କଟକ: ସ୍ଥାନୀୟ ଇଣ୍ଡୋର ଷ୍ଟାଡିଅମରେ ଝାଳ ବୁହାଇଲା ଟିମ ଇଣ୍ଡିଆ । ଆସନ୍ତାକାଲି ଆରମ୍ଭ ହେବାକୁ ଥିବା ରାଜ୍ୟଗୋଷ୍ଠି ଟେବୁଲଟେନିସ ପ୍ରତିଯୋଗିତା ପାଇଁ ମଙ୍ଗଳବାର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମରେ ଖୁବ ଅଭ୍ୟାସ କରିଛି ଭାରତ ।
କାରଣ ଏହି ମେଗା ଗେମରେ ରହିଛନ୍ତି ଅନେକ ଶକ୍ତିଶାଳୀ ଦଳ । ଯାହାକୁ ଟିମ ଇଣ୍ଡିଆ ଲିଗ ପର୍ଯ୍ୟାୟରେ ଭେଟିବ । ତେବେ ଏହି କ୍ରମରେ ଇଣ୍ଡିଆର ତାରକା ଖେଳାଳି ସରଥ କମଲ, ମନିକା ବାତ୍ରା, ଅର୍ଚ୍ଚନା କାମଥ, ଜି ସତୀୟନ ଆଜି ନେଟ୍ସରେ ଅଭ୍ୟାସ କରିଛନ୍ତି । ଏହାସହିତ ଟିମ ଇଣ୍ଡିଆ ଗୋଲକୋଷ୍ଟ, ଏସିଆନ ଗେମରେ ନିଜର ପ୍ରଭାବୀ ପ୍ରଦର୍ଶନ ଦେଖାଇ ସରିଛି । ଵର୍ତ୍ତମାନ ଏହା ରାଜ୍ୟଗୋଷ୍ଠୀ କ୍ରୀଡା ହୋଇଇଥିବାରୁ ଏହା ଦଳ ପାଇଁ ଚ୍ୟାଲେଞ୍ଜ ହେବ ବୋଲି କହିଛନ୍ତି ଅଭିଜ୍ଞ ଭାରତୀୟ ଟେବୁଲଟେନିସ ଖେଳାଳି ସରଥ କମଲ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ