ETV Bharat / sports

କୋଭିଡ ନିୟମ ଉଲ୍ଲଂଘନ, କୁସ୍ତି ଫେଡେରେସନକୁ ରିପୋର୍ଟ ମାଗିଲା SAI - covid guideline violation

କୋଭିଡ ନିୟମ ଉଲ୍ଲଂଘନ ନେଇ ଜାତୀୟ କୁସ୍ତି ଫେଡେରେସନକୁ ରିପୋର୍ଟ ମାଗିଲା ଭାରତୀୟ କ୍ରୀଡ଼ା ପ୍ରାଧିକରଣ ସଂଘ। ନୋଏଡ଼ାର ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଜାତୀୟ କୁସ୍ତି ଚାମ୍ପିଅନସିପରେ କୋଭିଡ ଗାଇଡଲାଇନ ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଛି। ଅଧିକ ପଢ଼ନ୍ତୁ...

sports authority of india asked for a report to wrestling federation of india regarding covid guideline violation
କୋଭିଡ ନିୟମ ଉଲ୍ଲଂଘନ, କୁସ୍ତି ଫେଡେରେସନକୁ ରିପୋର୍ଟ ମାଗିଲା SAI
author img

By

Published : Jan 24, 2021, 3:41 PM IST

ନୂଆଦିଲ୍ଲୀ: କୋଭିଡ ନିୟମ ଉଲ୍ଲଂଘନ ନେଇ ଜାତୀୟ କୁସ୍ତି ଫେଡେରେସନକୁ ରିପୋର୍ଟ ମାଗିଲା ଭାରତୀୟ କ୍ରୀଡ଼ା ପ୍ରାଧିକରଣ ସଂଘ(sports authority of india) । ଗତ ଶନିବାର ଠାରୁ ଜାତୀୟ କୁସ୍ତି ଚାମ୍ପିଅନସିପ ଆରମ୍ଭ ହୋଇଛି। ଦିଲ୍ଲୀ ନଏଡ଼ାର ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ କୋଭିଡ ଗାଇଡଲାଇନ ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଛି।

ଭାରତୀୟ କ୍ରୀଡ଼ା ପ୍ରାଧିକରଣ ସଂଘ(SAI) ପକ୍ଷରୁ କୁହାଯାଇଛି ଯେ, 23 ଜାନୁଆରୀରୁ ଆରମ୍ଭ ହୋଇଥିବା ଜାତୀୟ କୁସ୍ତି ଚାମ୍ପିୟନସିପ ଆରମ୍ଭ ହୋଇଛି। ନୋଏଡ଼ାର ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ କୋଭିଡ ନିୟମର ଉଲ୍ଲଂଘନ ହୋଇଥିବା ମିଡିଆର ଖବରରୁ ଜଣା ପଡ଼ିଛି। ଯେକୌଣସି ଟୁର୍ଣ୍ଣାମେଣ୍ଟ ପାଇଁ ସାମଜିକ ଦୂରତା ଓ ଅନ୍ୟ ପ୍ରକ୍ରିୟାକୁ ମାନିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଜାତୀୟ କୁସ୍ତି ଚାମ୍ପିଅନସିପରେ ଏହାର କଥାକଥିତ ଭାବରେ ଉଲ୍ଲଂଘନ ହୋଇଛି।

ଭାରତୀୟ କ୍ରୀଡ଼ା ପ୍ରାଧିକରଣ ସଂଘର ମହାନିର୍ଦ୍ଦେଶକ ସନ୍ଦିପ ପ୍ରଧାନ କହିଛନ୍ତି ଯେ, "ଏହି ମାମଲାକୁ ନେଇ ଜାତୀୟ କୁସ୍ତି ଫେଡେରେସନ ଆଲୋଚନା ହୋଇଛି। ଏହାକୁ ନେଇ ଜାତୀୟ କୁସ୍ତି ଫେଡେରେସନକୁ ରିପୋର୍ଟ ମଗା ଯାଇଛି। ସୋମବାର ସୁଦ୍ଧା ଏହି ରିପୋର୍ଟ ଦାଖଲ କରିବ କୁସ୍ତି ଫେଡେରେସନ। ଟୁର୍ଣ୍ଣାମେଣ୍ଟରେ କୋଭିଡ ଗାଇଡଲାଇନର ପାଳନ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।"

ଯେକୌଣସି ଟୁର୍ଣ୍ଣାମେଣ୍ଟରେ କୋଭିଡ ନିୟମ ପାଳନ କରିବାକୁ ଜାତୀୟ ଓଲିମ୍ପିକ ସଂଘ ରାଷ୍ଟ୍ରୀୟ ଖେଳ ମହାସଂଘକୁ ଅନୁରୋଧ କରିଛି। ଏହାସହ ଖେଳାଳିଙ୍କ ସୁରକ୍ଷା ପ୍ରତି ଦାୟିତ୍ବବାନ ହେବାକୁ କୁହାଯାଇଛି। ଭାରତରେ ବିଭିନ୍ନ ପ୍ରତିଯୋଗିତା ପାଇଁ କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ଡିସେମ୍ବର 26 ତାରିଖରେ ଏକ କୋଭିଡ ଏସଓପି ଜାରି କରାଯାଇଥିଲା। ଏହି ଗାଇଡଲାଇନ ଅନୁଯାୟୀ ସମସ୍ତ କ୍ରୀଡ଼ା ବା ଜାତୀୟ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

@ians

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.