ETV Bharat / sports

Wrestlers Protest: କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ବାହାରିଲେ ଦୂତୀ ଚାନ୍ଦ - ଧାରଣା ଜାରି ରଖିଥିବା କୁସ୍ତିଯୋଦ୍ଧା

ଜନ୍ତରମନ୍ତରରେ ଧାରଣା ଜାରି ରଖିଥିବା କୁସ୍ତିଯୋଦ୍ଧାଙ୍କୁ ସମର୍ଥନ ଜଣାଇଲେ ଦୂତୀ ଚାନ୍ଦ । ସରକାର ଏହି ଘଟଣାରେ ହସ୍ତକ୍ଷପ କରିବା ଆବଶ୍ୟକ ବୋଲି କହିଲେ ଦୂତୀ ।

dutee chand supports wrestlers protest
dutee chand supports wrestlers protest
author img

By

Published : May 6, 2023, 12:25 PM IST

ନୂଆଦିଲ୍ଲୀ: କୁସ୍ତି ମହାସଂଘ ମୁଖ୍ୟ ବ୍ରିଜଭୂଷଣଙ୍କ ଗିରଫ ଦାବି କରି ଦିଲ୍ଲୀର ଜନ୍ତରମନ୍ତରରେ ଧାରଣା ଜାରି ରଖିଛନ୍ତି କୁସ୍ତିଯୋଦ୍ଧା । କୁସ୍ତିଯୋଦ୍ଧାଙ୍କୁ ସମର୍ଥନ ଜଣାଇଲେ ଅଲମ୍ପିଆନ ଦୂତୀ ଚାନ୍ଦ । ମହିଳା କୁସ୍ତିଯୋଦ୍ଧା ଯେଉଁ ଅଭିଯୋଗ ଆଣିଛନ୍ତି ଏଥିରେ ସରକାର ହସ୍ତକ୍ଷପ କରି ସତକୁ ସାମ୍ନାକୁ ଆଣନ୍ତୁ ବୋଲି ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି ଦୂତୀ ।

ସାକ୍ଷାତକାରରେ ଦୂତି କହିଛନ୍ତି ଯେ, ''ସେ ପୁରୁଷ ହେଉ ଅବା ମହିଳା କ୍ରୀଡାବିତ ସରକାରଙ୍କ ସାମ୍ନାରେ ସମସ୍ତେ ସମାନ । ସମସ୍ତଙ୍କୁ ସମାନ ପ୍ରକାରର ସୁବିଧା ମିଳେ । କିଛି ଲୋକ ଅଛନ୍ତି ଯେଉଁ ମାନେ ମହିଳା କ୍ରୀଡାବିତଙ୍କୁ ଯୌନ ଶୋଷଣ କରିଥାନ୍ତି । ସେ ଚାକିରି କ୍ଷେତ୍ରରେ ହେଉ ଅବା ରାଜନୀତି ବା ଅଭିନୟ କ୍ଷେତ୍ରରେ ମଧ୍ୟ ମହିଳା ମାନେ ଯୌନ ଶୋଷଣର ଶିକାର ହୋଇଥାନ୍ତି । କିନ୍ତୁ କ୍ରୀଡା ବିଭାଗରେ ଏପରି ଅଭିଯୋଗ ଆସିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଯେଉଁ ଖେଳାଳି ମାନେ ଦେଶକୁ ଗର୍ବିତ କରାଉଛନ୍ତି ସେମାନଙ୍କ ସହ ଯଦି ଏପରି କରାଯିବ ତେବେ ଦେଶର ସମ୍ମାନ ରହିବ ନାହିଁ । କାହିଁକିନା ଦେଶର ସମ୍ନାନ ହେଉଛନ୍ତି ଝିଅ । ତେଣୁ ଏହାକୁ ମୁଁ ତୀବ୍ର ନିନ୍ଦା କରୁଛି ।''

''ଯଦି ଦେଶର ଏତେ ବଡ ବଡ ଖେଳାଳି ଯୌନ ଶୋଷଣର ଶିକାର ହେଉଛନ୍ତି ତେବେ ଭାବନ୍ତୁ ଛୋଟ ଛୋଟ ଖେଳାଳିଙ୍କ ଅବସ୍ଥା କଣ ହେଉଥିବ । ସରକାର ଏହି ଘଟଣାରେ ହସ୍ତକ୍ଷପ କରି ସତକୁ ସାମ୍ନାକୁ ଆଣନ୍ତୁ । ଏହି ଘଟଣାରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଅଭିଯୁକ୍ତଙ୍କୁ ମଧ୍ୟ କଠୋରରୁ କଠୋର ଦଣ୍ଡ ଦିଆଯାଉ । ଫଳରେ ଭବିଷ୍ୟତରେ ଏପରି କାମ କରିବାକୁ ଯେମିତି କେହି ସାହସ କରିବେ ନାହିଁ ।''

ଅନ୍ୟପେଟ କୁସ୍ତିଯୋଦ୍ଧାଙ୍କ ଧାରଣାକୁ ନେଇ ମୁହଁ ଖୋଲିଛନ୍ତି କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର । ଏହି ଘଟଣାରେ ନିରପେକ୍ଷ ତଦନ୍ତ ପାଇଁ ସହମତି ପ୍ରକାଶ କରିବାକୁ କୁସ୍ତିଯୋଦ୍ଧାଙ୍କୁ ନିବେଦନ କରିଛନ୍ତି ଅନୁରାଗ । କୋର୍ଟ ରାୟ ଶୁଣାଇସାରିଛନ୍ତି, ତଦନ୍ତ ପରେ ସତ ସାମ୍ନାକୁ ଆସିବ । ଅନ୍ୟପଟେ ଦ୍ରୋଣାଚାର୍ଯ୍ୟ ବିଜେତା କୋଚ ମହାବୀର ଫୋଗଟ କୁସ୍ତିଯୋଦ୍ଧାଙ୍କୁ ସମର୍ଥନ ଜଣାଇଛନ୍ତି । ଯଦି ଧାରଣାରତ କୁସ୍ତିଯୋଦ୍ଧାଙ୍କୁ ସମର୍ଥନ ନମିଳେ ତେବେ ପଦକ ଫେରାଇ ଦେବାକୁ କହିଛନ୍ତି ମହାବୀର ଫୋଗଟ ।

ମିଳିଥିବା ସୂଚନା ଅନୁଯାୟୀ, କୁସ୍ତି ମହାସଂଘ ମୁଖ୍ୟ ବ୍ରିଜ୍‌ଭୂଷଣଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣି ତାଙ୍କୁ ଗିରଫ କରିବା ଦାବିରେ ଜନ୍ତରମନ୍ତରରେ ଧାରଣା ଜାରି ରଖିଛନ୍ତି କୁସ୍ତିଯୋଦ୍ଧା । ବୁ୍ଧ‌ବାର ରାତିରେ ଦିଲ୍ଲୀ ପୋଲିସର କିଛି ଅଧିକାରୀ ଓ କର୍ମଚାରୀ ନିଶାସକ୍ତ ଅବସ୍ଥାରେ ସେମାନଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଥିବା ସେମାନେ ଅଭିଯୋଗ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.