ଟୋକିଓ: ଆଗାମୀ ଅଲମ୍ପିକ୍ସ ଖେଳରେ ଷ୍ଟାଡିୟମକୁ ଦର୍ଶକ ଅନୁମତି ନେଇ ଚିତ୍ର ସ୍ପଷ୍ଟ ହୋଇଛି । ପ୍ରାୟ 10,000 ଦର୍ଶକ ଭେନ୍ୟୁରେ ଅଲମ୍ପିକ ଖେଳ ଉପଭୋଗ କରିପାରିବେ । ଏନେଇ ସୋମବାର ଟୋକିଓ ଅଲମ୍ପିକ ଖେଳ ଆୟୋଜକ କମିଟି ସ୍ପଷ୍ଟ କରିଛି ।
ଜୁନାଇ 23ରୁ ବିଶ୍ବ କ୍ରୀଡାର ମହାକୁମ୍ଭ ଅଲମ୍ପିକ ଜାପାନର ରାଜଧାନୀ ଟୋକିଓରେ ଆରମ୍ଭ ହେଉଛି । ଗତବର୍ଷ ଏହି ମେଗା ଇଭେଣ୍ଟ ଆୟୋଜନ ହେବାର ଥିଲା । ମାତ୍ର କୋରୋନା ଭାଇରାସ ସଂକ୍ରମଣ ଭୟ ଓ ଲକଡାଉନ ସହତି ଯାତ୍ରା କଟକଣା ଯୋଗୁଁ ସମ୍ଭବ ହୋଇପାରିନଥିଲା । ଫଳରେ ଚଳିତ ବର୍ଷ ଏହା ମେଗା କ୍ରୀଡା ଇଭେଣ୍ଟ ଜୁଲାଇରେ ହେବା ନେଇ ସୂଚୀ ରହିଛି । ମାତ୍ର ଦର୍ଶକଙ୍କୁ ଷ୍ଟାଡିୟମରେ ଉପସ୍ଥିତ ରହିବା ଅନୁମତି ନେଇ ଦ୍ବନ୍ଦ୍ବ ଲାଗି ରହିଥିଲା ।
ଅଲମ୍ପିକ ଇଭେଣ୍ଟ ହେବାକୁ ଥିବା ଭେନ୍ୟୁର ଦର୍ଶକ କ୍ଷମତାର 50 ପ୍ରତିଶତ ଦର୍ଶକ ସଂଖ୍ୟା ଅନୁମତି ମିଳିଛି । ତେବେ 10,000ରୁ ଅଧିକ ଦର୍ଶକଙ୍କୁ ଅନୁମତି ମିଳିପାରିବ ନାହିଁ । ଟୋକିଓ ଅଲମ୍ପିକ ଓ ପାରାଅଲମ୍ପିକ ଆୟୋଜକ କମିଟି ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ଏନେଇ ସ୍ପଷ୍ଟ ଘୋଷଣା କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ