ETV Bharat / sports

ଅଲମ୍ପିକ୍ସ ପାଇଁ ରିଲିଜ ହେଲା ଥିମ ସଙ୍ଗ୍‌

author img

By

Published : Jun 24, 2021, 10:18 PM IST

ନୂଆଦିଲ୍ଲୀରେ ବୁଧବାର ଟୋକିଓ ଅଲମ୍ପିକ ପାଇଁ ଭାରତୀୟ ଅଲମ୍ପିକ ଟିମର ଅଫିସିଆଲ ଥିମ୍‌ ଗୀତ ଲୋକାର୍ପିତ । ଅଧିକ ପଢ଼ନ୍ତୁ...

Sports minister kiren rijiju,  official theme song for olympic,  indian team for tokyo olympic, ଅଲମ୍ପିକ୍ସ ପାଇଁ ରିଲିଜ ହେଲା ଥିମ ସଙ୍ଗ୍‌, ଟୋକିଓ ଅଲମ୍ପିକ, tokyo olympic
ଅଲମ୍ପିକ୍ସ ପାଇଁ ରିଲିଜ ହେଲା ଥିମ ସଙ୍ଗ୍‌

ନୂଆଦିଲ୍ଲୀ: କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ ନୂଆଦିଲ୍ଲୀରେ ବୁଧବାର ଟୋକିଓ ଅଲମ୍ପିକ ପାଇଁ ଭାରତୀୟ ଅଲମ୍ପିକ ଟିମର ଅଫିସିଆଲ ଥିମ୍‌ ଗୀତ ଲୋକାର୍ପିତ କରିଛନ୍ତି । ଏହି ଅବସରରେ କେନ୍ଦ୍ର କ୍ରୀଡ଼ା ସଚିବ ରବି ମିତ୍ତଲ, ଭାରତୀୟ ଅଲମ୍ପିକ ସଙ୍ଘର ଅଧ୍ୟକ୍ଷ ନରିନ୍ଦର ବତ୍ରା ଏବଂ ମହାସଚିବ ରାଜୀବ ମେହତା, ଭାରତୀୟ କ୍ରୀଡା ପ୍ରାଧିକରଣ (SAI) ର ମହାନିର୍ଦ୍ଦେଶକ ସନ୍ଦୀପ ପ୍ରଧାନ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହିଥିଲେ ।

ଅଲମ୍ପିକ୍ସ ପାଇଁ ରିଲିଜ ହେଲା ଥିମ ସଙ୍ଗ୍‌

ଏହି ଗୀତରେ କଣ୍ଠଦାନ କରିଛନ୍ତି ଲୋକପ୍ରିୟ ଗାୟକ ମୋହିତ ଚୌହାନ । ଗୀତକୁ ଲେଖିଛନ୍ତି ତାଙ୍କ ସ୍ତ୍ରୀ ପ୍ରାର୍ଥନ ଗେହଲଟ । ଗୀତ ଉନୋଚନ ସମୟରେ କ୍ରୀଡା ମନ୍ତ୍ରୀ କହିଛନ୍ତି ଯେ, ‘‘ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଜନ ଯେ ସାରା ଦେଶକୁ ଟୋକିଓ ଅଲମ୍ପିକରେ ଭାଗ ନେଉଥିବା ଖେଳାଳିଙ୍କ ସମର୍ଥନ ପାଇଁ ଆଗେଇ ଆସିବା ଉଚିତ । ଆଉ ଏହି ଥିମ୍‌ ସଙ୍ଗ ସେହି ଦିଗରେ ଏକ ପଦକ୍ଷେପ ।’’

ଏହି ଉତ୍ସାହରେ ଭରପୁର ଗୀତଟି ସବୁଠାରୁ ବଡ଼ ପୋଡିୟମ ଉପରେ ଭାରତ ପାଇଁ ଗର୍ବ ଆଣିବା, ଆଶା ରଖିଥିବା ସମସ୍ତ ଖେଳାଳିଙ୍କ ଭାବନାକୁ ସମାହିତ କରିଛି । କ୍ରୀଡ଼ା ମନ୍ତ୍ରଣାଳୟ କ୍ବିଜ, ସେଲ୍ଫି ପଏଣ୍ଟ ଓ ଅଲମ୍ପିକ ଉପରେ ଚର୍ଚ୍ଚା ପରି ବିଭିନ୍ନ କାର୍ଯ୍ୟକ୍ରମ ଦ୍ବାରା ଦେଶବ୍ୟାପୀ #ଚିୟରଫରଇଣ୍ଡିଆ (#Cheer4India) ଅଭିଯାନ ଆରମ୍ଭ କରାଯାଇଛି ।

ଗୀତ ଉନ୍ମୋଚନ ଅବସରରେ IOA ଅଧ୍ୟକ୍ଷ ନରିନ୍ଦର ବତ୍ରା କହିଛନ୍ତି ଯେ, ‘‘ଥିମ ସଙ୍ଗ ରିଲିଜ ହେବା ସହ ମୁଁ ଚାହୁଁଛି ଯେ ଅଲମ୍ପିକ ଖେଳିବାକୁ ଥିବା ସମସ୍ତ ଖେଳାଳି ଏହା ଜାଣନ୍ତୁ ଯେ, ଏହି ଗୀତ କେବଳ ଗୀତ ନୁହେଁ ବରଂ ଆପଣ ମାନଙ୍କ ପଛରେ ସାରା ଦେଶର ପ୍ରାର୍ଥନାର ଗୁଞ୍ଜରଣ ଅଟେ । ମୋର ବିଶ୍ବାସ ଯେ ଆପଣ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ଦେଶ ପାଇଁ ଗୌରବ ଆଣିଦେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.