ETV Bharat / sports

ନଭେମ୍ବରେ ଟେବୁଲ ଟେନିସ ବିଶ୍ବକପ, ଚୀନରେ ହେବ ଟୁର୍ଣ୍ଣାମେଣ୍ଟ

author img

By

Published : Sep 5, 2020, 1:36 PM IST

ଚୀନରେ ଉଭୟ ମହିଳା ଓ ପୁରୁଷ ଟେବୁଲ ଟେନିସ ବିଶ୍ବକପ ସହ ଆଇଟିଟିଏଫ୍‌ ଫାଇନାଲ ମଧ୍ୟ ଖେଳାଯିବ ବୋଲି ସୂଚନା ଦେଇଛି ଅନ୍ତର୍ଜାତାୟ ଟେବୁଲ ଟେନିସ ଫେଡେରେସନ । ଅଧିକ ପଢ଼ନ୍ତୁ...

Table tennis World Cups in China, ITTF Finals in November, ଚୀନରେ ଟେବୁଲ ଟେନିସ ବିଶ୍ବକପ, ଅନ୍ତର୍ଜାତାୟ ଟେବୁଲ ଟେନିସ ଫେଡେରେସନ, ଅନ୍ତର୍ଜାତୀୟ ଟେବୁଲ ଟେନିସ
ନଭେମ୍ବରେ ଟେବୁଲ ଟେନିସ ବିଶ୍ବକପ, ଚୀନରେ ହେବ ଟୁର୍ଣ୍ଣାମେଣ୍ଟ

ବେଜିଙ୍ଗ: କୋରୋନା ପରେ ନଭେମ୍ବରରୁ ଆରମ୍ଭ ହେବ ଅନ୍ତର୍ଜାତୀୟ ଟେବୁଲ ଟେନିସ । ଚୀନରେ ଖେଳାଯିବ ପୁରୁଷ ଓ ମହିଳା ବିଶ୍ବକପ । ଏହାସହ ଆଇଟିଟିଏଫ୍‌ ଫାଇନାଲ ମଧ୍ୟ ଚୀନରେ ଖେଳାଯିବ ବୋଲି ଅନ୍ତର୍ଜାତାୟ ଟେବୁଲ ଟେନିସ ଫେଡେରେସନ (ITTF) ପକ୍ଷରୁ ସୂଚନା ଦିଆଯାଇଛି ।

କୋରୋନା ମହାମାରୀ କାରଣରୁ ପ୍ରାୟ 6 ମାସ ହେଲା ଟେବୁଲ ଟେନିସର ସମସ୍ତ କାର୍ଯ୍ୟକଳାପ ବନ୍ଦ କରି ଦିଆଯାଇଥିଲା ।

ଟେବୁଲ ଟେନିସର ପୁନଃ ଆରମ୍ଭକୁ #RESTART କୁହାଯାଉଥିବାବେଳେ ଏହି ଯୋଜନାରେ ନଭେମ୍ବର 2020 ପାଇଁ ଧାର୍ଯ୍ୟ ହୋଇଥିବା ଏକ ବିଶେଷ ସିରିଜ ପ୍ରଦର୍ଶିତ ହେବ । ଏହାଦ୍ବାରା ଖେଳାଳିଙ୍କ ପାଇଁ ଜାତୀୟରୁ ଆନ୍ତର୍ଜାତୀୟ କାର୍ଯ୍ୟକଳାପକୁ ସୁଗମ ପରିବର୍ତ୍ତନକୁ ସୁନିଶ୍ଚିତ କରିବା ପାଇଁ ଏକ ଆଞ୍ଚଳିକ ଆଭିମୁଖ୍ୟରେ କାର୍ଯ୍ୟ କରିବ ବୋଲି ଜିନହୁଆ ନ୍ୟୁଜ୍ ଏଜେନ୍ସି ରିପୋର୍ଟ କରିଛି ।

ଚାଇନିଜ ଟେବୁଲ ଟେନିସ ଆସୋସିଏସନ ସହ ମିଶି ଉଭୟ ବିଶ୍ବକପ ଓ ଫାଇନାଲ ଚୀନରେ ଅନୁଷ୍ଠିତ ହେବ । ତେବେ ଏହାର ମାନେ ହେଉଛି ଯେ ପୁରୁଷ ଓ ମହିଳା ଟେବୁଲ ଟେନିସ ଯାହା ପୂର୍ବରୁ ବ୍ୟାଙ୍କକକ୍‌, ଥାଇଲାଣ୍ଡ, ଓ ଡସେଲଡର୍ଫ, ଜର୍ମାନୀରେ ହେବାର ଥିଲା ତାହା କେବଳ ଚୀନରେ ହିଁ ଅନୁଷ୍ଠିତ ହେବ ।

ମହାମାରୀ ଆରମ୍ଭ ହେବା ଦିନଠାରୁ ଅନ୍ତର୍ଜାତୀୟ ଟେବୁଲ ଟେନିସର ନିରାପଦ ପ୍ରତ୍ୟାବର୍ତ୍ତନ ଆମର ସର୍ବୋଚ୍ଚ ପ୍ରାଥମିକତା ରହିଛି। ମୁଁ ଖୁସି ଯେ ଆଇଟିଟିଏଫରେ ସମସ୍ତଙ୍କ ଦ୍ବାରା ଚମତ୍କାର ସମର୍ଥନ ଏବଂ କଠିନ ପରିଶ୍ରମ ଯୋଗୁଁ ଆମେ ଇଭେଣ୍ଟ ସବୁ ଫେରାଇବାରେ ସଫଳ ହୋଇଛୁ ଏବଂ 2020 ଶେଷ ପୂର୍ବରୁ ଆରମ୍ଭ କରିବାକୁ ଯାଉଛୁ,’’ ବୋଲି କହିଛନ୍ତି ଆଇଟିଟିଏଫ୍ ସଭାପତି ଥୋମାସ୍ ୱିକର୍ଟ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.