ETV Bharat / sports

Tokyo Olympics: ସେମିରେ ହାରିଲେ ବଜରଙ୍ଗ, ବ୍ରୋଞ୍ଜ ପାଇଁ ହେବ ଲଢେଇ

author img

By

Published : Aug 6, 2021, 3:39 PM IST

ଟୋକିଓ ଅଲମ୍ପିକ କୁସ୍ତି ସେମିଫାଇନାଲରେ ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ପରାସ୍ତ । ଅଧିକ ପଢନ୍ତୁ...

Tokyo Olympics: Bajrang Punia loses semifinal to Haji Aliyev of Azerbaijan
Tokyo Olympics: ସେମିରେ ହାରିଲେ ବଜରଙ୍ଗ, ବ୍ରୋଞ୍ଜ ପାଇଁ ଲଢିବେ

ଟୋକିଓ: ସେମିଫାଇନାଲରେ ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ପରାସ୍ତ । ଫଳରେ ପୁନିଆଙ୍କ ଫାଇନାଲ କୁସ୍ତି ବାଉଟ୍‌ରେ ପହଞ୍ଚିବାର ଆଶା ମଉଳିଯାଇଛି । ସେମିଫାଇନାଲ ବାଉଟ୍‌ରେ ଏଜରବାଇଜନର ହାଜି ଅଲିଏଭଙ୍କ ଠାରୁ ପୁନିଆଙ୍କୁ ପରାଜୟ ମିଳିଛି । ଫଳରେ ବ୍ରୋଞ୍ଜ ପଦକ ପାଇଁ ଲଢିବେ ପୁନିଆ ।

ପୂର୍ବରୁ ପୁରୁଷ ଫ୍ରୀଷ୍ଟାଇଲ ୬୫ କିଲୋଗ୍ରାମ କ୍ବାର୍ଟର-ଫାଇନାଲ ବାଉଟ୍‌ରେ ପୁନିଆ, ଇରାନର ମୋର୍ଟେଜା ଚେକା ଘିଆସିଙ୍କୁ ହରାଇ ସେମିଫାଇନାଲରେ ପ୍ରବେଶ କରିଥିଲେ ।

ଟୋକିଓ ଅଲମ୍ପିକର ଉଦ୍‌ଯାପନୀ ସମାରୋହରେ ଭାରତର ଧ୍ବଜାବାହକ ରହିଛନ୍ତି ବଜରଙ୍ଗ ପୁନିଆ । ଫଳରେ ଚଳିତ ଅଲମ୍ପିକ ଖେଳରେ ଭାରତକୁ ପଦକ ଦେବା ଲକ୍ଷ୍ୟରେ ରହିଛନ୍ତି ବଜରଙ୍ଗ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.