ETV Bharat / sports

Wrestlers Protest: ଆନ୍ଦୋଳନରୁ କୁସ୍ତିଯୋଦ୍ଧାଙ୍କ ହଟିବା ଘଟଣା, ଜାଣନ୍ତୁ କେତେ ସତ...

author img

By

Published : Jun 5, 2023, 3:55 PM IST

ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଗତକାଲି ମିଳମ୍ବିତ ରାତିରେ ଭେଟିବା ପରେ ସାକ୍ଷୀ ମଲିକ ଓ ବଜରଙ୍ଗ ପୁନିଆ ପ୍ରମୁଖ ନିଜ ତରଫରୁ ଆନ୍ଦୋଳନ ପ୍ରତ୍ୟାହୃତ କରିନେଇଥିବା ଖବର ଗଣମାଧ୍ୟମରେ ଘୁରି ବୁଲୁଛି । ଅଧିକ ପଢ଼ନ୍ତୁ

ଆନ୍ଦୋଳନରୁ କୁସ୍ତିଯୋଦ୍ଧାଙ୍କ ହଟିବା ଘଟଣା
ଆନ୍ଦୋଳନରୁ କୁସ୍ତିଯୋଦ୍ଧାଙ୍କ ହଟିବା ଘଟଣା

ନୂଆଦିଲ୍ଲୀ: କୁସ୍ତି ମହାସଂଘ ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ଦୀର୍ଘଦିନ ହେବ ଜାରି ରହିଛି । ତେବେ ଗତକାଲି (ରବିବାର) ବିଳମ୍ବିତ ରାତିରେ ଆନ୍ଦୋଳନରତ ବଜରଙ୍ଗ ପୁନିଆ, ବିନେଶ ଫୋଗାଟ ଏବଂ ସାକ୍ଷୀ ମଲିକ ବ୍ରିଜଭୂଷଣଙ୍କ ବିରୋଧରେ ନିରପେକ୍ଷ ତଦନ୍ତ ଦାବିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ । ଏହାପରେ ଆଜି ସାକ୍ଷୀ ମଲିକ ଓ ବଜରଙ୍ଗ ପୁନିଆ ପ୍ରମୁଖ ନିଜ ତରଫରୁ ଆନ୍ଦୋଳନ ପ୍ରତ୍ୟାହୃତ କରିନେଇଥିବା ଖବର ଗଣମାଧ୍ୟମରେ ଘୁରି ବୁଲୁଛି । ଏହା ସହିତ ସେମାନେ ରେଲୱେ ବିଭାଗରେ ନିଜ ନିଜ କାର୍ଯ୍ୟକ୍ଷେତ୍ରକୁ ମଧ୍ୟ ଫେରିଯିବା ପାଇଁ ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ହେଉଛି । ସେପଟେ ଏହି ସବୁ ଖବର ମିଥ୍ୟା ବୋଲି ନିଜେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ସାକ୍ଷୀ ମଲିକ ଓ ବଜରଙ୍ଗ ପୁନିଆ । କେହି ମଧ୍ୟ ଆନ୍ଦୋଳନରୁ ପଛକୁ ହଟିନାହାନ୍ତି । ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ସ୍ପଷ୍ଟ କରିଛନ୍ତି ।

  • #LISTEN | "We met Union Home Minister Amit Shah, it was a normal conversation, we have only one demand and that is to arrest him (Brij Bhushan Singh). I have not stepped back from the protest, I have resumed my work as OSD in Railways. I want to clarify that we will keep… pic.twitter.com/H4RUZVZttd

    — ANI (@ANI) June 5, 2023 " class="align-text-top noRightClick twitterSection" data=" ">

କୁସ୍ତି ମହାସଂଘ ସଭାପତି ତଥା ବିଜେପି ସାଂସଦ ବ୍ରିଜଭୂଷଣଙ୍କ ଗିରଫଦାରୀ ଦାବିରେ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନକି ପ୍ରାୟ ଦେଢ଼ମାସ ପୂରିବାକୁ ବସିଛି । ଏହାରି ମଧ୍ଯରେ ଗୃହମନ୍ତ୍ରୀ ଅମିତା ଶାହଙ୍କୁ ଭେଟିଥିଲେ ଆନ୍ଦୋଳନରତ କୁସ୍ତିଯୋଦ୍ଧା । ଗତକାଲି (ରବିବାର) ବିଳମ୍ବିତ ରାତିରେ ବଜରଙ୍ଗ ପୁନିଆ, ବିନେଶ ଫୋଗାଟ ଏବଂ ସାକ୍ଷୀ ମଲିକ ପ୍ରମୁଖ ଅମିତ ଶାହଙ୍କୁ ତାଙ୍କ ବାସଭବନରେ ଭେଟି ବ୍ରିଜଭୂଷଣଙ୍କ ବିରୋଧରେ ନିରପେକ୍ଷ ତଦନ୍ତ କରିବାକୁ ଅନୁରୋଧ କରିଥିଲେ । ଅମିତ ଶାହଙ୍କ ବାସ ଭବନରେ ମଧ୍ୟରାତ୍ରରେ ୨ ଘଣ୍ଟା ପ୍ରର୍ଯ୍ୟନ୍ତ ବୈଠକ ଚାଲିଥିଲା ବୋଲି ସୂଚନା ମିଳିଛି । ଏହାପରେ ଆଜି ସେମାନେ ଆନ୍ଦୋଳନ ପ୍ରତ୍ୟାହୃତ କରିନେବା ସହିତ ରେଳ ବିଭାଗରେ ନିଜ ନିଜ ଚାକିରି କ୍ଷେତ୍ରକୁ ଫେରିଯିବା ପାଇଁ ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ହେଉଛି । ଯାହାକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ନିଜେ ଟ୍ବିଟ୍‌ କରି ସ୍ପଷ୍ଟ କରିଛନ୍ତି ସାକ୍ଷୀ ମଲିକ ଓ ବଜରଙ୍ଗ ପୁନିଆ ।

ଏହି ସମ୍ପର୍କରେ ଟ୍ବିଟ୍‌ କରି ସାକ୍ଷୀ ମଲିକ ଲେଖିଛନ୍ତି, "ଏହି ଖବର ସମ୍ପୂର୍ଣ୍ଣ ମିଥ୍ୟା । ନ୍ୟାୟର ଲଢ଼େଇରେ ନା ଆମ ଭିତରୁ କେହି ପଛକୁ ହଟିଛନ୍ତି, ନା ହଟିବେ । ସତ୍ୟାଗ୍ରହ ସହିତ ରେଲୱେରେ ନିଜର କର୍ତ୍ତବ୍ୟ ପାଳନ କରୁଛି । ନ୍ୟାୟ ମିଳିବା ପର୍ଯ୍ୟନ୍ତ ଆମ ଲଢ଼େଇ ଜାରି ରହିବ । ଦୟାକରି କୌଣସି ମିଛ ଖବର ପ୍ରସାରଣ କରାନଯାଉ ।" ସେହିଭଳି ବଜରଙ୍ଗ ପୁନିଆ ନିଜ ଟ୍ବିଟର ହ୍ୟାଣ୍ଡେଲରେ ଲେଖିଛନ୍ତି,"ଆନ୍ଦୋଳନରୁ ପଛକୁ ହଟିବା ଖବର ସମ୍ପୂର୍ଣ୍ଣ ଗୁଜବ । ଆମକୁ କ୍ଷତି ପହଞ୍ଚାଇବା ପାଇଁ ଏହି ଗୁଜବ ପ୍ରଚାର କରାଯାଉଛି । ନା ଆମେ ପଛକୁ ହଟିଛୁ, ଆଉ ନା ଆନ୍ଦୋଳନ ପ୍ରତ୍ୟାହୃତ କରିଛୁ । ମହିଳା କୁସ୍ତିଯୋଦ୍ଧାଙ୍କ ଏଫ୍‌ଆଇଆର୍‌ ପ୍ରତ୍ୟାହୃତ ଖବର ମଧ୍ୟ ମିଥ୍ୟା । ନ୍ୟାୟ ମିଳିବା ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ ।"

  • आंदोलन वापस लेने की खबरें कोरी अफ़वाह हैं. ये खबरें हमें नुक़सान पहुँचाने के लिए फैलाई जा रही हैं.

    हम न पीछे हटे हैं और न ही हमने आंदोलन वापस लिया है. महिला पहलवानों की एफ़आईआर उठाने की खबर भी झूठी है.

    इंसाफ़ मिलने तक लड़ाई जारी रहेगी 🙏🏼 #WrestlerProtest pic.twitter.com/utShj583VZ

    — Bajrang Punia 🇮🇳 (@BajrangPunia) June 5, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢ଼ନ୍ତୁ...ଅମିତ ଶାହଙ୍କୁ ଭେଟିଲେ ଆନ୍ଦୋଳନରତ କୁସ୍ତିଯୋଦ୍ଧା, ନିରପେକ୍ଷ ତଦନ୍ତ ପାଇଁ ଦାବି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.