ଗୁଲମାର୍ଗ: ଜମ୍ମୁ କାଶ୍ମୀରରେ ଆରମ୍ଭ ହେଲା ପ୍ରଥମ ଖେଲୋ ଇଣ୍ଡିଆ ୱିଣ୍ଟର ଗେମ୍ସ । କେନ୍ଦ୍ର କ୍ରୀଡାମନ୍ତ୍ରୀ କିରେନ ରିଜ୍ଜୁ ଏହି ପ୍ରତିଯୋଗିତାର ଉଦ୍ଘାଟନ କରିଛନ୍ତି ।
ଜମ୍ମୁ କାଶ୍ମୀର ସ୍ପୋର୍ଟ୍ସ କାଉନସିଲ ଓ କେନ୍ଦ୍ରୀୟ କ୍ରୀଡାମନ୍ତ୍ରାଳୟର ମିଳିତ ସହଯୋଗରେ ଏହି ପ୍ରତିଯାଗିତା ଆରମ୍ଭ ହୋଇଛି । 5 ଦିନ ଧରି ଚାଲିବ ଏହି ଶୀତକାଳୀନ ବରଫ କ୍ରୀଡା ପ୍ରତିଯୋଗିତା । ଦେଶ ତମାମରୁ ପ୍ରାୟ 900 ଆଥଲେଟ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଛନ୍ତି ।
ଉଦ୍ଘାଟନୀ ଉତ୍ସବରେ ଜମ୍ମୁ କାଶ୍ମୀରର ପାରମ୍ପରିକ ନୃତ୍ୟଗୀତ ଦେଖିବାକୁ ମିଳିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ