚଳିତ ସାଫ ଚମ୍ପିଆନସିପ ଚମ୍ପିଆନ ହୋଇଛି । କୁଏତକୁ ପେନାଲ୍ଟି ସୁଟଆଉଟରେ 5-4 ଗୋଲରେ ହରାଇ ନବମ ସାଫ ଚମ୍ପିଆନସିପ ଟାଇଟଲ ହାସଲ କରିଥିଲା ସୁନୀଲ ଛେତ୍ରୀଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.