ହାଇଦ୍ରାବାଦ: ଟୁର୍ ଡି ଫ୍ରାନ୍ସ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ । କୋରାନା ଭାଇରସର ଆତଙ୍କ ଯୋଗୁଁ ନିର୍ଦ୍ଧାରିତ ସମୟରେ ହୋଇପାରିବ ନାହିଁ ଏହି ରେସ୍ । ବିଶ୍ବର ଲୋକପ୍ରିୟ ସାଇକେଲିଂ ରେସକୁ ସ୍ଥଗିତ କରାଯାଇଛି । ତେବେ ଚଳିତ ବର୍ଷ 29 ଅଗଷ୍ଟରୁ 20ସେପ୍ଟେମ୍ବର ମଧ୍ୟରେ ଆୟୋଜିତ ହେବାର ଆଶା ରହିଛି ।
ସୂଚନାଥାଉକି, ଟୁର ଡି ଫ୍ରାନ୍ସ 27 ଜୁନକୁ ନିସ ସହରରେ ଆୟୋଜିତ ହେବା ନେଇ ନିର୍ଦ୍ଧାରିତ ହୋଇଥିଲା ।