ETV Bharat / sports

ନଭେମ୍ବର ୧୩ରୁ ଆରମ୍ଭ ହେବ ରାଜ୍ୟସ୍ତରୀୟ ଖୋ ଖୋ ଚମ୍ପିଆନସିପ୍ - Kho Kho Championship in Puri

ପୁରୀ ଜିଲ୍ଲାରେ ଆରମ୍ଭ ହେବାକୁ ଯାଉଛି ରାଜ୍ୟସ୍ତରୀୟ ସିନିୟର ବର୍ଗର ଖୋ ଖୋ ଚମ୍ପିଆନସିପ । ଆସନ୍ତା ନଭେମ୍ବର ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଦୁଇ ଦିନ ଧରି ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ । ଅଧିକ ପଢନ୍ତୁ

ନଭେମ୍ବର ୧୩ରୁ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ଖୋ ଖୋ ଚମ୍ପିୟାନସିପ

author img

By

Published : Oct 31, 2022, 11:07 PM IST

ପୁରୀ: ଓଡିଶାକୁ ଦେଶର କ୍ରୀଡା ରାଜଧାନୀ ଭାବରେ ପରିଗଣିତ କରାଯାଉଛି । କ୍ରୀଡା ରାଜଧାନୀ ଭାବେ ସମସ୍ତଙ୍କୁ ଆକୃଷ୍ଟ କରୁଛି ଓଡ଼ିଶା । ରାଜ୍ୟ ତଥା ଦେଶ ବିଦେଶରେ ରହୁଥିବା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏହା ଏକ ଗର୍ବ ଓ ଗୌରବର ବିଷୟ । ଶ୍ରେଷ୍ଠ କ୍ରୀଡା ଆୟୋଜକ ଭାବରେ ଓଡିଶା ଦେଶରେ ସମ୍ମାନିତ ହୋଇଛି । ଖାଲି ରାଜ୍ୟ ନୁହେଁ ଜିଲ୍ଲା ସ୍ତରରେ ମଧ୍ୟ ଦେଖିବାକୁ ମିଳିଛି କ୍ରୀଡା ପ୍ରତି ସମସ୍ତଙ୍କ ଆଗ୍ରହ । ଖେଳକୁ ପ୍ରତ୍ସାହିତ କରିବା ପାଇଁ ଅଣ୍ଟା ଭିଡିଛି ପୁରୀ ଜିଲ୍ଲା । ଜିଲ୍ଲାରେ ଆରମ୍ଭ ହେବାକୁ ଯାଉଛି ରାଜ୍ୟସ୍ତରୀୟ ସିନିୟର ବର୍ଗର ଖୋ ଖୋ ଚମ୍ପିଆନସିପ । ଆସନ୍ତା ନଭେମ୍ବର ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଦୁଇ ଦିନ ଧରି ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ । ଏହି ଟୁର୍ଣ୍ଣାମେଣ୍ଟ ପୁରୀ ଜିଲ୍ଲା ସ୍କୁଲ ପରିସରରେ ଖେଳାଯିବା ନେଇ ନିଷ୍ପତ୍ତି ନିଆଯାଇଛି ।

ପୁରୀ ଜିଲ୍ଲା ପ୍ରଥମ ଥର ପାଇଁ ରାଜ୍ୟ ସ୍ତରୀୟ ଖୋ ଖୋ ପ୍ରତିଯୋଗିତା ଆୟୋଜନ କରୁଥିବାରୁ ଏହାକୁ ଭବ୍ୟ,ସୁନ୍ଦର ଓ ଶୃଙ୍ଖଳିତ ଭାବେ ପରିଚାଳନା କରିବାକୁ ଜିଲ୍ଲାପାଳ ସମର୍ଥ ବର୍ମା ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଖୋ ଖୋ ଆୟୋଜନ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରତିଯୋଗୀମାନେ ବିଭିନ୍ନ ଜିଲ୍ଲାରୁ ଆସୁଥିବାରୁ ସେମାନଙ୍କ ପାଇଁ ସମସ୍ତ ସୁବିଧା ପ୍ରଦାନର ବ୍ୟବସ୍ଥା କରିବାକୁ କହିଛନ୍ତି । ସେହିପରି ମ୍ୟାଚ ଆୟୋଜନରେ ଯେପରି କୌଣସି ସମମ୍ୟା ନ ଉପୁଜେ ସେଥିପ୍ରତି ନିର୍ଦ୍ଦେଶ ଦେଇଛନ୍ତି ।

ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଚନ୍ଦନ କୁମାର ସାହୁ ସମସ୍ତଙ୍କୁ ଖୋ ଖୋ ଖେଳ ଆୟୋଜନର ରୂପରେଖ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ଏହି ପ୍ରତିଯୋଗିତା ନଭେମ୍ବର ୧୩ ତାରିଖ ଉଦଘାଟିତ ହେବ ଓ ୧୫ ତାରିଖ ସନ୍ଧ୍ୟାରେ ଉଦ୍ଯାପନୀ ସମାରୋହରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ । ଏଥିରେ ୨୫ଟି ପୁରୁଷ ଓ ୨୫ଟି ମହିଳା ଦଳ ପ୍ରତିନିଧିତ୍ଵ କରିବେ । ଖେଳାଳି ଓ କୋଚମାନେ ବୃନ୍ଦାବତୀ ନିବାସରେ ରହିବେ ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି । ଏହି ବୈଠକରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରି ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.