ETV Bharat / sports

କୋରୋନା ଆକ୍ରାନ୍ତ ହେଲେ ଧାବିକା ହିମା ଦାସ

କୋରୋନା ସଂକ୍ରମିତ ହେଲେ ଷ୍ଟାର ଧାବିକା ହିମା ଦାସ । ମାଂସପେଶୀ ଜନିତ ଆହତ ହୋଇଥିଲେ ହିମା । ଅଧିକ ପଢ଼ନ୍ତୁ...

କୋରୋନା ଆକ୍ରାନ୍ତ ହେଲେ ଧାବିକା ହିମା ଦାସ
କୋରୋନା ଆକ୍ରାନ୍ତ ହେଲେ ଧାବିକା ହିମା ଦାସ
author img

By

Published : Oct 13, 2021, 9:07 PM IST

ନୂଆଦିଲ୍ଲୀ: କୋରୋନା ସଂକ୍ରମିତ ହେଲେ ଷ୍ଟାର ଧାବିକା ହିମା ଦାସ । ମାଂସପେଶୀ ଜନିତ ଆହତ ହୋଇଥିଲେ ହିମା । ଏହି ଆଘାତରୁ ଧୀରେଧୀରେ ସୁସ୍ଥ ହେଉଥିବାବେଳେ ହିମା କୋରୋନା ସଂକ୍ରମିତ ହୋଇଥିବା ନେଇ ସୂଚନା ଦେଇଛନ୍ତି । ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଥିବା ନେଇ ସୂଚନା ଦେଇଛନ୍ତି ହିମା ।

  • I would like to inform everyone that I have been tested positive for Covid-19. I am stable and at the moment in isolation. I look forward to utilising this time to recover and come back stronger than before. 💪🏼
    A gentle reminder for
    everyone to stay safe and wear mask.

    — Hima (mon jai) (@HimaDas8) October 13, 2021 " class="align-text-top noRightClick twitterSection" data=" ">

ଗତ କିଛି ଦିନ ହେଲା ମାଂସପେଶୀ ଜନିତ ଆଘାତରୁ ସୁସ୍ଥ ହୋଇ ପଟିଆଲାସ୍ଥିତ ଜାତୀୟ କ୍ୟାମ୍ପରେ ଯୋଗ ଦେଇଥିଲେ ହିମା । କୋରୋନାରେ ସଂକ୍ରମିତ ହେବାପରେ ହିମା ଟ୍ବିଟ୍‌ କରି କହିଛନ୍ତି ଯେ, "ମଁ ସଭିଁଙ୍କୁ ଜଣାଇ ଦେବାକୁ ଚାହେଁ ଯେ ମୁଁ କୋଭିଡ ସଂକ୍ରମଣରେ ସଂକ୍ରମିତ ହୋଇଛି । ମୋର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ଓ ମୁଁ ଆଇସୋଲେସନରେ ରହିଛି । ଖୁବଶୀଘ୍ର ମୁଁ ସୁସ୍ଥ ହୋଇ ଫେରିବି । ଆପଣମାନେ ସତର୍କ ହୋଇ ରୁହନ୍ତୁ ଓ ମାସ୍କ ବ୍ୟବହାର କରନ୍ତୁ ।"

ମାଂସପେଶୀ ଜନିତ ଆଘାତ ଯୋଗୁଁ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରି ପାରିନଥିଲେ ହିମା ଦାସ । ପ୍ରଥମ ଭାରତୀୟ ଧାବିକା ଭାବରେ ବିଶ୍ବ ୨୦ ବର୍ଷରୁ କମ୍‌ ସ୍ପ୍ରିଣ୍ଟ ଚମ୍ପିଆନ୍‌ସିପ୍‌ ୨୦୧୮ର ୪୦୦ ମିଟର ଇଭେଣ୍ଟରେ ଟାଇଟଲ ହାସଲ କରିଥିଲେ ।

ଟୋକିଓ ଅଲମ୍ପିକ୍ସ ପାଇଁ ହିମା ଫେଡେରେସନ କପ୍‌ରେ ୨୦୦ ମିଟର ସ୍ପ୍ରିଣ୍ଟ ଇଭେଣ୍ଟରେ ୨୩.୨୧ ସେକେଣ୍ଡରେ ଫିନିସ ଲାଇନ ପାର୍‌ କରିଥିଲେ । ଅଲମ୍ପିକ୍ସ ଯୋଗ୍ୟତା ପାଇଁ ହିମାଙ୍କୁ ୨୨.୮୦ ସେକେଣ୍ଡରେ ଏହି ଫିନିସ୍‌ ଲାଇନ୍‌ ପାର୍‌ କରିବାକୁ ଥିଲା । ତେବେ ମାଂସପେଶୀରେ ଆଘାତ ଯୋଗୁଁ ସେ ଏହି ଇଭେଣ୍ଟରେ ନିଜର ଶତ ପ୍ରତିଶତ ଦେଇ ପାରିନଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.