ETV Bharat / sports

Tokyo Olympics: ରବିଙ୍କ ପରେ ସେମିଫାଇନାଲରେ ଦୀପକ ପୁନିୟା

ଭାରତୀୟ ପହିଲମାନ ଦିପକ ପୁନିୟା ୮୬ କେଜି ଫ୍ରି ଷ୍ଟାଇଲରେ ଚୀନର ଲିନଙ୍କୁ ୬-୩ରେ ହରାଇ ସେମିଫାଇନାଲକୁ ଯୋଗ୍ୟତା ଅର୍ଜନ କରିଛନ୍ତି । ଅଧିକ ପଢନ୍ତୁ...

ସେମିଫାଇନାଲରେ ଦୀପକ ପୁନିୟା
ସେମିଫାଇନାଲରେ ଦୀପକ ପୁନିୟା
author img

By

Published : Aug 4, 2021, 10:53 AM IST

Updated : Aug 4, 2021, 12:08 PM IST

ଟୋକିଓ: ଭାରତୀୟ ପହିଲମାନ ଦିପକ ପୁନିୟା ୮୬ କେଜି ଫ୍ରିଷ୍ଟାଇଲରେ ଚୀନର ଲିନଙ୍କୁ ୬-୩ରେ ହରାଇ ସେମିଫାଇନାଲକୁ ଯୋଗ୍ୟତା ଅର୍ଜନ କରିଛନ୍ତି । ଏହା ପୂର୍ବରୁ ସେମିଫାଇନାଲରେ ବୁଲଗେରିଆର ଜର୍ଜି ବେଲେଟିନୋବଙ୍କୁ ପରାସ୍ତ କରି ସେମିଫାଇନାଲରେ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି ରବି ।

ଏହା ପୂର୍ବରୁ ଦିପକ ପୁନିୟା ୮୬ କିଲୋ ବର୍ଗରେ 1/8 ଫାଇନାଲରେ ନାଇଜେରିଆର ଏକରେକେମେଙ୍କୁ ୧୨-୧ରେ ପରାସ୍ତ କରିଥିଲେ। ଏହା ସହିତ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଥିଲେ ଦୀପକ । ପ୍ରଥମ ପର୍ଯ୍ୟାୟରେ ଦୀପକ ଦମଦାର ପ୍ରଦର୍ଶନ କରି ୨ ପଏଣ୍ଟ ହାସଲ କରିଥିଲେ । ଶେଷ ବେଳକୁ ସ୍କୋର ୪-୧ରେ ରହିଥିଲା । ଦ୍ବିତୀୟ ପର୍ଯ୍ୟାୟ ବେଳକୁ ପୁନିୟା ଆହୁରି ଭଲ ପ୍ରଦର୍ଶନ କରିଥିଲେ । ଫଳରେ ନାଇଜେରିଆ ପ୍ରତିପକ୍ଷକୁ ହରାଇ ବିଜୟ ହାସଲ କରିଥିଲେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Aug 4, 2021, 12:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.