ETV Bharat / sports

ବିଶ୍ବ ବକ୍ସିଂ ଚମ୍ପିଆନସିପରେ ଖେଳିବେନି ମେରୀକମ, ପ୍ରତ୍ୟାହାର କରିନେଲେ ନାମ

IBA ବିଶ୍ବ ବକ୍ସିଂ ଚମ୍ପିଆନସିପରେ ଖେଳିବେନି ମେରୀକମ । ସେ ଆହତ ସମସ୍ୟା ଦେଇ ଗତି କରୁଥିବାରୁ ଏହି ଚମ୍ପିଆନସିପରୁ ନିଜ ନାମକୁ ପ୍ରତ୍ୟାହାର କରିଛନ୍ତି ଏହି ଷ୍ଟାର ବକ୍ସର । ଅଧିକ ପଢନ୍ତୁ

author img

By

Published : Jan 8, 2023, 8:28 PM IST

ବକ୍ସର ମେରୀକମ
ବକ୍ସର ମେରୀକମ

ହାଇଦ୍ରାବାଦ: ବିଶ୍ବ ବକ୍ସିଂ ଚମ୍ପିଆନସିପ ୨୦୨୩ରେ ଦେଖିବାକୁ ମିଳିବନି ମେରୀକମଙ୍କ ପ୍ରଦର୍ଶନ । ବକ୍ସର ମେରୀକମ ବିଶ୍ବ ବକ୍ସିଂ ଚମ୍ପିଆନସିପରୁ ତାଙ୍କ ନାମକୁ ପ୍ରତ୍ୟାହାର କରି ନେଇଛନ୍ତି । IBA ବିଶ୍ୱ ବକ୍ସିଂ ଚମ୍ପିଆନସିପ ଆସନ୍ତା ମେ ୧ ତାରିଖରୁ ମେ ୧୪ ତାରିଖ ପର୍ଯ୍ୟନ୍ତ ଖେଳାଯିବ । ଏହି ଚମ୍ପିଆନସିପ ଉଜବେକିସ୍ତାନ ତାଶଙ୍କେତରେ(Tashkent) ଆୟୋଜିତ ହେବ ।

IBA ବିଶ୍ବ ମହିଳା ବକ୍ସିଂ ଚମ୍ପିଆନସିପରେ ଖେଳିବେ ନାହିଁ ଛଅ ଥର ବିଶ୍ବ ଚମ୍ପିଆନସିପ ମହିଳା ବକ୍ସର ମେରୀକମ । ଏନେଇ ସେ କହିଛନ୍ତି ଏହି ଚମ୍ପିଆନସିପରୁ ସେ ନିଜ ନାମକୁ ପ୍ରତ୍ୟାହାର କରିନେଇଛନ୍ତି । ତେବେ ମେରୀକମଙ୍କ ଏହି ଘୋଷଣା ପରେ ତାଙ୍କ ପ୍ରଶଂସକ ନିରାଶ ହୋଇଛନ୍ତି । ଆହତଜନିତ ସମସ୍ୟା କାରଣରୁ ମେରୀକମ କହିଛନ୍ତି "ମୁଁ ବିଶ୍ବ IBA ବିଶ୍ବ ବକ୍ସିଂ ଚମ୍ପିଆନସିପରେ ଅଂଶଗ୍ରହଣ କରିପାରିବି ନାହିଁ । କାରଣ ମୁଁ ସମ୍ପୂର୍ଣ୍ଣ ଭାବରେ ଫିଟ୍ ନୁହେଁ । ମୁଁ ଆହାତ ସମସ୍ୟା ଦେଇ ଗତି କରୁଛି ।" ୪୦ ବର୍ଷୀୟ ମେରୀକମ ଗୁରୁତ୍ବପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ୮ଟି ପଦକ ଜିତିବା ପରେ ଏହି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ମନା କରିଛନ୍ତି । ତେବେ ସେ କେଉଁ ଆହତ ସମସ୍ୟା ଦେଇ ଗତି କରୁଛନ୍ତି ତାହା ସେ ସ୍ପଷ୍ଟ କରିନାହାଁନ୍ତି । ସେ କହିଛନ୍ତି କି ସେ ଖୁବ ଶୀଘ୍ର ଫିଟ୍ ହେବାନେଇ ଆଶା ରଖିଛନ୍ତି । ଏହା ସହିତ IBA ବିଶ୍ୱ ବକ୍ସିଂ ଚମ୍ପିଆନସିପ୍‌ରେ ଅଂଶଗ୍ରହଣ କରିବାକୁ ଯାଉଥିବା ସମସ୍ତ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଚମ୍ପିଆନସିପ୍‌ରେ ଭାରତୀୟ କ୍ରୀଡାବିତ ଦମଦାର ପ୍ରଦର୍ଶନ କରିବେ ।

ମେରୀକମଙ୍କ ରେକର୍ଡ - ମହାନ ଭାରତୀୟ ଆଥଲେଟିକଙ୍କ ମଧ୍ୟରୁ ବକ୍ସର ମେରୀକମ ବିଶ୍ବ ଚମ୍ପିଆନସିପ ଇତିହାସରେ ସବୁଠାରୁ ସଫଳ ବକ୍ସର । ପୂର୍ବରୁ ୭ ଟି ବିଶ୍ବ ଚମ୍ପିଆନସିପରେ ପଦକ ହାସଲ କରିଥିବା ଏକମାତ୍ର କ୍ରୀଡାବିତ ହେଉଛନ୍ତି ବକ୍ସର ମେରୀକମ । ମେରୀକମ ଦକ୍ଷିଣ କୋରିଆର ଇଞ୍ଚିୟାନର ବର୍ଷ ୨୦୧୪ରେ ଖେଳାଯାଇଥିବା ଏସିଆ ଟୁର୍ଣ୍ଣାମେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରି ପ୍ରଥମ ଭାରତୀୟ ମହିଳା ବକ୍ସର ବନିଥିଲେ । ସେହିପରି ବର୍ଷ ୨୦୧୮ରେ ରାଜ୍ୟଗୋଷ୍ଠୀ କ୍ରୀଡାରେ ମଧ୍ୟ ପ୍ରଥମ ଭାରତୀୟ ମହିଳା ବକ୍ସର ଭାବରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ମେରୀ କମ । ବର୍ଷ ୨୦୧୨ରେ ଲଣ୍ଡନ ଅଲମ୍ପିକରେ ବ୍ରୋଞ୍ଜ ପଦକ ଜିତି ଥିଲେ ଭାରତର ଏହି ଷ୍ଟାର ମହିଳା ବକ୍ସର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.