ETV Bharat / sports

Tokyo Olympics, INTERVIEW: କମଲ କହିଲେ ଭଲ ପ୍ରଦର୍ଶନ ସତ୍ତ୍ବେ ମିଳିଲାନି ସଫଳତା

author img

By

Published : Jul 29, 2021, 4:05 PM IST

ଇଟିଭି ଭାରତ ସହ ସ୍ବତନ୍ତ୍ର ସାକ୍ଷାତକାରରେ ଅଲମ୍ପିକ ପରାଜୟର କାରଣ ବଖାଣିଲେ ଭେଟେରାନ ଟେବୁଲ ଟେନିସ ଖେଳାଳି ସରଥ କମଲ । ''ଲଙ୍ଗ୍‌ ବିପକ୍ଷ ମ୍ୟାଚ୍‌ ''ଶ୍ରେଷ୍ଠ ମ୍ୟାଚ'' ଥିଲା, ତୃତୀୟ ସେଟ୍‌ରେ ସୁଯୋଗ ହାତଛଡା ହୋଇଗଲା ।'' ଅଧିକ ପଢନ୍ତୁ...

Tokyo Olympics, INTERVIEW: I had him completely cornered, Sharath Kamal on his defeat to Ma Long
Tokyo Olympics, INTERVIEW: କମଲ କହିଲେ ଭଲ ପ୍ରଦର୍ଶନ ସତ୍ତ୍ବେ ସପକ୍ଷରେ ଗଲାନି ଫଳାଫଳ

ହାଇଦ୍ରାବାଦ: ଭାରତୀୟ ଷ୍ଟାର ଟେବୁଲ ଟେନିସ ଖେଳାଳି ଅଚନ୍ତା ସରଥ କମଲ ଜୁଲାଇ ୨୭ରେ ଦେଶବାସୀଙ୍କ ହୃଦୟ ଜିତି ନେଇଥିଲେ । ଚାଇନାର ଶକ୍ତିଶାଳୀ ମା ଲଙ୍ଗଙ୍କୁ କଡା ଟକ୍କର ଦେଇଥିବା କମଲଙ୍କୁ ପ୍ରଶଂସାର ସୁଅ ଛୁଟିଥିଲା । ଇଟିଭି ଭାରତକୁ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ସରଥ କହିଛନ୍ତି, ଲଙ୍ଗ୍‌ ବିପକ୍ଷ ମ୍ୟାଚ୍‌ ''ଶ୍ରେଷ୍ଠ ମ୍ୟାଚ'' ଥିଲା । ବିଜୟ ପାଇଁ ସମସ୍ତ ପ୍ରୟାସ ସତ୍ତ୍ବେ ଫଳାଫଳ ସପକ୍ଷରେ ଯାଇନଥିଲା ।

ପ୍ରାୟ ଗୋଟିଏ ଦଶନ୍ଧିରୁ ଅଧିକ ସମୟ ଭାରତୀୟ ଜର୍ସିରେ ନଜର ଆସିସାରିଛନ୍ତି ଭେଟେରାନ ଟେବୁଲ ଟେନିସ ଖେଳାଳି । ମନିକା ବାତ୍ରାଙ୍କ ସହିତ ମିଶ୍ରିତ ଯୁଗଳ ଟିମ ଅଲମ୍ପିକରେ ପଦକ ଜିତିବା ନେଇ ଆଶା ରହିଥିଲା ବୋଲି ସେ କହିଛନ୍ତି ।

Tokyo Olympics, INTERVIEW: I had him completely cornered, Sharath Kamal on his defeat to Ma Long
ସରଥ କମଲ

ପ୍ରଶ୍ନ: ଅଳ୍ପକେ ବିଜୟରୁ ବଞ୍ଚିତ ହେବାକୁ ପଡିଲା, ସ୍କୋରକାର୍ଡରେ ଲାଙ୍ଗଙ୍କୁ ଜିତିବାର ନିକଟତର ଥିଲେ । କଣ ଥିଲା ମାଇଣ୍ଡସେଟ୍‌ ?

ଉ. ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ ଜାଣିଥିଲି କଷ୍ଟକର ଡ୍ର'ରେ ସ୍ଥାନ ମିଳିଛି । ରାଉଣ୍ଡ ୨ରେ ଆପୋଲୋନିଆ ଥିଲେ ଯାହାଙ୍କୁ ମୁଁ ଗତ ୧୫ ବର୍ଷ ହେଲା ଜିତିପାରିନି ଓ ପରେ ଡିଫେଣ୍ଡିଂ ଚମ୍ପିଆନ ମା ଲଙ୍ଗ୍‌ ଥିଲେ । ସେଥିପାଇଁ ଆତ୍ମବିଶ୍ବାସର ସହ ମ୍ୟାଚ ଖେଳିବାକୁ ଚିନ୍ତା କରିଥିଲା ଓ ୫୦-୫୦ ଥିଲା । ସାମ୍ନାରେ କୌଣସି ଖେଳାଳି ଅଛନ୍ତି ଅଧିକ ଗୁରୁତ୍ବ ରଖେନି । ପ୍ରତିପକ୍ଷଙ୍କୁ ହରାଇ ମ୍ୟାଚ ଜିତିବାକୁ ଯିବାକୁ ପଡେ । ଏହା ଚିନ୍ତାକରି ମ୍ୟାଚ ଖେଳିଥିଲି, ଯଦି ମୁଁ ତୃତୀୟ ସେଟ୍‌କୁ ଜିତିନେଇଥାନ୍ତି ତେବେ ହୁଏତ ବିଜୟ ମିଳିଥାନ୍ତା । ମାତ୍ର ତାଙ୍କ ଉପରେ ଚାପ ସୃଷ୍ଟି କରିପାରିଲି ନାହିଁ । ତଥାପି ପ୍ରଦର୍ଶନ ଭଲ ଥିଲା ମାତ୍ର ଅଳ୍ପକେ ବିଜୟରୁ ବଞ୍ଚିତ ହେବାକୁ ପଡିଲା । ଶ୍ରେଷ୍ଠ ପ୍ରତିନ୍ଦ୍ବନ୍ଦ୍ବୀଙ୍କ ବିପକ୍ଷରେ ଏହି ପ୍ରଦର୍ଶନ କରିବାକୁ ସୁଯୋଗ ପାଇଥିବାରୁ ଖୁସି ।

ପ୍ରଶ୍ନ. ଶେଷ ଦୁଇଟି ସେଟ୍‌ ଏକତରଫା ହୋଇଥିଲା । ବଡ ବ୍ୟବଧାନରେ ପରାଜୟ ମିଳିଥିଲା । ଏହି ଦୁଇସେଟ୍‌ର ସ୍କୋର ମ୍ୟାଚ୍‌କୁ ସଠିକ୍‌ ପ୍ରମାଣିତ କରୁନାହିଁ ।

ଉ. ହଁ, ଶେଷ ଦୁଇଟି ସେଟ୍‌ ସଂପୂର୍ଣ୍ଣ ମ୍ୟାଚକୁ ସଠିକ ପ୍ରମାଣିତ କରୁନାହିଁ । ସ୍କୋରଲାଇନ ଦେଖିଲେ କୌଣସି ବ୍ୟକ୍ତି କହିପାରନ୍ତି ଯେ ଲଙ୍ଗ୍‌ ସଂପୂର୍ଣ୍ଣ ଏକତରଫା ଜିତିଛନ୍ତି । ତେବେ ଏହା କେବଳ ମ୍ୟାଚ ସ୍ଥିତି ଦେଖିଲେ ବୁଝିହେବ । ପ୍ରଥମ ୩ଟି ସେଟ୍‌ରେ କଡା ସଂଘର୍ଷ ହୋଇଥିଲା । ଚତୁର୍ଥ ଓ ପଞ୍ଚମ ସେଟ୍‌ରେ ତାଙ୍କ ଉପରେ ଚାପ ଥିଲା, ସେଥିପାଇଁ ସେ ଅଧିକ ଆକ୍ରମଣାତ୍ମକ ଖେଳିଲେ ଓ ସଫଳ ହେଲେ । ଏହି ସମୟରେ ସେ ଏକାଧିକ ଭଲ ସଟ୍‌ ଖେଳିଲେ, ଯାହାର ଜବାବ କଷ୍ଟକର ଥିଲା । ଏପରିକି ଯେଉଁ ୪ଟି ପଏଣ୍ଟ ହାସଲ କରିପାରିଛି, ତାହା କଷ୍ଟକର ଥିଲା । ଏହି ମ୍ୟାଚର ସ୍ତର ଆଜି ପର୍ଯ୍ୟନ୍ତ ଖେଳିଥିବା ମ୍ୟାଚ ଠାରୁ ଶ୍ରେଷ୍ଠ ଥିଲା ।

ପ୍ରଶ୍ନ. ମିଶ୍ରିତ ଯୁଗଳରେ କଣ ସମସ୍ୟା ରହିଲା ?

ଉ. ମିଶ୍ରିତ ଯୁଗଳରେ ଆମେ ଏକ ପଦକ ପାଇଁ ସ୍ଥିର କରିଥିଲୁ । ଯଦି ପଦକ ବି ନହୁଏ, କ୍ବାର୍ଟର ଫାଇନାଲରେ ପହଞ୍ଚିବା ମଧ୍ୟ ଲକ୍ଷ୍ୟ ଥିଲା । ମାତ୍ର ଭାଗ୍ୟ ସାଥ ଦେଇନଥିଲା । ମିଶ୍ରିତା ଯୁଗଳ ଓ ମୋର ଏକକ ଡ୍ର କଠିନ ଥିଲା । ହୁଏତ ଅନ୍ୟଯୋଡି ସାମ୍ନାରେ ଥିଲେ, ଅଧିକ ସମ୍ଭାବନା ରହିଥାନ୍ତା । ପ୍ରଥମ ରାଉଣ୍ଡରେ ଚାଇନିଜ ତାଇପେଇ ଯୋଡି ଲିନ ୟୁନ-ଯୁ ସଂପୂର୍ଣ୍ଣ ପ୍ରଭାବୀ ପ୍ରଦର୍ଶନ କଲେ ଓ ବିଜୟୀ ହେଲେ । ସେମାନେ ଉଚ୍ଚକୋଟୀର ଖେଳିଲେ ।

ପ୍ରଶ୍ନ. ପରବର୍ତ୍ତୀ ଅଲମ୍ପିକରେ ଅଂଶଗ୍ରହଣ ନେଇ କେଣସି ନିଷ୍ପତ୍ତି କଲେଣି କି ?

ଉ. ଏହି ବିକଳ୍ପ ମୁକ୍ତ ରଖିଛି । ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି କରିନାହିଁ । ତେବେ ଆଗାମୀ ରାଜ୍ୟଗୋଷ୍ଠୀ କ୍ରୀଡା ଓ ଏସିଆନ ଗେମ୍ସ ପାଇଁ ପ୍ରସ୍ତୁତ ହେଉଛି । ଏହାକୁ ମାତ୍ର ଗୋଟିଏ ବର୍ଷ ସମୟ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.