ETV Bharat / sports

Tokyo Olympics, Day 5: ଟେବୁଲ ଟେନିସ- ପୁରୁଷ ଏକକ ରାଉଣ୍ଡ ୩ରେ ହାରିଲେ କମଲ - ଆଜି ଅଲମ୍ପିକ ନ୍ୟୁଜ

ମ୍ୟାଚ୍‌ ୪୬ ମିନିଟ ଧରି ଖେଳାଯାଇଥିଲା ଓ ସରଥ କମଲ ଲଢୁଆ ପ୍ରଦର୍ଶନ ଦେଖାଇଥିଲେ ମଧ୍ୟ ବିଜୟୀ ହୋଇ ପାରିନଥିଲେ । ଅଧିକ ପଢନ୍ତୁ...

Tokyo Olympics, Day 5: Sharath Kamal faces defeat against Long Ma of China in Men's Singles Round 3 match
Tokyo Olympics, Day 5: ଟେବୁଲ ଟେନିସ- ପୁରୁଷ ଏକକ ରାଉଣ୍ଡ ୩ରେ ହାରିଲେ କମଲ
author img

By

Published : Jul 27, 2021, 10:27 AM IST

ଟୋକିଓ: ଭାରତୀୟ ଭେଟେରାନ ପ୍ୟାଡଲର(ଟେବୁଲ ଟେନିସ ଖେଳାଳି) ସରଥ କମଲ ନିରାଶ । ଚଳିତ ଟୋକିଓ ଅଲମ୍ପିକରେ ଟେବୁଲ ଟେନିସ ଇଭେଣ୍ଟର ପୁରୁଷ ଏକକ ରାଉଣ୍ଡ ୩ ମ୍ୟାଚରେ ଚାଇନାର ଲଙ୍ଗ୍‌ ମା'ଙ୍କ ଠାରୁ ପରାସ୍ତ ହୋଇଛନ୍ତି ସରଥ । ମୋଟ୍ରୋପୋଲିଟନ ଜିମ ଟେବୁଲ ୧ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ୧-୪ ରେ ସରଥଙ୍କୁ ପରାଜୟ ମିଳିଛି ।

ମ୍ୟାଚ୍‌ ସ୍କୋରକାର୍ଡ: ୪-୧ ।

ସେଟ୍‌ୱାରି ସ୍କୋରକାର୍ଡ: 11-7, 8-11, 13-11,11-4, 11-4 ।

୪୬ ମିନିଟ ଧରି ଖେଳାଯାଇଥିବା ଏହି ମ୍ୟାଚ୍‌ରେ ସରଥ ଲଢୁଆ ପ୍ରଦର୍ଶନ ଦେଖାଇଥିଲେ ମଧ୍ୟ ପରାଜୟ ଏଡାଇ ପାରିନଥିଲେ । ପ୍ରଥମ ସେଟ୍‌ରେ ୭-୧ରେ କମଲ ହାରିବା ପରେ ଦ୍ବିତୀୟ ସେଟ୍‌ରେ ଦମଦାର କମବ୍ୟାକ କରିଥିଲେ ଓ ୧୧-୮ରେ ଲଙ୍ଗ୍‌ ମାଙ୍କୁ ମାତ୍‌ ଦେଇଥିଲେ । ଏକ ସମୟରେ ପଏଣ୍ଟ ୮-୮ରେ ବରାବର ହୋଇଥିଲା ମାତ୍ର ବିଶ୍ବ ଚମ୍ପିଆନ ଓ ରିଓ ଅଲମ୍ପିକ ଚମ୍ପିଆନଙ୍କ ବିପକ୍ଷରେ ଦ୍ବିତୀୟ ସେଟ୍‌ରେ ବିଜୟୀ ହୋଇଥିଲେ କମଲ ।

ତୃତୀୟ ସେଟ୍‌ରେ ମଧ୍ୟ କଡା ପ୍ରତିନ୍ଦ୍ବନ୍ଦ୍ବୀତା ଦେଖିବାକୁ ମିଳିଥିଲା । ମାତ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଚାଇନା ଖେଳାଳି ୧୩-୧୧ରେ ବାଜି ମାରିଥିଲେ ।

ପରେ ଚତୁର୍ଥ ସେଟ୍‌ ଏକତରଫା ହୋଇଥିଲା ଓ ୧୧-୪ ବ୍ୟବଧାନରେ ଜିତିଥିଲେ ଲାଙ୍ଗ୍‌ । ପରେ ପଞ୍ଚମ ତଥା ଶେଷ ସେଟ୍‌ରେ ମଧ୍ୟ କମଲଙ୍କ ପରାଜୟର ଅନ୍ତର ସମାନ ରହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.