ETV Bharat / sports

କୁସ୍ତି ମହାସଂଘ ସଭାପତିଙ୍କ ନାମରେ ଯୌନ ଶୋଷଣ ଅଭିଯୋଗ, ଜବାବ ମାଗିଲା SAI

author img

By

Published : Jan 19, 2023, 1:31 PM IST

କୁସ୍ତି ମହାସଂଘ ସଭାପତିଙ୍କ ନାମରେ ଯୌନ ଶୋଷଣ ଅଭିଯୋଗ ପରେ ଜବାବ ମାଗିଛି କ୍ରୀଡା ମନ୍ତ୍ରଣାଳୟ । ଏ ନେଇ 72 ଘଣ୍ଟା ସମୟ ଦେଇଛି । ଅଧିକ ପଢନ୍ତୁ

sexual harassment complaint aganist WFI president
କୁସ୍ତି ମହାସଂଘ ସଭାପତିଙ୍କ ନାମରେ ଯୌନ ଶୋଶଣ ଅଭିଯୋଗ

ନୂଆଦିଲ୍ଲୀ: କୁସ୍ତି ଯୋଦ୍ଧା ଭିନେଶ ଫୋଗାଟ କୁସ୍ତି ମହାସଂଘ ସଭାପତିଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି । ଏହାପରେ ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି । WFI ଅଧ୍ୟକ୍ଷ ପଦରୁ କୁସ୍ତି ମହାସଂଘ ସଭାପତି ବ୍ରିଜ ଭୂଷଣ ଚରଣ ସିଂହଙ୍କୁ ହଟାଇବା ପାଇଁ ଦାବି ଜୋର ଧରିଛି । ଭିନେଶଙ୍କ ଅଭିଯୋଗ ପରେ ଆକ୍ସନ ମୁଡରେ କ୍ରୀଡା ମନ୍ତ୍ରଣାଳୟ । କୁସ୍ତି ମହାସଂଘକୁ ଜବାବ ମାଗିବା ସହ 72 ଘଣ୍ଟାର ମହଲତ ଦେଇଛନ୍ତି କ୍ରୀଡା ମନ୍ତ୍ରଣାଳୟ ।

ସ୍ବର୍ଣ୍ଣ ପଦକ ବିଜେତା ତଥା ଭାରତୀୟ ଷ୍ଟାର ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଭାରତୀୟ କୁସ୍ତି ମହାସଂଘ ଏବଂ ଏହାର ଅଧ୍ୟକ୍ଷଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । କୁସ୍ତି ମହାସଂଘ ସଭାପତି ବ୍ରିଜ ମୋହନ ସିଂ ରେସଲରଙ୍କୁ ଯୌନ ଶୋଷଣ କରୁଥିବା ଅଭିଯୋଗ କରିଛନ୍ତି । ଏହି ମାମଲାରେ ଭାରତୀୟ କୁସ୍ତି ସଂଘକୁ ଜବାବ ରଖିବାକୁ ସମୟ ଦେଇଛନ୍ତି ସ୍ପୋର୍ସ ଅଥରିଟି ଅଫ ଇଣ୍ଡିଆ ।

ଅଭିଯୋଗ ସାମ୍ନାକୁ ଆସିବା ପରେ ଦିଲ୍ଲୀର ଯନ୍ତରମନ୍ତରରେ ଏକାଧିକ ରେସଲର ସଭାପତିଙ୍କ ବିରୋଧରେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ବିକ୍ଷୋଭରେ ରିଓ ଅଲିମ୍ପିକ୍ସ ବିଜେତା ସାକ୍ଷୀ ମଲିକ, ସରିତା ମୋରେ, ବଜରଙ୍ଗ ପୁନିଆଙ୍କ ସମେତ ପାଖାପାଖି 30 ଜଣ କୁସ୍ତିଯୋଦ୍ଧା ସାମିଲ ହୋଇଛନ୍ତି ।

ସେପଟେ ଅଭିଯୋଗକୁ ନେଇ କୁସ୍ତି ମହାସଂଘ ସଭାପତି ବ୍ରିଜ ଭୂଷଣ ଚରଣ ସିଂହ କହିଛନ୍ତି, ''ଏହି ଅଭିଯୋଗ ମିଥ୍ୟା । ଯଦି ଏହାକୁ ସତ୍ୟ ପ୍ରମାଣିତ କରାଯାଏ ତେବେ ମୁଁ ଆତ୍ମହତ୍ୟା କରିବି । ମୁଁ ବଜରଙ୍ଗ ପୁନିଆଙ୍କ ସମେତ ସମସ୍ତ କୁସ୍ତି ଯୋଦ୍ଧାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲି ମାତ୍ର ତାହା ହୋଇପାରିନାହିଁ ।''

  • अभी जंतर मंतर जाकर देश की चैंपियन #Wrestlers से मिली। उन्होंने हमारे तिरंगे की शान बढ़ाई है। बड़े दुख की बात है कि उन्हें आज इस कड़ाके की सर्दी में सड़क पर बैठना पड़ रहा है। हम मज़बूती से उनके साथ खड़े हैं और उन्हें न्याय दिलाएँगे। pic.twitter.com/XAPYOu8qLN

    — Swati Maliwal (@SwatiJaiHind) January 18, 2023 " class="align-text-top noRightClick twitterSection" data=" ">

ସେହିପରି ଦିଲ୍ଲୀ କମିଶନ ମହିଳା ମୁଖ୍ୟ ସ୍ବାତୀ ମଲିୱାଲ କହିଛନ୍ତି, ''କୁସ୍ତି ମହାସଂଘ ସଭାପତିଙ୍କ ନାମରେ ଏପରି ଅଭିଯୋଗ ମୋତେ ଆଶ୍ଚର୍ଯ୍ୟ କରିିଛି । ମହିଳା ଯେଉଁମାନେ ଭାରତକୁ ସଫଳତାର ଶିଖର ଛୁଆଁଇଛନ୍ତି ସେମାନ ଆଜି ନ୍ୟାୟ ପାଇଁ ଯନ୍ତରମନ୍ତରରେ ଏକାଠୀ ହୋଇଛନ୍ତି । ମୁଁ ଯନ୍ତରମନ୍ତରରେ ଦେଶର ଚମ୍ପିଆନମାନଙ୍କୁ ଭେଟିବାକୁ ଯାଇଥିଲି । ସେମାନେ ଦେଶର ଗୌରବ ବଢାଇଛନ୍ତି । ଏହା ଅତ୍ୟନ୍ତ ଦୁଃଖଦାୟକ ଅସହ୍ୟ ଶୀତରେ ସେମାନଙ୍କୁ ରାସ୍ତାରେ ବସିଛନ୍ତି । ଆମେ ସେମାନଙ୍କ ସହିତ ଛିଡା ହେବୁ ନ୍ୟାୟ ପ୍ରଦାନ କରିବୁ ।''

କଣ ଅଭିଯୋଗ ଆଣିଛନ୍ତି ଭିନେଶ: ଭାରତ ପାଇଁ ଅନେକ ମେଡାଲ ଆଣିଥିବା କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ତାଙ୍କ ଲୁହକୁ ଅଟକାଇ ପାରି ନାହାନ୍ତି । ଅଭିଯୋଗ ଆଣି ସେ କହିଛନ୍ତି କେବଳ ସେ ନୁହନ୍ତି ଭାରତର ଅନେକ ମହିଳା କୁସ୍ତିଯୋଦ୍ଧା କୁସ୍ତି ମହାସଂଘ ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂହ ଏବଂ ତାଙ୍କ ସଂଘ ସହ ଜଡିତ କୋଚ ଓ ରେଫରିଙ୍କ ଦ୍ବାରା ନିର୍ଯାତନାର ଶିକାର ହୋଇଛନ୍ତି । ସେ ନିଜେ ମଧ୍ୟ ଯୌନ ନିର୍ଯାତନାର ଶିକାର ହୋଇଥିବା କହିଛନ୍ତି । 10ରୁ 20 ଯୌନ ନିର୍ଯାତନା ଘଟଣା ବିଷୟରେ ଜାଣିଥିବା ସେ କହିଛନ୍ତି । ହାଇକୋର୍ଟ ଆମକୁ ନିର୍ଦ୍ଦେଶ ଦେଲେ ସବୁ ପ୍ରମାଣ ଦେବୁ । ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ସବୁ ପ୍ରମାଣ ଦେବାକୁ ପ୍ରସ୍ତୁତ ଥିବା କହିଛନ୍ତି ଭିନେଶ ଫୋଗାଟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.