ETV Bharat / sports

ନବୀନଙ୍କ ନେତୃତ୍ବରେ ରାଜ୍ୟରେ କ୍ରୀଡା ଭିତ୍ତିଭୂମି ଶିଖର ଛୁଇଁଛି: କ୍ରୀଡା ମନ୍ତ୍ରୀ - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତୁଷାରକାନ୍ତିଙ୍କ ପ୍ରଶଂସା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟରେ କ୍ରୀଡା ଭିତ୍ତିଭୂମି ନୂଆ ଏକ ଶିଖର ଛୁଇଁଛି । ଏହା କହିଛନ୍ତି କ୍ରୀଡା ଓ ଯୁବସେବା ବିଭାଗର ମନ୍ତ୍ରୀ ତୁଷାରକାନ୍ତି ବେହେରା । ଅଧିକ ପଢନ୍ତୁ

Sporting infra has achieved new heights under the leadership of CM Naveen Patnaik: Odisha Sports Minister
ନବୀନଙ୍କ ନେତୃତ୍ବରେ ରାଜ୍ୟରେ କ୍ରୀଡାଭିତ୍ତିଭୂମୀ ଶିଖର ଛୁଇଁଛି
author img

By

Published : Dec 25, 2021, 6:53 AM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟରେ କ୍ରୀଡା ଭିତ୍ତିଭୂମି ନୂଆ ଏକ ଶିଖର ଛୁଇଁଛି । ଏହା କହିଛନ୍ତି କ୍ରୀଡା ଓ ଯୁବସେବା ବିଭାଗର ମନ୍ତ୍ରୀ ତୁଷାରକାନ୍ତି ବେହେରା । ରାଉରକେଲାରେ ବିଶ୍ବସ୍ତରୀୟ ଅତ୍ୟାଧୁନିକ ହକି ଷ୍ଟାଡିୟମ ନିର୍ମାଣ କରୁଛି ଓଡିଶା, ଯେଉଁଠି ପୁରୁଷ ହକି ବିଶ୍ବକପ ୨୦୨୩ ଖେଳାଯିବ । ରାଉରକେଲା ସିଟି ଷ୍ଟାଡିୟମ ୨୦,୦୦୦ ଦର୍ଶକ ବସିବା କ୍ଷମତା ସହ ଭାରତର ବୃହତ୍ତମ ହକି ଷ୍ଟାଡିୟମ ହେବ ।

  • 𝗛𝗲𝗿𝗼𝗲𝘀 𝗶𝗻 𝗔𝗰𝘁𝗶𝗼𝗻!

    The 4th National Para-Badminton Championship is an absolute treat to the eyes.

    Day 1 - ✅ pic.twitter.com/Fh6qhn10yC

    — Odisha Sports (@sports_odisha) December 24, 2021 " class="align-text-top noRightClick twitterSection" data=" ">

ରାଜ୍ୟ ନିକଟରେ FIH ଜୁନିଅର ପୁରୁଷ ହକି ବିଶ୍ବକପ ୨୦୨୧ର ସଫଳ ଆୟୋଜନ କରିଥିଲା । ଏହି ଟୁର୍ଣ୍ଣାମେଣ୍ଟ ଭାରତରେ ପ୍ରଥମ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଥିଲା ଯାହାହି ମାର୍ଚ୍ଚ ୨୦୨୦ରେ COVID-19 ମହାମାରୀ ପରେ ଦେଶରେ ଆୟୋଜିତ ହୋଇଥିଲା ।

ଶୁକ୍ରବାର ଠାରୁ ଭୁବନେଶ୍ବରରେ ନ୍ୟାସନାଲ ପାରା-ବ୍ୟାଡମିଣ୍ଟନ ଚାମ୍ପିଅନସିପ୍‌ ଆରମ୍ଭ ହୋଇଥିବାବେଳେ, ଭାରତକୁ ଏକ ସ୍ପୋର୍ଟ୍ସ ହବ୍‌ରେ ପରିଣତ କରିବାକୁ ଓଡିଶାର ପ୍ରମୁଖ ଯୋଗଦାନର ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦେଇଥିଲେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ।

ଓଡିଶା ପାରା-ସ୍ପୋର୍ଟ୍ସ ସଂଘ ସହିତ କ୍ରୀଡା ଓ ଯୁବସେବା ବିଭାଗ ଓଡିଶା ସରକାର ୩ ଦିନିଆ ମେଗା ଇଭେଣ୍ଟ ଆୟୋଜନ କରୁଛି । ଯେଉଁଥିରେ ୫୦୦ରୁ ଅଧିକ ଖେଳାଳି ଅଂଶଗ୍ରହଣ କରିବେ ।

ଏହି ଇଭେଣ୍ଟ ରାଜ୍ୟର ଦୁଇଟି ଭେନ୍ୟୁରେ ଅନୁଷ୍ଠିତ ହେବ । କେ.ସି. ମେମୋରିଆଲ ଟ୍ରଷ୍ଟ ସହଭାଗିତାରେ ରେଲୱେ ଇନ୍‌ଡୋର୍‌ ଷ୍ଟାଡିୟମ ଭୁବନେଶ୍ବର ଓ ଉଡାନ୍‌ ବ୍ୟାଡ୍‌ମିଣ୍ଟନ ଏକାଡେମୀରେ ୨୪ ଡିସେମ୍ବରରୁ ୨୬ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ଖେଳାଯିବା ନେଇ ସୂଚୀ ରହିଛି । ଭାରତୀୟ ପାରାଲମ୍ପିକ୍‌ କମିଟି ଓ ଭାରତୀୟ ବ୍ୟାଡ୍‌ମିଣ୍ଟନ ସଂଘର ପ୍ରତ୍ୟେକ୍ଷ ତତ୍ବାବଧାନରେ ଏହି ଟୁର୍ଣ୍ଣାମେଣ୍ଟର ପରିଚାଳନା ହେବ ।

ଏହାମଧ୍ୟ ପଢନ୍ତୁ: ଭୁବନେଶ୍ୱରରେ ଚତୁର୍ଥ ନ୍ୟାସନାଲ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପ୍‌ ଆରମ୍ଭ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.