ETV Bharat / sports

ଟୋକିଓ ପାରାଅଲମ୍ପିକ୍ସ: 3 ସଟପୁଟ୍‌ ଥ୍ରୋଅରଙ୍କ ଯୋଗ୍ୟତା ହାସଲ, କ୍ରୀଡାମନ୍ତ୍ରୀଙ୍କ ଶୁଭେଚ୍ଛା - ଟୋକିଓ ପାରାଅଲମ୍ପିକ୍ସ

କେନ୍ଦ୍ର କ୍ରୀଡା ମନ୍ତ୍ରୀ କିରଣ ରିଜିଜୁ ଟୋକିଓ ପାରାଅଲମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା 3 ସଟପୁଟ୍‌ ଥ୍ରୋଅରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ...

Sports Minister Rijiju congratulates shot put para-athletes for qualifying for Tokyo Paralympics
ଟୋକିଓ ପାରାଅଲମ୍ପିକ୍ସ: 3 ସଟପୁଟ୍‌ ଥ୍ରୋଅରଙ୍କ ଯୋଗ୍ୟତା ହାସଲ, କ୍ରୀଡାମନ୍ତ୍ରୀଙ୍କ ଶୁଭେଚ୍ଛା
author img

By

Published : Jul 4, 2021, 7:42 PM IST

ନୂଆଦିଲ୍ଲୀ: କେନ୍ଦ୍ର କ୍ରୀଡା ମନ୍ତ୍ରୀ କିରଣ ରିଜିଜୁ ରବିବାର ଟୋକିଓ ପାରାଅଲମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା 3 ସଟପୁଟ୍‌ ଥ୍ରୋଅରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଭାଗ୍ୟଶ୍ରୀ ଯାଦବ(ମହିଳା F-34), ସୋମାନ ରାଣା(ପୁରୁଷ F-57), ଓ ଅରବିନ୍ଦ(ପୁରୁଷ F-35) ଟୋକିଓ ପାରାଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି ।

  • I congratulate the Shot Put Para athletes for securing qualification to the #Tokyo2020 Paralympics at the trials held this week. Well done Bhagyashri Jadhav (Women’s F34), Soman Rana (Men’s F57) and Arvind (Men’s F35). #Cheer4India pic.twitter.com/Z11LoMyqV2

    — Kiren Rijiju (@KirenRijiju) July 4, 2021 " class="align-text-top noRightClick twitterSection" data=" ">

ପାରାଅଲମ୍ପିକ ଟିକେଟ ହାତେଇଥିବା ଭାରତୀୟ ପାରା ଆଥଲେଟଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ । ଦେଶ ପାଇଁ ପଦକ ଜିତିବାକୁ ଭାରତୀୟ ପାରା-ଆଥଲେଟମାନେ କଠିନ ପରିଶ୍ରମ କରୁଛନ୍ତି ବୋଲି ରିଜିଜୁ କହିଛନ୍ତି ।

ପୁରୁଷ ଉଚ୍ଚ ଡିଆଁ ଇଭେଣ୍ଟରେ 2016 ରିଓ ଅଲମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ମାରିୟାପ୍ପନ ଥଙ୍ଗାଭେଲୁଙ୍କୁ ଟୋକିଓ ପାରାଅଲମ୍ପିକ୍ସ 2020ରେ ଭାରତୀୟ ପାରା ଟିମର ନେତୃତ୍ବ ନେବାପାଇଁ ଚୟନ କରଯାଇଛି । ଅଗଷ୍ଟ 24ରୁ ସେପ୍ଟେମ୍ବର 5 ପର୍ଯ୍ୟନ୍ତ ଏହି ମେଗା ଇଭେଣ୍ଟ ଖେଳାଯିବ ।

ଟୋକିଓ ପାରାଅଲମ୍ପିକ୍ସରେ ମାରିୟାପ୍ପନ ଥାଙ୍ଗାଭେଲୁଙ୍କ ହାତରେ ତ୍ରୀରଙ୍ଗା ରହିବା ନେଇ ଭାରତୀୟ ପାରାଅଲମ୍ପିକ କମିଟି(PCI) ସଭାପତି ଦୀପା ମଲିକ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.