ଅନୁଗୋଳ: ଜିଲ୍ଲାରେ ଆରମ୍ଭ ହେବାକୁ ଯାଉଛି 28 ତମ ରାଜ୍ୟ ସ୍ତରୀୟ ଟେବୁଲ ଟେନିସ ଚମ୍ପିଆନସିପ । ଚଳିତ ମାସ ୧୪ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଟେବୁଲ ଟେନିସ ଏକାଡେମୀ ତଥା ଇନ୍ଡୋର ହଲ୍ ଠାରେ ଏହି ଚମ୍ପିଆନ୍ସିପ୍ ଅନୁଷ୍ଠିତ ହେବ ।
ଓଡ଼ିଶା ରାଜ୍ୟ ଟେବୁଲ ଟେନିସ ଆସୋସିଏସନ ଓ ଜିଲ୍ଲା ପ୍ରଶାସନ ମିଳିତ ସହଯୋଗରେ ଚମ୍ପିଆନସିପ ଆୟୋଜନ କରାଯାଉଛି । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଟେବୁଲ ଟେନିସ ଖେଳାଳି ଏହି ଚମ୍ପିଆନସିପରେ ଭାଗ ନେବେ । ଏନେଇ ଜିଲ୍ଲା ପ୍ରଶାଶନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।
ଚମ୍ପିଆନସିପରେ ୧୪ଟି ଇଭେଣ୍ଟ ଅନୁଷ୍ଠିତ ହେବ । କେଳବ ପୁରୁଷ ଓ ଜୁନିୟର ବାଳକ ବିଭାଗରେ ଦଳଗତ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହାକୁ ଛାଡ଼ି ସିନିୟର ପୁରୁଷ ଓ ମହିଳା, ୟୁଥ୍ ବାଳକ ବାଳିକା ୧୯ ବର୍ଷରୁ କମ୍, ଜୁନିୟର ବାଳକ ଓ ବାଳିକା ୧୭ ବର୍ଷରୁ କମ୍, ସବ୍ଜୁନିୟର ବାଳକ ଓ ବାଳିକା ୧୫ ବର୍ଷରୁ କମ୍, କ୍ୟାଡେଟ୍ ବାଳକ ଓ ବାଳିକା ୧୩ ବର୍ଷରୁ କମ୍ ଏବଂ ହୋପ୍ ବାଳକ ଓ ବାଳିକା ୧୧ ବର୍ଷରୁ କମ୍ ବର୍ଗରେ ସିଙ୍ଗଲ୍ସ ଚମ୍ପିଆନ୍ସିପ୍ ଅନୁଷ୍ଠିତ ହେବ ।
ବୁଧବାର ଉଦ୍ଘାଟନ ଉତ୍ସବ ହେବାକୁଥିବାବେଳେ ୧୭ ତାରିଖ ସନ୍ଧ୍ୟାରେ ଏହି ଚମ୍ପିଆନ୍ସିପ୍ ଉଦ୍ଯାପନ ହେବ । ଏହି ଚମ୍ପିଆନସିପରେ ସାରା ରାଜ୍ୟରୁ ପାଖାପାଖି ୨୫୦ ପୁରୁଷ, ମହିଳା, ତଥା ସିନିୟର ଖେଳାଳି ଏବଂ ଜୁନିଅର ଖେଳାଳି ବାଳକ ଓ ବାଳିକା ଖେଳାଳି ଭାଗନେବାର କାର୍ଯ୍ୟକ୍ରମ ରହିଛି ।
ଇଟିଭି ଭାରତ, ଅନୁଗୋଳ