ETV Bharat / sports

କୋଣାର୍କ ଇକୋ ରିଟ୍ରିଟର ମଜା ନେଲେ ଭାରତୀୟ ଜାଭେଲିନ୍‌ ଦଳ - ଜାଭେଲିନ୍‌ ଥ୍ରୋ

ଓଡିଶାରେ ଭାରତୀୟ ଜାଭେଲିନ୍‌ ଦଳ ଆଗାମୀ ସିଜନର ଇଭେଣ୍ଟ ପାଇଁ ଟ୍ରେନିଂ ନେଉଛନ୍ତି । ତେବେ ଅବସର ସମୟରେ ଖେଳାଳିମାନେ କୋଣାର୍କ ଇକୋ ରିଟ୍ରିଟର ମଜା ମଧ୍ୟ ନେଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

କୋଣାର୍କ ଇକୋ ରିଟ୍ରିଟର ମଜା ନେଲେ ଭାରତୀୟ ଜାଭେଲିନ୍‌ ଦଳ

author img

By

Published : Dec 14, 2020, 11:09 AM IST

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍‌ରେ ଭାରତୀୟ ଜାଭେଲିନ୍‌ ଦଳ ଅଭ୍ୟାସ ଜାରି ରଖିଛନ୍ତି । ଏହି 5 ଜଣିଆ ଦଳରେ ରହିଛନ୍ତି ଜୁନିୟର ବିଶ୍ବ ଚମ୍ପିଆନ ନୀରଜ ଚୋପ୍ରା, ଶିବପାଲ ସିଂ, ରାଜିନ୍ଦର ସିଂ, ରୋହିତ ଯାଦବ ଓ ଅନୁରାଣୀ । ତେବେ ଆଗାମୀ ସିଜନର ପ୍ରସ୍ତୁତି ସହ ଅବସର ସମୟରେ ଖେଳାଳିମାନେ କୋଣାର୍କ ଇକୋ ରିଟ୍ରିଟର ମଜା ମଧ୍ୟ ନେଇଛନ୍ତି ।

ଜୁନିୟର ବିଶ୍ବ ଚମ୍ପିଅନ ନୀରଜ ଚୋପ୍ରାଙ୍କ ମନ ଜିଣିଛି ଚନ୍ଦ୍ରଭାଗା ବିଚ୍‌ । ସେ କହିଛନ୍ତି ଯେ, କୋଣାର୍କ ଓ ଚନ୍ଦ୍ରଭାଗ ବିଚ୍‌କୁ ଆସି ବହୁତ ଭଲ ଲାଗୁଛି । 6 ମାସ ତଳେ ଲକ୍‌ଡାଉନ ଯୋଗୁଁ ଘରେ ବନ୍ଦୀ ହୋଇ ରହିଥିଲୁ । କିନ୍ତୁ ଏଠାକାର ମନମୁଗ୍ଧକର ପରିବେଶ ଦେଖି ମନକୁ ଶାନ୍ତି ମିଳିଛି । ଭଗବାନଙ୍କୁ ପ୍ରାର୍ଥନା କରୁଛି ପୂର୍ବ ପରି ସବୁ ସ୍ବାଭିବକ ହେଇଯାଉ । ଓଡିଶା ଆସିଛୁ ଟ୍ରେନିଂ ପାଇଁ । ସମସ୍ତ ସୁବିଧା ମିଳିଛି । ଏଠାରେ ବହୁତ ଭଲ ଲାଗୁଛି ।

  • Coach of the Indian Javelin Team, Mr. Klaus Bartonietz is absolutely pleased with the facilities and hospitality they have received here at Bhubaneswar. Although his first visit to Odisha, he says it feels like home to be in this beautiful state. #OdishaForSports@afiindia pic.twitter.com/VeHLHatlAp

    — Odisha Sports (@sports_odisha) December 10, 2020 " class="align-text-top noRightClick twitterSection" data=" ">

ଅନ୍ୟପଟେ ପ୍ରଥମ ଥର ପାଇଁ ଓଡିଶା ଆସିଥିବା କୋଚ୍‌ କ୍ଲାଉସ ବାର୍ଟୋନିଜଙ୍କୁ ଓଡିଶା ନିଜର ଘର ଭଳି ଲାଗୁଥିବା କହିଛନ୍ତି । ଏଥିସହ ଆତିଥ୍ୟକୁ ବେଶ୍‌ ପ୍ରଶଂସା ମଧ୍ୟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.