ETV Bharat / sports

ସ୍ବାଧୀନତାକୁ ୭୫ବର୍ଷ: ଫିଟ୍‍ ଇଣ୍ଡିଆ ଫ୍ରିଡ଼ମ୍‍ ରନ୍‍ର ଶୁଭାରମ୍ଭ କଲେ କ୍ରୀଡାମନ୍ତ୍ରୀ

ଦିଲ୍ଲୀର ମେଜର ଧ୍ୟାନଚାନ୍ଦ ନ୍ୟାସନାଲ ଷ୍ଟାଡିୟମରେ ପତାକା ଦେଖାଇ ଫ୍ରିଡମ୍‌ ରନ୍‌ର ଶୁଭାରମ୍ଭ କଲେ କେନ୍ଦ୍ର କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର । ଅଧିକ ପଢନ୍ତୁ...

author img

By

Published : Aug 14, 2021, 6:56 AM IST

Thakur launches Fit India Freedom Run 2.0 to celebrate 75 years of Independence
ସ୍ବାଧୀନତାକୁ ୭୫ବର୍ଷ: ଫିଟ୍‍ ଇଣ୍ଡିଆ ଫ୍ରିଡ଼ମ୍‍ ରନ୍‍ର ଶୁଭାରମ୍ଭ କଲେ କ୍ରୀଡାମନ୍ତ୍ରୀ

ନୂଆଦିଲ୍ଲୀ: ସ୍ବାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶବ୍ୟାପୀ ଆୟୋଜିତ ଫିଟ୍‍ ଇଣ୍ଡିଆ ଫ୍ରିଡ଼ମ୍‍ ରନ୍‍ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର । ଏହି କାର୍ଯ୍ୟକ୍ରମ 'ଆଜାଦୀ କା ଅମୃତ ମହୋତ୍ସବ'ର ଏକ ଅଂଶ ।

ଦିଲ୍ଲୀର ମେଜର ଧ୍ୟାନଚାନ୍ଦ ନ୍ୟାସନାଲ ଷ୍ଟାଡିୟମରେ ପତାକା ଦେଖାଇ ଠାକୁର ଫ୍ରିଡମ୍‌ ରନ୍‌ର ଶୁଭାରମ୍ଭ କରିବା ସହ ଷ୍ଟାଡିୟମରେ ଫ୍ରିଡମ୍‌ ରନ୍‌ରେ ଅଂଶଗ୍ରହଣ ମଧ୍ୟ କରିଥିଲେ । ଦେଶର ୭୫ଟି ଭିନ୍ନ ଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଛି । ପୋର୍ଟ ବ୍ଳେଆରର ସେଲୁଲାର ଜେଲ୍‌, ଲାହାଉଲ ସ୍ପିଟିର କାଜା ପୋଷ୍ଟ, ମୁମ୍ବାଇର ଗେଟୱେ ଅଫ୍‌ ଇଣ୍ଡିଆ ଓ ପଞ୍ଜାବର ଅଟାରୀ ବର୍ଡର ସମେତ ଦେଶର ଅନ୍ୟ ପ୍ରମୁଖ ସ୍ଥାନ ଗୁଡିକରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

ଫ୍ରିଡମ ରନ୍‌ ଅଗଷ୍ଟ ୧୫ରୁ ଆରମ୍ଭ ହେବ ଓ ଏହା ୨ ଅକ୍ଟୋବର ୨୦୨୧ ପର୍ଯ୍ୟନ୍ତ ଚାଲିବ । ଦେଶର ୭.୫୦ କୋଟି ଯୁବକ ଓ ନାଗରିକଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.