ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ସକୁ ଆଉ ମାତ୍ର 21 ଦିନ ବାକି ଥିବାବେଳେ ଭାରତୀୟ କୁସ୍ତିଯୋଦ୍ଧା ସୁମିତ ମଲିକଙ୍କୁ ଦୁଇବର୍ଷ ବାସନ୍ଦ କରିଛି ଭାରତୀୟ କୁସ୍ତି ମହାସଂଘ(WFI) । ସୁମିତଙ୍କ ପାଖରେ ବାସନ୍ଦାଦେଶ ବିରୋଧରେ ଆବେଦନ କରିବାକୁ ମାତ୍ର 7 ଦିନ ରହିଛି । ଯଦି ସେ ବାସନ୍ଦାଦେଶକୁ ଗ୍ରହଣ କରନ୍ତି ତେବେ, ଟୋକିଓ ଅଲମ୍ପିକ୍ସରୁ ବାଦ ପଡିବା ନିଶ୍ଚିନ୍ତ ।
କୁସ୍ତିଯୋଦ୍ଧା ସୁମିତ ମଲିକଙ୍କ ରକ୍ତ ନମୁନା ପରୀକ୍ଷା ଫଳ ପୁନର୍ବାର ଆସିଛି ଓ ପୂର୍ବପରି ରିପୋର୍ଟ ଅପରିବର୍ତ୍ତିତ ରହିଛି । ଜୁନ 3ରୁ ପିଛିଲା ଭାବେ ଦୁଇ ବର୍ଷ ବାସନ୍ଦାଦେଶ ଲାଗୁ କରିଛି କୁସ୍ତି ସଂଘ । ମାତ୍ର ଏହା ବିରୋଧରେ ଅଭିଯୋଗ କରିବାକୁ ତାଙ୍କ ପାଖରେ 7 ଦିନ ସମୟ ରହିଛି । ଗତ ମାସରେ ସୁମିତ ଡୋପ ଟେଷ୍ଟରେ ବିଫଳ ହେବାପରେ ପୁନଃ ନମୁନା ସଂଗ୍ରହ କରାଯାଇଥିଲା।
2018 ରାଜ୍ୟଗୋଷ୍ଠୀ କ୍ରୀଡା ସ୍ବର୍ଣ୍ଣ ବିଜେତା 125 କିଲୋଗ୍ରାମ ବର୍ଗରେ ବୁଲଗେରିଆ ଇଭେଣ୍ଟରେ ଟୋକିଓ ଅଲମ୍ପିକ ଟିକେଟ ହାସଲ କରିଥିଲେ । ମାତ୍ର ଡୋପ ଟେଷ୍ଟରେ ବିଫଳ ହେବାପରେ ତାଙ୍କପାଇଁ ଅଡୁଆ ବଢିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ