ETV Bharat / sports

Badminton Asia Championships: ବ୍ରୋଞ୍ଜରେ ସନ୍ତୁଷ୍ଟ ପିଭି ସିନ୍ଧୁ

ସେମିଫାଇନାଲ ମୁକାବିଲାରେ ଜାପାନର ଆକାନି ୟାମାଗୁଚୀଙ୍କ ଠାରୁ ପରାସ୍ତ ହୋଇ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛନ୍ତି ସିନ୍ଧୁ । ୨୬ ବର୍ଷୀୟା ଭାରତୀୟ ଷ୍ଟାର ସର୍ଟଲର ବିଶ୍ବ ନମ୍ବର ୧ ୟାମାଗୁଚୀଙ୍କ ଠାରୁ ୨୧-୧୩, ୧୯-୨୧ ଓ ୧୬-୨୧ରେ ପରାସ୍ତ ହୋଇଛନ୍ତି । ଅଧିକ ପଢନ୍ତୁ

author img

By

Published : Apr 30, 2022, 4:28 PM IST

Updated : Apr 30, 2022, 4:46 PM IST

Sindhu settles for bronze at Badminton Asia Championships
Badminton Asia Championships: ବ୍ରୋଞ୍ଜରେ ସନ୍ତୁଷ୍ଟ ପିଭି ସିନ୍ଧୁ

ମାନିଲା(ଫିଲିପାଇନ୍ସ): ଦୁଇ ଥର ଅଲମ୍ପିକ ପଦକ ଜିତିସାରିଥିବା ପିଭି ସିନ୍ଧୁଙ୍କ ବ୍ୟାଡ୍‌ମିଣ୍ଟନ ଏସିଆ ଚାମ୍ପିୟନସିପ ଅଭିଯାନ ଶେଷ ହୋଇଛି । ଶନିବାର ଖେଳାଯାଇଥିବା ସେମିଫାଇନାଲ ମୁକାବିଲାରେ ଜାପାନର ଆକାନି ୟାମାଗୁଚୀଙ୍କ ଠାରୁ ପରାସ୍ତ ହୋଇ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛନ୍ତି ସିନ୍ଧୁ । ୨୬ ବର୍ଷୀୟା ଭାରତୀୟ ଷ୍ଟାର ସର୍ଟଲର ବିଶ୍ବ ନମ୍ବର ୨ ୟାମାଗୁଚୀଙ୍କ ଠାରୁ ୨୧-୧୩, ୧୯-୨୧ ଓ ୧୬-୨୧ରେ ପରାସ୍ତ ହୋଇଛନ୍ତି । ଏକ ଘଣ୍ଟା ୬ ମିନିଟ୍‌ ଧରି ବିଶ୍ବ ମହିଳା ବ୍ୟାଡ୍‌ମିଣ୍ଟନର ଦୁଇ ଶ୍ରେଷ୍ଠ ଖେଳାଳି ମଧ୍ୟରେ ଏହି ସଂଘର୍ଷପୂର୍ଣ୍ଣ ମୁକାବିଲା ଖେଳାଯାଇଥିଲା ।

ଟୁର୍ଣ୍ଣାମେଣ୍ଟରେ ଏହା ସିନ୍ଧୁଙ୍କ ଦ୍ବିତୀୟ ପଦକ । ୨୦୧୪ ଗେମଚନ ସଂସ୍କରଣରେ ମଧ୍ୟ ବ୍ରୋଞ୍ଜ ପଦକ ଜିତିଥିଲେ ସିନ୍ଧୁ । ସୟଦ ମୋଦି ଇଣ୍ଟରନ୍ୟାସନାଲ ଓ ସ୍ବିସ ଓପନରେ ଦୁଇଟି ସୁପର ୩୦୦ ଟାଇଟେଲ ନିଜ ନାମରେ କରିଥିବା ହାଇଦ୍ରାବାଦ ସର୍ଟଲର, ମାତ୍ର ୧୬ ମିନିଟ୍‌ ମଧ୍ୟରେ ପ୍ରଥମ ସେଟ୍‌କୁ ଜିତିନେଇଥିଲେ ।

ପରେ ଦ୍ବିତୀୟ ମ୍ୟାଚ୍‌ରେ ରେଫ୍ରୀଙ୍କ ସହ ଯୁକ୍ତି ପାଇଁ ସିନ୍ଧୁଙ୍କୁ ପଏଣ୍ଟ ପେନାଲିଟି ମଳିଥିଲା । ଏହାର ସୁଯୋଗ ନେଇ ୟାମାଗୁଚୀ ୧-୧ରେ ପଏଣ୍ଟ ବରାବର କରିବା ପରେ ନିର୍ଣ୍ଣାୟକ ସେଟ୍‌କୁ ମ୍ୟାଚ୍‌ ଯାଇଥିଲା । ଶେଷ ସେଟ୍‌ରେ ସିନ୍ଧୁ ଆରମ୍ଭରୁ ପଛୁଆ ରହିଥିଲେ । ଶେଷରେ ସିନ୍ଧୁଙ୍କୁ କୌଣସି କମବ୍ୟାକ୍‌ ସୁଯୋଗ ନଦେଇ ୟାମାଗୁଚୀ ବାଜି ମାରିନେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 30, 2022, 4:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.