ନୂଆଦିଲ୍ଲୀ: ଜର୍ମାନୀରେ ଚାଲିଥିବା ବକ୍ସିଂ ବିଶ୍ବକପ ଫାଇନାଲରେ ପ୍ରବେଶ କରିଛନ୍ତି ଭାରତୀୟ ତାରକା ବକ୍ସର ତଥା ବିଶ୍ବ ଚମ୍ପିଆନସିପ ବ୍ରୋଞ୍ଜ ମେଡାଲ ବିଜେତା ସିମ୍ରନଜିତ କୌର । 60 କିଲୋଗ୍ରାମ ବର୍ଗରେ ସିମ୍ରନଜିତ ଶୁକ୍ରବାର ଉକ୍ରେନର ମାରିଆନ୍ନା ବସନେଟସଙ୍କୁ ହରାଇଛନ୍ତି ।
ଏସିଆନ ଗେମ୍ସରେ ରୌପ୍ୟ ପଦକ ବିଜେତା 4-1 ପଏଣ୍ଟରେ ପ୍ରତିପକ୍ଷଙ୍କୁ ହରାଇ ଫାଇନାଲରେ ପହଞ୍ଚିଛନ୍ତି ।
ଏହାପୂର୍ବରୁ ବିଶ୍ବ ଚମ୍ପିଆନସିପରେ ଦୁଇ ଥର ପଦକ ବିଜେତା ସୋନିଆ ଲାଠେର ଉକ୍ରେନର ସ୍ନିଜହାନାଙ୍କୁ 3-2ରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ