ETV Bharat / sports

ରାଜ୍ୟରେ ବନ୍ଦ ହେଲା ପ୍ରଶିକ୍ଷଣ କେନ୍ଦ୍ର, କମୁଛି ତୀରନ୍ଦାଜ କ୍ରୀଡାର ଗୁରୁତ୍ବ - importance of archery

କ୍ରୀଡା କ୍ୟାପିଟାଲ ସାଜିଛି ଓଡିଶା । ହକି, ଫୁଟବଲ, କ୍ରିକେଟ, ଆଥେଲଟିକ ଆଦି କ୍ରୀଡାକୁ ବେଶ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର । କିନ୍ତୁ ଏହା ଭିତରେ ଅଲମ୍ପିକରେ ଖେଳାଯାଉଥିବା ତୀରନ୍ଦାଜକୁ ସିଧାସଳଖ ଅଣଦେଖା ହେଉଥିବା ଦେଖିବାକୁ ମିଳୁଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ରାଜ୍ୟରେ କମୁଛି ତିରନ୍ଦାଜ କ୍ରୀଡାର ଗୁରୁତ୍ୱ
ରାଜ୍ୟରେ କମୁଛି ତିରନ୍ଦାଜ କ୍ରୀଡାର ଗୁରୁତ୍ୱ
author img

By

Published : Feb 21, 2021, 1:46 PM IST

କଟକ: କ୍ରୀଡା କ୍ୟାପିଟାଲ ସାଜିଛି ଓଡିଶା । ହକି, ଫୁଟବଲ, କ୍ରିକେଟ, ଟେବୁଲ ଟେନିସ ଓ ଆଥେଲଟିକ ଆଦି କ୍ରୀଡାକୁ ବେଶ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର । ତେବେ ଏହାରି ଭିତରେ ବିଶ୍ବ ଅଲମ୍ପିକରେ ଖେଳାଯାଉଥିବା ତୀରନ୍ଦାଜ କ୍ରୀଡାକୁ ସିଧାସଳଖ ହେଉଛି ଅଣଦେଖା । ଯାହା ନିଜେ ସ୍ବୀକାର କରିଛି ରାଜ୍ୟ ଆର୍ଚେରୀ ସଙ୍ଘ ।

ରାଜ୍ୟରେ କମୁଛି ତୀରନ୍ଦାଜ କ୍ରୀଡାର ଗୁରୁତ୍ୱ

ଅନ୍ଧକାର ମୁହାଁ ଆର୍ଚେରୀ କ୍ରୀଡା । ରାଜ୍ୟରେ ଅନେକ ପ୍ରତିଭା ଥାଇ ମଧ୍ୟ ଏହି କ୍ରୀଡାର ହୋଇପାରିନି ବିକାଶ । 2007 ମସିହାରେ ଓଡିଶା ଟିମ ଜାତୀୟ ସ୍ତରରେ କରିଥିଲା ଚମକପ୍ରଦ ପ୍ରଦର୍ଶନ । ଏମିତକି 4 ଜଣ ଓଡିଶା ଖେଳାଳି ମଧ୍ୟ ଇଣ୍ଡିଆ ଟିମ ରେ ସ୍ଥାନ ପାଇଥିଲେ । କାରଣ ଥିଲା କି କେବିକେ ଜିଲ୍ଲାମାନଙ୍କରେ ଖୋଲାଯାଇଥିଲା ପ୍ରଶିକ୍ଷଣ କେନ୍ଦ୍ର । ସରକାର ମଧ୍ୟ ଦେଉଥିଲେ ଆର୍ଥିକ ପ୍ରୋତ୍ସାହନ । ହେଲେ ଧୀରେ ଧୀରେ ଏହି ଅର୍ଥ ମଧ୍ୟ ସଠିକ ବିନିଯୋଗ ହେଲାନାହିଁ । ଆଉ ସେଣ୍ଟର ବନ୍ଦ ହେବାକୁ ଲାଗିଲା । ଫଳରେ ରାଜ୍ୟ ରେ ଆର୍ଚେରୀ କ୍ରୀଡାର ମାନ ସମ୍ପୂର୍ଣ୍ଣରୂପେ ଭୁଶୁଡିଗଲା ।

ତେବେ ଏହାର ସମାଧାନ ଆବଶ୍ୟକ ପାଇଁ ହାଇପ୍ରଫମାନ୍ସ ସେଣ୍ଟର ନିର୍ମାଣର ଆବଶ୍ୟକତା ରହିଛି ବୋଲି ଆର୍ଚେରୀ କୋଚ୍ ରାଜେଶ ହାଁସଦା କହିଛନ୍ତି । ଏଥିସହ ଭଲ କୋଚ୍‌ ବି ଆବଶ୍ୟକ ବୋଲି ରାଜ୍ୟ ଆର୍ଚେରୀ ସଂଘର ସମ୍ପାଦକ ଶ୍ରଦ୍ଧାନନ୍ଦ ଦାସ କହିଛନ୍ତି ।

ଅନ୍ୟପଟେ ଏହି କ୍ରୀଡାର ବିକାଶ ନିଶ୍ଚୟ ରୂପରେ ହେବା ନେଇ ଆଶା ରହିଛି ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ସୁବାସ ସିଂ । କାରଣ ଧନୁ ବିଦ୍ୟା ହେଉଛି ଓଡ଼ିଆ ମାଟିର ଗର୍ବ । ଆଦିବାସୀ ଅଞ୍ଚଳରେ ଏହି କ୍ରୀଡାର ବେଶ ଚାହିଦା ରହିଥାଏ । ତେବେ ଏହି ଦିଗରେ ରାଜ୍ୟ ସରକାର ଓ କ୍ରୀଡା ବିଭାଗ ସହ ଆଲୋଚନା କରିବା ନେଇ ସେ କହିଛନ୍ତି ।

ତେବେ 2007 ପରଠୁ ବିତି ଯାଇଛି ଅନେକ ବର୍ଷ । ଓଡିଶା ମଧ୍ୟ ଆର୍ଚେରୀ କ୍ରୀଡାରେ ଭଲ ପ୍ରଦର୍ଶନରୁ ବଞ୍ଚିତ ରହିଛି । ତେବେ ସମୟ ଥାଉ ଥାଉ ଯଦି ଏହି ଦିଗରେ ସରକାର ପଦକ୍ଷେପ ନ ନିଅନ୍ତି ତେବେ ରାଜ୍ୟ ଆର୍ଚ୍ଚରୀ ପଦର୍ଶନ ଆଗମୀ ଦିନରେ କଣ ହେବ ତାହା ଏବେଠୁ ବାରି ହୋଇପଡୁଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ୍‌, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.