ETV Bharat / sports

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ପଦ୍ମ ଧରିଲେ ସୁଟର ଶ୍ରେୟସୀ ସିଂ

author img

By

Published : Oct 4, 2020, 7:50 PM IST

Updated : Oct 4, 2020, 8:24 PM IST

ଭାରତୀୟ ଜନତା ପାର୍ଟି(ବିଜେପି)ରେ ଯୋଗ ଦେଇଛନ୍ତି ଭାରତୀୟ ଷ୍ଟାର ସୁଟର ଶ୍ରେୟସୀ ସିଂ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ଦିଗବିଜୟ ସିଂଙ୍କ ଝିଅ ହେଉଛନ୍ତି ଶ୍ରେୟସୀ ।

Shooter Shreyasi Singh to join BJP ahead of Bihar assembly poll
ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ପଦ୍ମ ଧରିଲେ ସୁଟର ଶ୍ରେୟସୀ ସିଂ

ପାଟନା: ଭାରତୀୟ ଜନତା ପାର୍ଟି(ବିଜେପି)ରେ ଯୋଗ ଦେଇଛନ୍ତି ଭାରତୀୟ ଷ୍ଟାର ସୁଟର ଶ୍ରେୟସୀ ସିଂ । ପୂର୍ବରୁ ସେ ବିଜେପିରେ ସାମିଲ ହେବାନେଇ ଚର୍ଚ୍ଚା ହେଉଥିଲା । ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ଦିଗବିଜୟ ସିଂଙ୍କ ଝିଅ ହେଉଛନ୍ତି ଶ୍ରେୟସୀ । ବିହାର ନିର୍ବାଚନ ପୂର୍ବରୁ ଦିଲ୍ଲୀରେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି ଏହି ଖେଳାଳି ।

  • Delhi: Shooter Shreyasi Singh, daughter of former union minister late Digvijay Singh, joins Bharatiya Janata Party (BJP) in presence of party leader Bhupendra Yadav. pic.twitter.com/UGq4WFL6jR

    — ANI (@ANI) October 4, 2020 " class="align-text-top noRightClick twitterSection" data=" ">

ସୂଚନା ଅନୁଯାୟୀ, ଶ୍ରେୟସୀ ସିଂ ବିହାର ବାଙ୍କାର ଅମରପୁର କିମ୍ବା ଜାମୁଇ ନିର୍ବାଚନ ମଣ୍ଡଳିରୁ ପ୍ରାର୍ଥୀ ହୋଇପାରନ୍ତି । ବିହାର ବିଜେପି ନେତା ଭୁପେନ୍ଦର ଯାଦବଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ଶ୍ରେୟସୀ । ଦଳରେ ସାମିଲ ହେବାପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସାକ୍ଷାତ କରିଛନ୍ତି ଶ୍ରେୟସୀ ।

29ବର୍ଷୀୟା ଅର୍ଜୁନ ଆୱାର୍ଡ ବିଜେତା ସୁଟର ଡବଲ ଟ୍ରାପ ଇଭେଣ୍ଟ ଶେଷ କରିଛନ୍ତି । ବର୍ଷ 2018ରେ ଗୋଲ କୋଷ୍ଟ, ଅଷ୍ଟ୍ରେଲିଆରେ ଖେଳାଯାଇଥିବା ରାଜ୍ୟଗୋଷ୍ଠୀ କ୍ରୀଡାରେ ମହିଳା ଡବଲ ଟ୍ରାପ ଇଭେଣ୍ଟରେ ସୁଟିଂରେ ସ୍ବର୍ଣ୍ଣ ପଦକ ଜିତିଥିଲେ । ଏଥିସହିତ ସ୍ପଟଲାଣ୍ଡର ଗ୍ଳାସଗୋରେ ଅନୁଷ୍ଠିତ ହୋଇଥିବା 2014 ରାଜ୍ୟଗୋଷ୍ଠୀ କ୍ରୀଡାରେ ରୌପ୍ୟ ପଦକ ବିଜେତା ରହିଥିଲେ ।

ପୂର୍ବରୁ ଶ୍ରେୟୟୀଙ୍କ ମା' ପୁତୁଲ କୁମାରୀ 2014 ସାଧାରଣ ନିର୍ବାଚନ ଲଢିଥିଲେ ଏବଂ ଜିତିଥିଲେ ମଧ୍ୟ । ବିଜେପି ଟିକେଟରୁ ନିର୍ବାଚନ ଲଢି ବାଙ୍କା ଜିଲ୍ଲାରୁ ସେ ସାଂସଦ ଭାବେ ଜିତିଥିଲେ । ଏଥିସହିତ 2019 ପର୍ଯ୍ୟନ୍ତ ଜିଲ୍ଲାରୁ ପ୍ରତିନିଧିତ୍ବ କରିଥିଲେ ।

ବିହାର ବିଧାନସଭା ନିର୍ବାଚନ ପାଇଁ ରାଜନୀତି ପାଣପାଗ ଉଷ୍ମ ରହିଛି । 3ଟି ପର୍ଯ୍ୟାୟରେ 243 ଆସନ ବିଶିଷ୍ଟ ବିହାର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଅକ୍ଟୋବର 28, ନଭେମ୍ବର 3 ଓ 7ରେ ମତଦାନ ହେବ । ନଭେମ୍ବର 10ରେ ଫଳାଫଳ ଘୋଷଣା ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 4, 2020, 8:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.