ପୁନେ(ମହାରାଷ୍ଟ୍ର): ଚଳିତ ଅଲଟିମେଟ ଖୋ ଖୋ ଟୁର୍ଣ୍ଣାମେଣ୍ଟରେ ଓଡିଶା ଜଗର୍ନଟ୍ସ ଟିମର ଦମଦାର ପ୍ରଦର୍ଶନ ଜାରି ରହିଛି । ଓଡିଶା କ୍ରୀଡା ଓ ଯୁବସେବା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା ଟିମ ଓଡିଶାର ଜବରଦସ୍ତ ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି(Sports Minister Tusharkanti Behera praises Odisha Juggernauts) । ଚଳିତ ଥର ଅଲଟିମେଟ ଖୋ ଖୋ ଟୁର୍ଣ୍ଣାମେଣ୍ଟର(Ultimate Kho Kho) ଉଦ୍ଘାଟନୀ ସଂସ୍କରଣ(Inaugural Edition) ହୋଇଥିବାବେଳେ ଓଡିଶା ଜଗର୍ନଟ୍ସ ପ୍ରତିପକ୍ଷଙ୍କୁ ମାତ୍ ଦେଇ ବିଜୟ ଯାତ୍ରା ଜାରି ରଖିଛି ।
-
Hon'ble Minister, @sports_odisha, Shri @btushar02 visited @ultimatekhokho league at Pune and met the @od_juggernauts team. He heaped praises on the Team for their splendid show in the inaugural edition till now. pic.twitter.com/75PlzJquYB
— Odisha Sports (@sports_odisha) August 26, 2022 " class="align-text-top noRightClick twitterSection" data="
">Hon'ble Minister, @sports_odisha, Shri @btushar02 visited @ultimatekhokho league at Pune and met the @od_juggernauts team. He heaped praises on the Team for their splendid show in the inaugural edition till now. pic.twitter.com/75PlzJquYB
— Odisha Sports (@sports_odisha) August 26, 2022Hon'ble Minister, @sports_odisha, Shri @btushar02 visited @ultimatekhokho league at Pune and met the @od_juggernauts team. He heaped praises on the Team for their splendid show in the inaugural edition till now. pic.twitter.com/75PlzJquYB
— Odisha Sports (@sports_odisha) August 26, 2022
ଚଳିତ ସଂସ୍କରଣରେ ଓଡିଶା ଜଗର୍ନଟ୍ସ ୧୫ ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ମଧ୍ୟ ରହିଛି । ଏଥିସହ ଲଗାତାର ୪ଟି ମ୍ୟାଚ୍ରେ ଅପରାଜେୟ ରହିଛି । ଟିମର ଏହି ବିଜୟୀ ପ୍ରଦର୍ଶନରେ ଉତ୍ସାହିତ ହେବା ସହ ମନ୍ତ୍ରୀ ତୁଷାରକାନ୍ତି ସମସ୍ତ ଖେଳାଳିଙ୍କୁ ଅବଶିଷ୍ଟ ମ୍ୟାଚ୍ରେ ମଧ୍ୟ ବିଜୟୀ ପ୍ରଦର୍ଶନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, "ଆମର ଟିମ ଓଡିଶା ଜଗର୍ନଟ୍ସ ପଏଣ୍ଟ ଟେବୁଲର ଶୀର୍ଷରେ ରହିଥିବା ଜାଣି ଖୁସି । ଏଯାବତ ୬ଟି ମ୍ୟାଚ୍ରୁ ୫ଟିରେ ଆମଟିମ ବିଜୟୀ ହୋଇଛି । ଆମ ଟିମ ଫାଇନାଲରେ ପହଞ୍ଚିବା ନେଇ ମୁଁ ଦୃଢ ଆଶାବାଦୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ପୋର୍ଟ୍ସ ଫର୍ ୟୁଥ୍, ୟୁଥ୍ ଫର୍ ଫ୍ୟୁଚର୍ ଲକ୍ଷ୍ୟ ଓଡିଶାକୁ କ୍ରୀଡାର ଏକ ହବ୍ କରିପାରିଛି ।"
-
New Sheriff in Town 👮
— Ultimate Kho Kho (@ultimatekhokho) August 26, 2022 " class="align-text-top noRightClick twitterSection" data="
After an action-packed Day 9⃣, Odisha Juggernauts sit on 🔝 of the table as other teams look to displace them 👌#UltimateKhoKho #IndiaMaarChalaang #AbKhoHoga #KhoKho pic.twitter.com/y8lh3CvPI9
">New Sheriff in Town 👮
— Ultimate Kho Kho (@ultimatekhokho) August 26, 2022
After an action-packed Day 9⃣, Odisha Juggernauts sit on 🔝 of the table as other teams look to displace them 👌#UltimateKhoKho #IndiaMaarChalaang #AbKhoHoga #KhoKho pic.twitter.com/y8lh3CvPI9New Sheriff in Town 👮
— Ultimate Kho Kho (@ultimatekhokho) August 26, 2022
After an action-packed Day 9⃣, Odisha Juggernauts sit on 🔝 of the table as other teams look to displace them 👌#UltimateKhoKho #IndiaMaarChalaang #AbKhoHoga #KhoKho pic.twitter.com/y8lh3CvPI9
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ରାଜ୍ୟରେ ତୃଣମୂଳ ସ୍ତରରେ ସମସ୍ତ ଖେଳର ଭିତ୍ତିଭୂମୀର ବିକାଶ ଉପରେ ଆମେ ବିଶେଷ ଧ୍ୟାନ ଦେଉଛୁ, ଓଡିଶା ଜଗର୍ନଟ୍ସ ଖୋ ଖୋ ଖେଳର ଉନ୍ନତି ଦିଗରେ ଅନେକ ଯୁବ ପ୍ରତିଭାବାନ ଖେଳାଳିଙ୍କୁ ପ୍ରେରିତ କରିବ ବୋଲି ଆଶାବାଦୀ । ଏଥିସହ ଏହି ଅଲଟିମେଟ ଖୋ ଖୋ ଟୁର୍ଣ୍ଣାମେଣ୍ଟ ଅନେକ ଖୋ ଖୋ ଖେଳାଳିଙ୍କ ଜୀବନ ବଦଳାଇବାରେ ସହାୟକ ହେବ ।" ଓଡିଶା ଜଗର୍ନଟ୍ସ ଚଳିତ ଲିଗ୍ରେ ସର୍ବାଧିକ ଡିଫେଣ୍ଡିଂ ପଏଣ୍ଟ ୪୨ ହାସଲ କରିଛି । ସୁଭାଶିଷ ସନ୍ତ୍ରା ଓଡିଶା ଜଗର୍ନଟ୍ସ ଟିମ ପାଇଁ ଟ୍ରମ୍ପକାର୍ଡ ସାବ୍ୟସ୍ତ ହୋଇଛନ୍ତି । ସେ ମଧ୍ୟ ୪୩ ପଏଣ୍ଟ ସହ ଲିଗ୍ରେ ଟପ୍-୩ ୱାଜାର୍ସଙ୍କ(Top-3 Wazirs) ମଧ୍ୟରେ ରହିଛନ୍ତି ।
ଓଡିଶା ଟିମ ପାଇଁ ପ୍ରଭାବୀ ପ୍ରଦର୍ଶନ ବଳରେ ଅନ୍ୟତମ ପ୍ରମୁଖ ମ୍ୟାଚ୍ ବିଜେତା ସାଜିଛନ୍ତି ବାଲେଶ୍ବରର ପୁଅ ଜଗନ୍ନାଥ ମୁର୍ମୁ(Jagannatha Murmu) । ଓଡିଶା ଜଗର୍ନଟ୍ସ ଟିମର ସମସ୍ତ ଖେଳାଳି ଟାଇଟେଲ ବିଜୟୀ ହେବାପର୍ଯ୍ୟନ୍ତ ଶ୍ରେଷ୍ଠ ପ୍ରଦର୍ଶନ ଜାରି ରଖିବା ପାଇଁ ପଣ କରିଛନ୍ତି ।
ଜଗନ୍ନାଥ ମୁର୍ମୁ କହିଛନ୍ତି, "ରାଜ୍ୟର କ୍ରୀଡାମନ୍ତ୍ରୀଙ୍କୁ ଭେଟିବା ଆମ ସମସ୍ତଙ୍କ ପାଇଁ ସୌଭାଗ୍ୟର କଥା । ବ୍ୟସ୍ତ କାର୍ଯ୍ୟସୂଚୀ ସତ୍ତ୍ବେ ସାର୍ ଆମକୁ କେବଳ ଭେଟିବାକୁ ଓଡିଶାରୁ ପୁନେ ଆସିଛନ୍ତି । ଆଗାମୀ ମ୍ୟାଚ୍ରେ ଭଲ ପ୍ରଦର୍ଶନ କରିବାକୁ ସେ ଆମକୁ ଉତ୍ସାହିତ କରିଛନ୍ତି । ସେ ଚାହାନ୍ତି ଓଡିଶା ଟିମ ଟ୍ରଫି ବିଜେତା ହେଉ, ଏହା ମଧ୍ୟ ଆମ ସମସ୍ତଙ୍କର ଲକ୍ଷ୍ୟ ।" ଶନିବାର ଓଡିଶା ଜଗର୍ନଟ୍ସ ତାର ପରବର୍ତ୍ତୀ ମୁକାବିଲାରେ ମୁମ୍ବାଇ ଖିଲାଡିକୁ ଭେଟିବ । ଏହି ମ୍ୟାଚ୍ରେ ବିଜୟ ମିଳିଲେ ଟିମର ପ୍ଲେ-ଅଫ୍ ଟିକେଟ ପକା ହେବ ।
ଅଲଟିମେଟ ଖୋ ଖୋ ଅମିତ ବର୍ମାନଙ୍କ(Amit Burman) ତତ୍ତ୍ବାବଧାନରେ ଭାରତୀୟ ଖୋ ଖୋ ମହାସଂଘର ସହଭାଗିତାରେ(Kho kho Federation of India) ଖେଳଯାଉଛି । ପ୍ରଥମ ସଂସ୍କରଣରେ ୬ଟି ଟିମ ମଧ୍ୟରେ ପ୍ରତିଯୋଗିତା ହେଉଛି । ସେପ୍ଟେମ୍ବର ୪ରେ ପୁନେରେ ଫାଇନାଲ ମ୍ୟାଚ୍ ଖେଳାଯିବାର ସୂଚୀ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନିକଟରେ ଓଡିଶା ଜଗର୍ନଟ୍ସର ମ୍ୟାଚ୍ ଦେଖିବା ସମୟର ଭିଡିଓ ସେୟାର କରିଥିଲେ ଓ ବିଜୟରେ ଉଲ୍ଲସିତ ହୋଇ ଟିମ ଓଡିଶାକୁ ସମର୍ଥନ କରିବାକୁ ଅପିଲ କରିଥିଲେ ।