ETV Bharat / sports

ରାଜନୀତିରେ ଖେଳାଳୀଙ୍କ ଡେବ୍ୟୁ ଇଅର: 2019 - ବବିତା ଫୋଗାଟ

ଚଳିତବର୍ଷ କ୍ରୀଡା ଜଗତର କିଛି କ୍ରୀଡାବିତ୍‌ ରାଜନୀତିରେ ପାଦ ଥାପିଛନ୍ତି । ଖେଳାଳିରୁ ରାଜନେତା ମଧ୍ୟ ପାଲଟିଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ଗୌତମ ଗମ୍ଭୀର, ବବିତା ଫୋଗାଟ, ବିଜେନ୍ଦ୍ର ସିଂ ପ୍ରମୁଖ ।

sportsperson
sportsperson
author img

By

Published : Dec 31, 2019, 8:31 PM IST

Updated : Dec 31, 2019, 8:46 PM IST

ହାଇଦ୍ରାବାଦ: ଚଳିତ ବର୍ଷ ଅନେକ ଖେଳାଳି ରାଜନୀତି ମୁହାଁ ହୋଇଥିବାର ଦେଖିବାକୁ ମିଳିଛି । କିଛି ଭାରତୀୟ ଖେଳାଳି ଲୋକସଭା ନିର୍ବାଚନରେ ମଧ୍ୟ ନିଜର ଭାଗ୍ୟ ପରୀକ୍ଷା କରିଥିଲେ । ସେମାନଙ୍କ ମଧ୍ୟରୁ କିଛି ସଫଳତା ମଧ୍ୟ ପାଇଛନ୍ତି । ତେବେ ଆସନ୍ତୁ ନଜର ପକାଇବା 2019ରେ କ୍ରୀଡାବିତଙ୍କ ରାଜନୀତି ଇିନଂସ..

1. ଗୌତମ ଗମ୍ଭୀର:

ଭାରତୀୟ ଟିମର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଚଳିତବର୍ଷ ଭାରତୀୟ ଜନତା ପାର୍ଟିରେ ଯୋଡି ହୋଇଥିଲେ । ଏଥିସହ ଏହି ବର୍ଷ ପୂର୍ବ ଦିଲ୍ଲୀ ସିଟରୁ ଲୋକସଭା ନିର୍ବାଚନ ଲଢି ବିଜୟ ତିଳକ ମଧ୍ୟ ଲଗାଇଛନ୍ତି ।

sportsperson
ଗୌତମ ଗମ୍ଭୀର

2.ସନ୍ଦୀପ ସିଂ:

ଭାରତୀୟ ହକି ଟିମର ପୂର୍ବତନ ଅଧିନାୟକ ସନ୍ଦୀପ ସିଂ କୁରୁକ୍ଷେତ୍ରର ପିହୋଓ୍ବା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢି ନିଜର ରାଜନୀତିକ କ୍ୟାରିଅର ଆରମ୍ଭ କରିଛନ୍ତି । ତାଙ୍କର ପ୍ରତିଦ୍ବନ୍ଦୀ କଂଗ୍ରେସର ମନ୍ଦୀପ ସିଂଙ୍କୁ ସେ ବିପୁଳ ଭୋଟରେ ପରାସ୍ତ କରିଥିଲେ ।

sportsperson
ସନ୍ଦୀପ ସିଂ

3.ବବିତା ଫୋଗାଟ:

ଫୋଗାଟ ପରିବାରର ବବିତା ବି ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇ ରାଜନୀତି କ୍ୟାରିଅରରେ କ୍ୟାରିଅର ଆରମ୍ଭ କରିଥିଲେ । ସେ ହରିୟାଣାର ଚରଖୀ ଦାଦରି ବିଧାନସଭା ସିଟରୁ ନିର୍ବାଚନ ଲଢିଥିଲେ । କିନ୍ତୁ ବିଜୟର ସ୍ବାଦ ଚାଖି ପାରିନଥିଲେ ।

sportsperson
ବବିତା ଫୋଗାଟ

4.ବିଜେନ୍ଦ୍ର ସିଂ:

ବିଜେନ୍ଦ୍ର ଦକ୍ଷିଣ ଦିଲ୍ଲୀରୁ କଂଗ୍ରେସ ପାର୍ଥୀ ଭାବେ ନିର୍ବାଚନ ଲଢିଥିଲେ । ତାଙ୍କୁ ମଧ୍ୟ ପରଜାୟର ସାମ୍ନା କରିବାକୁ ପଡିଥିଲା ।

sportsperson
ବିଜେନ୍ଦ୍ର ସିଂ

5.ଯୋଗେଶ୍ବର ଦତ୍ତ:

ଭାରତର କୁସ୍ତି ଯୋଦ୍ଧା ଯୋଗେଶ୍ବର ଦତ୍ତ ହରିୟାଣା ବିଧାନସଭାର ସିଟରୁ ନିର୍ବାଚନ ଲଢିଥିଲେ । ସେ ବି ମଧ୍ୟ ପରାସ୍ତ ହୋଇଥିଲେ ।

sportsperson
ଯୋଗେଶ୍ବର ଦତ୍ତ

6.କୃଷ୍ଣା ପୁନିୟା:

ଆଥଲେଟିକ ପ୍ଲେୟାର କୃଷ୍ଣା ପୁନିୟା ଚଳିତବର୍ଷ ଲୋକସଭା ନିର୍ବାଚନରେ କଂଗ୍ରେସ ପାର୍ଥୀ ଭାବେ ରାଜସ୍ଥାନର ଜୟପୁର ଗ୍ରାମୀଣ ସିଟରୁ ଛିଡା ହୋଇଥିଲେ । ପୁନିୟାଙ୍କୁ ବିଜେପି ସାଂସଦ ରାଜ୍ୟବର୍ଦ୍ଧନ ରାଠୋର ପରାଜିତ କରିଥିଲେ ।

sportsperson
କୃଷ୍ଣା ପୁନିୟା

Intro:Body:

BLANK FOR LINK  

Conclusion:
Last Updated : Dec 31, 2019, 8:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.