ETV Bharat / sports

Shooting World Cup: 10 ମିଟର ଏୟାର ରାଇଫଲରେ ଅର୍ଜୁନଙ୍କୁ ସ୍ୱର୍ଣ୍ଣ - ସୁଟିଂ ବିଶ୍ବକପ 2022

ସୁଟର ଅର୍ଜୁନ ବବୁତା ଆଜି ଖେଳାଯାଇଥିବା (Shooting World Cup )ମ୍ୟାଚରେ ପୁରୁଷ ବିଭାଗ 10 ମିଟର ଏୟାର ରାଇଫଲ ସୁଟିଂରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଅଧିକ ପଢନ୍ତୁ

Shooting World Cup: ଏୟାର ରାଇଫଲ 10 ମିଟରରେ ଅର୍ଜୁନଙ୍କୁ ସ୍ବର୍ଣ୍ଣ

author img

By

Published : Jul 11, 2022, 8:36 PM IST

ହାଇଦ୍ରାବାଦ: ଯୁବ ଭାରତୀୟ ଖେଳାଳି ତଥା ସୁଟର ଅର୍ଜୁନ ବବୁତା ଆଜି (ସୋମବାର) ଖେଳାଯାଇଥିବା ( Shooting World Cup )ମ୍ୟାଚରେ ପୁରୁଷ ବିଭାଗ 10 ମିଟର ଏୟାର ରାଇଫଲ ସୁଟିଂରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଅର୍ଜୁନ ବବୁତା ଟୋକିଓ ଅଲମ୍ପିକରେ ରୌପ୍ୟ ପଦକ ହାସଲ କରିଥିବା ଲୁକାସ କୋଜେନିସ୍କିଙ୍କୁ ହରାଇ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଏହି ମ୍ୟାଚ ତାଙ୍କ ପାଇଁ ସଂଘର୍ଷପୂର୍ଣ୍ଣ ରହିଥିଲା । ପରେ ଖେଳ ଏକ ତରଫା ହୋଇଥିଲା । ଅର୍ଜୁନ ବବୁତା ଲୁକାସ କୋଜେନିସ୍କିଙ୍କୁ 17-9 ପଏଣ୍ଟ ହରାଇ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ସିନିୟର ଟିମ ହିସାବରେ ଏହା ସୁଟିଂରେ ଅର୍ଜୁନଙ୍କ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ଅଟେ ।

ଏହା ପୂର୍ବରୁ ସେ 2016 ଜୁନିୟର ବିଶ୍ବକପରେ ପଦକ ହାସଲ କରିଥିଲେ । ପଞ୍ଜାବର ଏହି 23 ବର୍ଷୀୟ ଅର୍ଜୁନ ବବୁତା 2016 ମସିହାରୁ ଭାରତ ତରଫରୁ ସୁଟିଂ ବିଶ୍ବକପରେ ପ୍ରତିନିଧିତ୍ବ କରିଆସିଛନ୍ତି । ଫାଇନାଲ ମ୍ୟାଚରେ ପ୍ରବେଶ କରିବା ପାଇଁ ଅର୍ଜୁନଙ୍କୁ ସଂଘର୍ଷ କରିବାକୁ ପଡିଥିଲା । ପରେ ଫାଇନାଲରେ ଅର୍ଜୁନଙ୍କ ପ୍ରବେଶ ପରେ ତାଙ୍କୁ କେହି ଅଟାକାଇ ପାରି ନଥିଲେ । ସେ ପ୍ରଥମ ସାତ ରାଉଣ୍ଡ ସିଙ୍ଗଲ ସଟ ସିରିଜ ଖେଳିବା ପରେ ଅର୍ଜୁନ 10-4 ପଏଣ୍ଟରେ ଆଗରେ ରହିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.