ETV Bharat / sports

ଟୋକିଓ ଅଲମ୍ପିକ: ଭାରତୀୟ ଖେଳାଳିଙ୍କୁ ପିଏମ ମୋଦିଙ୍କ ଶୁଭେଚ୍ଛା, ସଫଳତା କାମନା

author img

By

Published : Jul 13, 2021, 7:24 PM IST

Updated : Jul 26, 2021, 3:31 PM IST

ଅଲମ୍ପିକ ଯୋଗ୍ୟ ଖେଳାଳିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

Tokyo Olympics: PM Modi interacts with Indian contingent, wishes them success
ଟୋକିଓ ଅଲମ୍ପିକ: ଭାରତୀୟ ଖେଳାଳିଙ୍କୁ ପିଏମ ମୋଦିଙ୍କ ଶୁଭେଚ୍ଛା, ସଫଳତା କାମନା

ନୂଆଦିଲ୍ଲୀ: ଅଲମ୍ପିକ ଯୋଗ୍ୟ ଖେଳାଳିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମଙ୍ଗଳବାର ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ମୋଦି ଟୋକିଓ ଅଲମ୍ପିକ ପାଇଁ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହ ସଫଳତା କାମନା କରିଛନ୍ତି । ଜୁଲାଇ 23ରୁ ବିଶ୍ବ କ୍ରୀଡାର ମହାକୁମ୍ଭ ଅଲମ୍ପିକ ଖେଳ ଆରମ୍ଭ ହେବ ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ- PMO ପୂର୍ବରୁ ଖେଳାଳିଙ୍କ ସହ ପିଏମଙ୍କ ଆଲୋଚନା ନେଇ ସୂଚନା ଦେଇଥିଲା । ଟୋକିଓ ଅଲମ୍ପିକ୍ସରେ ଅଂଶଗ୍ରହଣ କରିବା ପୂର୍ବରୁ ଖେଳାଳିମାନଙ୍କୁ ପ୍ରଧାନମନ୍ତ୍ରୀ ଉତ୍ସାହିତ କରିବେ ବୋଲି କାର୍ଯ୍ୟାଳୟ କହିଥିଲା ।

ଖେଳାଳିଙ୍କ ସହ ଆଲୋଚନା ସମୟେର ପ୍ରଧାନମନ୍ତ୍ରୀ ବହୁ ଖେଳାଳିଙ୍କ ନିଜର ପ୍ରସ୍ତୁତି ନେଇ ଜାଣିବାକୁ ଚାହିଁଥିଲେ । ବ୍ୟାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁଙ୍କୁ ଗାଚିବୋଲି ଷ୍ଟାଡିୟମରେ କିପରି ଅଭ୍ୟାସ କରୁଥିବା ନେଇ ପ୍ରଶନ କରିଥିଲେ ମୋଦି ।

ଉତ୍ତରରେ ସିନ୍ଧୁ କହିଥିଲେ, "ସେଠାରେ ଅଭ୍ୟାସ ଭଲଭାବେ ଚାଲିଛି, ଏହି ଷ୍ଟାଡିୟମ ପରିସର ଅଲମ୍ପିକ ଷ୍ଟାଡିୟମ ପରି ବନ୍ଦ ଓ ଆକାରରେ ବଡ । ଜାନୁଆରୀ ଠାରୁ ସେଠାରେ ଅଭ୍ୟାସ କରୁଛି, ସ୍ଥାନୀୟ ଅଧିକାରୀ ଅଭ୍ୟାସ ପାଇଁ ଅନୁମତି ପ୍ରଦାନ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ।"

ଏଥିସହ ସିନ୍ଧୁଙ୍କ ପିତା ପିଭି ରମଣ କହିଥିଲେ, "ଦେଶର ସମସ୍ତ ପିତାମାତା ଖେଳପ୍ରତି ବିଶେଷ ରୁଚି ରଖୁଥିବା ସେମାନଙ୍କ ପିଲାଙ୍କୁ ଖେଳିବାକୁ ପ୍ରେରିତ କରିବା ଉଚିତ, ସରକାରୀ ସମସ୍ତ ପ୍ରକାର ସହାୟତା ଉପଲବ୍ଧ କରୁଛନ୍ତି, ଦେଶର ପାଇଁ ଗୌରବ ଆଣିବାକୁ ପରିବାର ସଦସ୍ୟ ସହଯୋଗ କରିବା ଆବଶ୍ୟକ ।"

ଆମେରିକାନ ବକ୍ସର ମହମ୍ମଦ ଅଲୀଙ୍କ ଠାରୁ ଅନୁପ୍ରାଣୀତ ବୋଲି ଟୋକିଓ ଅଲମ୍ପିକ୍ସରେ ଭାରତର ଧ୍ବଜା ବାହକ ଥିବା ମଣୀପୁରୀ ଭେଟେରାନ ବକ୍ସର ମେରୀ କମ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ।

ପ୍ରଧାନମନ୍ତ୍ରୀ ମୋଦି ଜାଭେଲିନ୍ ଥ୍ରୋଅର ନୀରଜ ଚୋପ୍ରାଙ୍କୁ ମଧ୍ୟ ଉତ୍ସାହିତ କରିଥିଲେ ଏବଂ ତାଙ୍କୁ ଚାପମୁକ୍ତ ହୋଇ ଖେଳିବାକୁ କହିଥିଲେ। ନିକଟରେ ଆହତ ଜନିତ ସମସ୍ୟାରୁ ମୁକୁଳିଛନ୍ତି ନୀରଜ ଓ ବର୍ତ୍ତମାନ ସ୍ବିଡେନରେ ଅଲମ୍ପିକ ପ୍ରସ୍ତୁତି ଚଳାଇଛନ୍ତି ।

ଦେଶର ଷ୍ଟାର ଧାବିକା ଦୂତୀ ଚାନ୍ଦ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ, "ଏହା ମୋର ଦ୍ବିତୀୟ ଅଲମ୍ପିକ୍ସ, ଦେଶର ସମସ୍ତ ମହିଳା ଭଲ କରନ୍ତି ବୋଲି ଚାହେଁ । ଟୋକିଓ ଅଲମ୍ପିକ୍ସରେ ନିଶ୍ଚିନ୍ତ ଭଲ ପ୍ରଦର୍ଶନ ପାଇଁ ଚେଷ୍ଟା କରିବି ।"

ପ୍ରଧାନମନ୍ତ୍ରୀ ନିକଟରେ ଟୋକିଓ 2020ରେ ଭାରତୀୟ ଅଲମ୍ପିକ ଟିମକୁ ମିଳିବାକୁ ଥିବା ସମସ୍ତ ସୁବିଧା ପ୍ରସ୍ତୁତିର ଉଚ୍ଚସ୍ତରୀୟ ସମୀକ୍ଷା କରିଥିଲେ ଓ ଦେଶବାସୀଙ୍କୁ ଖେଳାଳିମାନଙ୍କୁ ଉତ୍ସାହିତ କରିବାକୁ ଅପିଲ କରିଥିଲେ ।

ଭାରତ ଟୋକିଓ ଅଲମ୍ପିକ୍ସକୁ 119 ଆଥଲେଟଙ୍କ ସମେତ 228 ଜଣିଆ ଶକ୍ତିଶାଳୀ ଟିମ ପଠାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 26, 2021, 3:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.