ETV Bharat / sports

ଭୁବନେଶ୍ୱରରେ ପହଞ୍ଚିଲେ ଅଲ୍‌ଟିମେଟ୍‌ ଖୋଖୋ ଚମ୍ପିଆନ ଓଡିଶା ଜଗରନଟ୍ସ

author img

By

Published : Sep 5, 2022, 10:43 PM IST

ରାଜଧାନୀରେ ପହଞ୍ଚିଛନ୍ତି ଅଲଟିମେଟ ଖୋଖୋ ଚମ୍ପିଆନ ଦଳ ଓଡ଼ିଶା ଜଗରନଟ୍ସ (Ultimate Kho Kho champion Odisha Juggernauts )। ଭୁବନେଶ୍ବରରେ ପହଞ୍ଚିବା ପରେ ପାରମ୍ପରିକ ଢଙ୍ଗରେ ଚମ୍ପିଆନ୍‌ ଟିମ୍‌ର ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି । ଅଧିକ ପଢ଼ନ୍ତୁ

ଭୁବନେଶ୍ବରରେ ପହଞ୍ଚିଲେ ଅଲ୍‌ଟିମେଟ୍‌ ଖୋଖୋ ଚମ୍ପିଆନ ଓଡ଼ିଶା ଜଗରନଟ୍ସ

ଭୁବନେଶ୍ବର: ସୋମବାର ରାଜଧାନୀରେ ପହଞ୍ଚିଛନ୍ତି ଅଲଟିମେଟ ଖୋଖୋ ଚମ୍ପିଆନ ଦଳ ଓଡ଼ିଶା ଜଗରନଟ୍ସ (Ultimate Kho Kho champion Odisha Juggernauts ) । ଭୁବନେଶ୍ବରରେ ପହଞ୍ଚିବା ପରେ ପାରମ୍ପରିକ ଢଙ୍ଗରେ ଚମ୍ପିଆନ୍‌ ଟିମ୍‌ର ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି । ଏହି ସମୟରେ କୀଡ଼ା ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ ।

ପୁନେରେ ଆୟୋଜିତ ଅଲଟିମେଟ ଖୋ ଖୋ ଲିଗ୍‌ ଫାଇନାଲ ମ୍ୟାଚରେ ତେଲୁଗୁ ଯୋଦ୍ଧାସକୁ ହରାଇ ଚମ୍ପିଆନ୍‌ ହୋଇଛି ଓଡ଼ିଶା ଜଗର୍ନଟ୍ସ । ଗତକାଲି (ରବିବାର) ଖେଳାଯାଇଥିବା ରୋମାଞ୍ଚକର ଫାଇନାଲ ମ୍ୟାଚରେ ପ୍ରତିଦ୍ବନ୍ଦୀ ତେଲୁଗୁ ଯୋଦ୍ଧାସକୁ ୪୬-୪୫ ପଏଣ୍ଟରେ ହରାଇ ଓଡିଶା ଜଗର୍ନଟ୍ସର ଐତିହାସିକ ବିଜୟ ହାସଲ କରିଛି ।

ଶେଷ ୧୫ ସେକେଣ୍ଡରେ ସୁରଜ ଲଣ୍ଡେଙ୍କ ସ୍କାଏ ଡାଇଭ୍‌ ବଳରେ ଓଡ଼ିଶା ଜଗର୍ନଟ୍ସ ବିଜୟୀ ହୋଇଥିଲା । ଅଲ୍ଟିମେଟ୍‌ ଖୋଖୋ ଚମ୍ପିଆନ୍‌ସିପ୍‌ର ପ୍ରଥମ ସଂସ୍କରଣରରେ ଚମ୍ପିଆନ୍‌ ହୋଇ ଇତିହାସ ରଚିଛି ଓଡ଼ିଶା ଜଗର୍ନଟ୍ସ । ଗୋଟିଏ ସମୟରେ ତେଲଗୁ ଯୋଦ୍ଧାସ୍‌ ଦଳ ଓଡ଼ିଶା ଜଗର୍ନଟ୍ସଠାରୁ ୪୧-୨୭ ପଏଣ୍ଟରେ ଲିଡ୍‌ କରୁଥିଲା । ଶେଷ ୧.୨୪ ମିନିଟ ବେଳକୁ ତେଲଗୁ ଯୋଦ୍ଧାସ୍‌ ୪୫-୪୩ ପଏଣ୍ଟରେ ଲିଡ୍‌ କରୁଥିଲା । ତେବେ ଶେଷ ବେଳକୁ ସୁରଜ ଲଣ୍ଡେ ୩.୩ ମିନିଟ ଫିଲ୍ଡରେ ରହି ତେଲୁଗୁ ଯୋଦ୍ଧାସ୍‌ର ଅବଧୂତ ପାଟିଲ୍‌ଙ୍କୁ ଆଉଟ କରିଥିଲେ । ଯାହା ଫଳରେ ଓଡ଼ିଶା ଜଗର୍ନଟ୍ସକୁ ୩ ପଏଣ୍ଟ ମିଳିଥିଲା ।

ଫାଇନାଲ୍‌ ମ୍ୟାଚ୍‌ରେ ସୁରଜ ଲଣ୍ଡେ ଦଳ ପାଇଁ ୯ ପଏଣ୍ଟ ହାସଲ କରିଥିବା ବେଳେ ତେଲୁଗୁ ଯୋଦ୍ଧାସ୍‌ର ରୋହନ ସିଙ୍ଗାଡେ ୧୧ ପଏଣ୍ଟ ହାସଲ କରିଥିଲେ । ଏହାପୂର୍ବରୁ ଟସ୍‌ ଜିତି ପ୍ରଥମେ ଡିଫେଣ୍ଡ କରିବାକୁ ନିଷ୍ପତ୍ତି ନେଇଥିଲା ଓଡ଼ିଶା ଜଗର୍ନଟ୍ସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.