ETV Bharat / sports

Swiss Open 2023: ସାତ୍ତ୍ବିକ-ଚିରାଗ ଡବଲ୍ସ ଚାମ୍ପିଅନ

author img

By

Published : Mar 27, 2023, 10:11 AM IST

ସୁଇସ ଓପନ ବ୍ୟାଡମିଣ୍ଟନରେ ଭାରତର ଅଭିଜ୍ଞ ଖେଳାଳିଙ୍କୁ ସଫଳତା । ଡବଲ୍ସରେ ସାତ୍ତ୍ବିକ ଓ ଚିରାଗ ଚାମ୍ପିଅନ ହୋଇଛନ୍ତି । ଅଧିକ ପଢନ୍ତୁ

Swiss Open 2023
ଡବଲ୍ସରେ ସାତ୍ତ୍ବିକ ଚିରାଗ ଚାମ୍ପିଅନ

ନୂଆଦିଲ୍ଲୀ: ସୁଇସ ଓପନ ବ୍ୟାଡମିଣ୍ଟନରେ ଭାରତକୁ ସଫଳତା । ଅଭିଜ୍ଞ ଖେଳାଳି ସାତ୍ତ୍ବିକସାଇରାଜ ରଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଡବଲ୍ସରେ ପ୍ରଥମ ଥର ଟାଇଟଲ ଜିତିଛନ୍ତି । ଡବଲ୍ସ ଫାଇନାଲରେ ଚୀନର ରେନ ଜିୟାଙ୍ଗ ୟୁ ଓ ଟାନ କିୟାଙ୍ଗ ଯୋଡିକୁ ପରାସ୍ତ କରି ସ୍ବର୍ଣ୍ଣ ଜିତିଛନ୍ତି ଏହି ଭାରତୀୟ ଯୋଡି । ମ୍ୟାଚ ଜିତିବାକୁ ଉଭୟଙ୍କୁ 54 ମିନିଟ ଲାଗିଥିଲା । ସ୍ବିଜରଲାଣ୍ଡର ବାସେଲ ଠାରେ ସୁଇସ ଓପନ ଜାରି ରହିଛି ।

ଦ୍ବିତୀୟ ସିଡ ମାନ୍ୟତା ପାଇଥିବା ଏହି ଭାରତୀୟ ଯୋଡିଙ୍କୁ ଭଭୟ ଗେମରେ କଡା ମୁକାବିଲାର ସାମ୍ନା କରିବାକୁ ପଡିଥିଲା । ହେଲେ ଚୀନ ଯୋଡି କରିଥିବା ଭୁଲର ଫାଇଦା ଉଠାଇ ଟାଇଟଲ ଜିତିବାରେ ସଫଳ ହୋଇଛନ୍ତି ଚିରାଗ ଓ ସାତ୍ତ୍ବିକ । ଫାଇନାଲ ମୁକାବିଲାରେ ଚୀନ ଯୋଡିକୁ 21-19, 24-22 ସେଟରେ ପରାସ୍ତ କରି ସ୍ବର୍ଣ୍ଣିମ ସଫଳତା ହାସଲ କରିଛନ୍ତି । ପୂର୍ବ ସପ୍ତାହରେ ସାତ୍ତ୍ବିକ ଚିରାଗ ଯୋଡି ଅଲ ଇଂଲଣ୍ଡ ଚାମ୍ପିଅନସିପ ଦ୍ବିତୀୟ ଦିବସରେ ବାଦ ପଡିଥିଲେ । ଭାରତୀୟ ଯୋଡି ପାଇଁ ଏହା ପଞ୍ଚମ ବିଶ୍ବ ଟୁର ଟାଇଟଲ । ଉଭୟ ଫାଇନାରେ ଆଟାକିଂ ମୁଡରେ ଖେଳିଥିଲେ । ପ୍ରତିନ୍ଦ୍ବନ୍ଦୀଙ୍କୁ ଡିଫେଣ୍ଡ କରିଥିଲେ । ଅଲ ଇଂଲଣ୍ଡ ଚାମ୍ପିଅନସିପରୁ ବାଦ ପଡିବା ପରେ ଏହା ଭାରତ ପାଇଁ ପ୍ରଥମ ଟାଇଟଲ । ଏହି ଯୋଡି 2022 ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ବର୍ଣ୍ଣ ପଦକ ଜିତିଥିଲେ ।

ଏହା ବି ପଢନ୍ତୁ...World Boxing Championship: ସ୍ବର୍ଣ୍ଣ ପଦକ ଜିତିଲେ ଲବ୍ନିନା ବର୍ଗୋହେଁ, ଇତିହାସ ରଚିଲେ ନଖତ ଜରିନ୍

ଏହା ବି ପଢନ୍ତୁ...WPL 2023 Final: ଇତିହାସ ରଚିଲା ମୁମ୍ବାଇ ଇଣ୍ଡିଆନ୍ସ, ୭ ୱିକେଟରେ ଜିତି ହାତେଇଲା ପ୍ରଥମ ଟାଇଟଲ

ପୂର୍ବରୁ ଏହି ଯୋଡି ସେମିରେ 22-19, 17-21, 21-17ରେ ୟିଓ ସିନ ଓଙ୍ଗ ଓ ୟି ତେଇ ଯୋଡିକୁ ପରାସ୍ତ କରିଥିଲେ । ବିଶ୍ବ ଚାମ୍ପିଅନସିପ ବ୍ରୋଞ୍ଜ ପଦକ ବିଜେତା ସାତ୍ତ୍ବିକ-ଚିରାଗ ପ୍ରଥମ ଓ କ୍ୟାରିଅରର ପଞ୍ଚମ ବିଡବ୍ଲ୍ୟୁଏଫ ବିଶ୍ବ ଟୁର ଟାଇଟଲ ଜିତିଛନ୍ତି । ପୂର୍ବରୁ ଭାରତୀୟ ଯୋଡି ଇଣ୍ଡିଆ ଓପନ, ଫ୍ରେଞ୍ଜ ଓପନ 2022, ଥାଇଲାଣ୍ଡ ଓପନ 2019 ଏବଂ ହାଇଦ୍ରାବାଦ ଓପନ 2028 ଚାମ୍ପିଅନ ହୋଇଥିଲେ । ଏହି ଯୋଡିଙ୍କ ପୂର୍ବରୁ ସୁଇସ ଓପନରେ ଭାରତୀୟ ଖେଳାଳୀଙ୍କ ଦମଦାର ପ୍ରଦର୍ଶନ ରହିଛି । 2022ରେ ପିଭି ସିନ୍ଧୁ, 2011, 2012ରେ ସାଇନା ନେହୱାଲ, 2016ରେ ଏଚଏସ ପ୍ରଣୟ ଓ 2015ରେ କିଦାମ୍ବି ଶ୍ରୀକାନ୍ତ ଟାଇଟଲ ଜିତିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.