ETV Bharat / sports

Tokyo Olympics, Day 9: ପ୍ରି-କ୍ବାର୍ଟରରେ ହାରିଲେ ବକ୍ସର ଅମିତ ପଙ୍ଘଲ

author img

By

Published : Jul 31, 2021, 9:55 AM IST

ବକ୍ସର ଅମିତ ପଙ୍ଘଲ ୫୨ କିଲୋଗ୍ରାମ ବର୍ଗର ପ୍ରି-କ୍ବାର୍ଟରଫାଇନାଲ ମ୍ୟାଚରେ କଲମ୍ବିଆର ୟୁବେରଜେନ ମାର୍ଟିନେଜଙ୍କ ଠାରୁ ୧-୪ରେ ପରାସ୍ତ ହୋଇ ପ୍ରତିଯୋଗିତାରୁ ବାଦ୍‌ । ଅଧିକ ପଢନ୍ତୁ...

Tokyo Olympics, Day 9: Boxer Amit Panghal loses in Round of 16
Tokyo Olympics, Day 9: ପ୍ରି-କ୍ବାର୍ଟରରେ ହାରିଲେ ବକ୍ସର ଅମିତ ପଙ୍ଘଲ

ଟୋକିଓ: ଭାରତୀୟ ଅଲମ୍ପିକ ବକ୍ସିଂ ଟିମକୁ ଆଉ ଏକ ବଡ ଝଟକା । ପରାଜୟ ସହ ୫୨ କିଲୋଗ୍ରାମ ବର୍ଗରେ ଅଲମ୍ପିକରୁ ବାହାର ହେଲେ ବକ୍ସର ଅମିତ ପଙ୍ଘଲ । ରିଓ ଅଲମ୍ପିକ ରୌପ୍ୟ ପଦକ ବିଜେତା କଲମ୍ବିଆର ୟୁବେରଜେନ ମାର୍ଟିନେଜଙ୍କ ଠାରୁ ୧-୪ରେ ପରାସ୍ତ ହୋଇଛନ୍ତି ପଙ୍ଘଲ । ଶନିବାର ଖେଳାଯାଇଥିବା ଏହି ପ୍ରି-କ୍ବାର୍ଟର ଫାଇନାଲ ମ୍ୟାଚ୍‌ରେ କଲମ୍ବିଆ ବକ୍ସର ସଂପୂର୍ଣ୍ଣ ପ୍ରଭାବୀ ପ୍ରଦର୍ଶନ କରିଥିଲେ । ପଙ୍ଘଲ କଡା ଟକ୍କର ଦେଇଥିଲେ ମଧ୍ୟ ପରାଜୟ ଏଡାଇ ପାରିନଥିଲେ ।

ଶୀର୍ଷ ମାନ୍ୟତାର ଭାରତୀୟ ବକ୍ସର ଅମିତ, ଅଲମ୍ପିକରେ ଡେବ୍ୟୁ କରିଥିଲେ । ମାତ୍ର ପ୍ରଥମ ରାଉଣ୍ଡକୁ ହିଁ ତାଙ୍କୁ ବିଦାୟ ନେବାକୁ ପଡିଛି ।

ପ୍ରଥମ ରାଉଣ୍ଡରେ କଲମ୍ବିଆନ ବକ୍ସର, ଅମିତଙ୍କ ଉପରେ ଚାପ ସୃଷ୍ଟି କରିଥିଲେ । ତେବେ ଅମିତ ଉଚିତ ଲଢୁଆ ଜବାବ ଦେବାରେ ମଧ୍ୟ ସଫଳ ହୋଇଥିଲେ । ତେବେ ଦ୍ବିତୀୟ ରାଉଣ୍ଡରେ ପାନ୍‌-ଆମେରିକାନ ଚମ୍ପିଆନ, ଅମିତଙ୍କୁ ଜୋରଦାର ଆକ୍ରମଣ କରିଥିଲେ ଓ ଗୁରୁତ୍ବପୂର୍ଣ୍ଣ ପଏଣ୍ଟ ହାତେଇଥିଲେ ।

ପରାଜୟ ସତ୍ତ୍ବେ ୨୫ ବର୍ଷୀୟ ପଙ୍ଘଲ ବର୍ତ୍ତମାନ ସମୟରେ ଭାରତର ଅନ୍ୟତମ ଶ୍ରେଷ୍ଠ ପ୍ରଦର୍ଶନକାରୀ ବକ୍ସର ରହିଛନ୍ତି । ୨୦୧୮ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ଓ ୨୦୧୯ ବିଶ୍ବ ଚମ୍ପିଆନସିପରେ ରୌପ୍ୟ ପଦକ ବିଜେତା ରହିସାରିଛନ୍ତି ।

ଶୁକ୍ରବାର, ଲଭଲିନା ବୋର୍ଗହେନ ପ୍ରଥମ ଭାରତୀୟ ବକ୍ସର ଭାବେ ଚଳିତ ଅଲମ୍ପିକରେ ସେମିଫାଇନାଲକୁ ଉନ୍ନୀତ ହେବା ସହ ପଦକ ନିଶ୍ଚିନ୍ତ କରିଛନ୍ତି । ଚାଇନିଜ ତାଇପେଇ ପୂର୍ବତନ ବିଶ୍ବ ଚମ୍ପିଆନ ନିଏନ-ଚିନଙ୍କୁ କ୍ବାର୍ଟର ଫାଇନାଲରେ ହରାଇଛନ୍ତି ଲଭଲିନା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.